ହେଡଲାଇନସ୍:

ଓଡ଼ିଶା କୃଷକ ସାଥି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଟି ପ୍ରସ୍ତାବ ନେଇ ଆତ୍ମାର ବି. ଟି.ଏ ମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ: କୃଷକ ସାଥିଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦାବିରେ ବିଧାନସଭା ଆଗରେ ଧାରଣା ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସି ବ୍ଲକ ଓଡ଼ିଶା କୃଷକ ସାଥି ସଂଘର ବ୍ଲକ ସଭାପତି ଶ୍ରୀ ପ୍ରକାଶ କୁମାର ନାୟକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପଞ୍ଚାୟତର କାର୍ଯ୍ୟରତ କୃଷକ ସାଥି ମିଳିତ ଭାବେ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୧୪ ଟି ପ୍ରସ୍ତାବକୁ ନେଇ ଉପସ୍ଥିତ ଆତ୍ମାର ବି. ଟି.ଏ ମ୍ ଶ୍ରୀ ବିରେନ୍ଦ୍ର କୁମାର ପାଢ଼ୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୦୬ ମସିହା ଠାରୁ କୃଷକ ସାଥୀ ନିରନ୍ତର ଭାବେ ନିଜ ଦାୟିତ୍ଵ କୁ ସୁଚାରୁ ରୁପେ ଚଲେଇ ଅସୁବିଧା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଭବିଶ୍ଵତର ଉଥାନ ପାଇଁ ସରକାରଙ୍କ ତରଫରୁ କୌଣସି ସୁବିଧା ସୁଯୋଗ କରା ଯାଇନାହିଁ କେବଳ ମାସିକ ଏକ ହଜାର ଟଙ୍କା ରେ ମୂର୍ତିକା ନମୁନା ସଂଗ୍ରହ, ଫସଲ ପାଇଁ ଖାଦ୍ୟ ସାର ପରିଚାଳନା, ଜଳ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ, ରୋଗପୋକ ପରିଚାଳନା ଏବଂ ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡ଼ି ରୁଆ ଧାନ ଚାଷ, ବିଜୁ କୃଷକ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା , କାଳିଆ ଯୋଜନା ପାଇଁ ତଥ୍ୟ ସଂଗ୍ରହ ଓ ଏମିତି ଅନେକ ସରକାରଙ୍କ ଜନ କଲ୍ୟାଣ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କରି ଆସୁଛନ୍ତି । ତେବେ ଏ ନେଇ ୧୪ ଟି ପ୍ରସ୍ତାବ ମଧ୍ୟରେ, ୧-କୃଷକ ସାଥୀ ଙ୍କୁ ତାଲିମ୍ ପ୍ରଦାନ କରିବା ସହ ସାର୍ଟିଫିକେଟ ପ୍ରଦାନ କରିବା ୨ - ପରିସଂଖ୍ୟାନ ବିଭାଗରେ ଅମିନ ଭାବରେ ନିଯୁକ୍ତି କରିବା, ୩- କୃଷି କର୍ମଚାରୀ ମାନ୍ୟତା ପ୍ରଦାନ କରିବା,୪- ଏନ୍ ଜି ଓ ମାନଙ୍କୁ ଉଚ୍ଛେଦ କରି କୃଷକ ସାଥୀ ମାନଙ୍କୁ ନିୟୋଜିତ କରିବା,୫- ଡ୍ରେସ୍ କୋଡ୍ ସହିତ ପରିଚୟ ପତ୍ର ପ୍ରଦାନ କରିବା, ୬- ଇ ରୋଗପୋକ ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ କରିବା,୭- ଏସ୍ ଏଚ ଜି ମାନଙ୍କ ପରିବର୍ତ୍ତେ ବିହନ ବିଶୋଧନ ପାଇଁ ନିୟୋଜିତ କରିବା, ୮- ମତ୍ସ୍ୟ ଚାଷ ପଖୋରି ତତ୍ତ୍ଵାବଧାନ କାର୍ଯ୍ୟରେ ନିୟୋଜିତ କରିବା, ୯- ଉଦ୍ୟାନ କୃଷି ବିଭାଗରେ ନିୟୋଜିତ କରିବା,୧୦- ଏନ୍ ଏ ସି ଘୋଷଣା ପରେ ନିୟୋଜିତ ଥିବା କୃଷକ ସାଥୀ ଙ୍କୁ ଉଚ୍ଛେଦ କରିବା ବନ୍ଦ ହେଉ, ୧୧- ଧାନ ସଂଗ୍ରହ ପାଇଁ କ୍ଷେତ୍ର ପରିଦର୍ଶନର ଯାଞ୍ଚ ପ୍ରକ୍ରିୟାରେ ନିୟୋଜିତ କରିବା, ୧୨- ନବ ନିଯୁକ୍ତି କୃଷି ମିତ୍ରଙ୍କ ପରିବର୍ତ୍ତେ କୃଷକ ସାଥୀଙ୍କୁ ନିଯୁକ୍ତି ଦେବା, ୧୩- କେନ୍ଦ୍ରୀୟ ଭୂମୀ ପୋଷଣ ଅଭିଯାନ ରେ ସାମିଲ୍ କରିବା, ୧୪- କୁଶଳୀ ଶ୍ରମିକ ଭାବରେ ମାସିକ ସର୍ବ ନିମ୍ନ ମଜୁରୀ ପ୍ରଦାନ କରିବା ମୁଖ୍ୟ ପ୍ରସ୍ତାବ ରହିଛି। ଏହି ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ବ୍ଲକ ସଭାପତି ଶ୍ରୀ ପ୍ରକାଶ କୁମାର ନାୟକ, ଉପ ସଭାପତି ଶ୍ରୀ ଚାଚିରି ପ୍ରାସ୍କାଙ୍କ ସହ ରାମଚନ୍ଦ୍ର ନିଶିକା, ଭୁବନ ସାହୁ, ପଦ୍ମନ ଭତ୍ରା , ଧନପତି କାଡ୍ରାକା, ଜଗନ୍ନାଥ ନାଚିକା ସୁରେନ୍ଦ୍ର ଧାଙ୍ଗଡ଼ା ମାଝୀ ଏବଂ ଅନ୍ୟାନ୍ୟ କୃଷକ ସାଥୀ ଉପସ୍ଥିତ ରହିଥିଲେ।

0
0
0
s2sdefault