ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)--ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୨୨ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନରେ ୨୨ ରୁ ୨୨ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସୁକରପଡା ଡାକ ବଙ୍ଗଳା ପରିସରରେ ବିଜୁ ଦଳର ସମର୍ଥନ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନ ରେ ୨୨ରୁ୨୨ ଆସନରେ ବିଜୟ ଲାଭ କରିଥିବା ସଭାପତି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଚାଷୀମାନଙ୍କ ସହିତ ରହି ତାଙ୍କର ସମସ୍ତ ସମସ୍ୟାକୁ ଦୃଷ୍ଟିକୁ ଆଣିଲେ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏପରିକି ସେବା ସମବାୟ ସମିତି ଗୁଡିକୁ ଅଧିକ କ୍ରିୟାଶୀଳ କରାଯିବା ପାଇଁ ସରକାରୀ ସ୍ତରରେ ଯାହାକିଛି ସୁବିଧା କରାଯାଇପାରିବ ତାହାପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମବାୟ ସମିତି ନିର୍ବାଚନ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡିର ବାଜିମାତ ହୋଇଥିବାରୁ ଚାଷୀମାନେ ମଧ୍ୟ ଅଧିକ ଖୁସି ଅଛନ୍ତି । ଆଗାମୀ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ କିପରି ଚାଷୀ ମାନେ ସହଜରେ ଓ ସୁବିଧା ରେ ସେବା ପାଇ ପାରିବେ ତାହା ପ୍ରତି ଗୁରୁତ୍ଵ ଦେବା ପାଇଁ ବିଧାୟକ ଶ୍ରୀ ଜେନା ସମସ୍ତ ସଭାପତି ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ଭୂପତିଭୁଷଣ ସଣ୍ଡ, ସମାଜସେବୀ ବ୍ରଜମୋହନ ପଣ୍ଡା,ହିମାଂଶୁ ଶେଖର ମହାନ୍ତି , ପ୍ରମୋଦ ସ୍ୱାଇଁ, ମୃତ୍ୟଞ୍ଜୟ ସ୍ୱାଇଁ, ମନୋଜ ସେଠି, ଯୁବ ଛାତ୍ର ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ । ୨୨ଗୋଟି ସେବା ସମବାୟ ସମିତିର ସଭାପତି ଯଥା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ସେବା ସମବାୟ ସମିତି ସଭାପତି ଦିଲୀପ କୁମାର ବିଶ୍ବାଳ, ବାଲିଆପଦା ଦିବାକର ସ୍ୱାଇଁ, ଅସୁରେଶ୍ୱର ମନୋରଞ୍ଜନ ଭୂୟାଁ, ଜିଗ୍ନିପୁର ବଳଦେବଜୀଉ ସମବାୟ ସମିତି ସଭାପତି ଧୀରେନ୍ଦ୍ର ନାଥ ବେହେରା, କେନ୍ଦୁପାଟଣା ଶାରଦା ପ୍ରସନ୍ନ ନାୟକ, ନରେନ୍ଦ୍ରପୁର ମିର୍ଜା ଅବଦୁଲ ବେଗ, ନଗସପୁର ଅନୀଲ କୁମାର ଭୂୟାଁ, ନିଶ୍ଚିନ୍ତକୋଇଲି ଜିତେନ୍ଦ୍ର ସ୍ୱାଇଁ, ଓରତି ସୁଦାମ ଚରଣ ବଳ, ପଲିଶ୍ରୀ ସମବାୟ ସମିତି ସଭାପତି ଅଭିରାମ ମଲ୍ଲ, ସୁକରପଡା ସମବାୟ ସମିତି ସଭାପତି ସେକ ସଲାଉଦିନ ଏବଂ ମାହାଙ୍ଗା ବ୍ଲକ ଅଞ୍ଚଳର ସମସରପୁର ପ୍ରଭାତଚନ୍ଦ୍ର କାନୁନଗୋ, ନାହାଙ୍ଗ ସମବାୟ ସମିତି ସଭାପତି ସନ୍ତୋଷ କୁମାର ମହାପାତ୍ର, ମାହାଙ୍ଗା ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା, ରାହାଣିଆ ସମବାୟ ସମିତି ସଭାପତି ଶରତ ମହାପାତ୍ର, ପଲିସାହି ଦୀପ୍ତିରଞ୍ଜନ ନାୟକ, କୁଣ୍ଡି ଅଖିଲେଶପଦ ମହାନ୍ତି, ଗୋପାଳପୁର ବିବେକାନନ୍ଦ ପାଣି, ମୁଳବସନ୍ତ ଦୀପକରଞ୍ଜନ ଦାସ, କୁସୁପୁର ପ୍ରଶାନ୍ତ କୁମାର ରାଉତରାୟ, ମଉଦା ସୁର୍ଯ୍ୟକୁମାର ଦିବେଦୀ, ହଳଦିଆ ସୁଧୀର କୁମାର ଶତପଥି ପ୍ରମୁଖ ୨୨ ଜଣ ସେବା ସମବାୟ ସମିତିର ସଭାପତି ମାନଙ୍କୁ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ତରଫରୁ ସମର୍ଦ୍ଧିତ କରାଯାଇଛି । ଏହି ଅବସରରେ ସମସ୍ତ ସଭାପତି ମାନେ ଆଗାମୀ ଦିନରେ ଚାଷୀ ଭାଇମାନଙ୍କ ର ଯାହାକିଛି ସମସ୍ୟା ରହିବ ତାହାକୁ ସମାଧାନ କରିବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିବେ ବୋଲି ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟ
୨୨ ରୁ ୨୨ ସେବା ସମବାୟ ସମିତିର ସଭାପତି ଆସନକୁ ପୋଛି ନେଲା ବିଜେଡି ।
- Hits: 780