ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଚଂଳ ରାଜସ୍ବ କମିଶନର ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସମୀକ୍ଷା କରିବା ସହିତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପରିଷଦ, ଯୋଜନା ଓ ପରିସଂଖ୍ୟାନ, ଆଞ୍ଚଳିକ ପରିବହନ, ଜିଲ୍ଲା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ର ବାର୍ଷିକ ନିରୀକ୍ଷଣ କରିଥିଲେ l ଜିଲ୍ଲା ର ବରିଷ୍ଠ ଅଧିକାରୀ ଓ ଶିକ୍ଷା ବିଭାଗ ର ଅଧିକାରୀ ମାନଙ୍କୁ ମାସକରେ ଅନ୍ୟୁନ 10ଟି ବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ l ଜଗତସିଂହପୁର ଜିଲ୍ଲା ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ 96.36 ପ୍ରତିଶତ ଫଳାଫଳ ହାସଲ କରୀ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମସ୍ତ ଙ୍କ ଅଭିନନ୍ଦନ ଜଣାଇଥିଲେ l ଜିଲ୍ଲାରେ ଏ -1 ଗ୍ରେଡ଼ରେ ଅଧିକ ପିଲା ଯେପରି କୃତକାର୍ଯ୍ୟ ହେବେ ସେଥିପ୍ରତି ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ l ସ୍କୁଲ ଗୁଡିକ ପରିଦର୍ଶନ ସମୟରେ ପିଲାମାନଙ୍କ ପାଠପଢା ସହିତ ବିଦ୍ୟାଳୟ ର ପରିଷ୍କାର ପରିଚ୍ଛନ୍ନତା, ଭିତ୍ତିଭୂମି, ଲାବୋଇଟେରୀ, ଇ -ଲାଇବ୍ରେରୀ, ଖେଳପଡ଼ିଆ ପ୍ରଭୃତି ତନଖି କରିବାକୁ ବରିଷ୍ଠ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ l ଏଥି ସହିତ ଆଞ୍ଚଳିକ ପରିବହନ ବିଭାଗ, ଅବକାରୀ, ସ୍ୱଳ୍ପସଂଚୟ ବିଭାଗ,ସବ-ରେଜିଷ୍ଟ୍ରାର, ରାଜସ୍ବ ବିଭାଗରେ ଅଧିକରୁ ଅଧିକ ରାଜସ୍ବ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ l ଏତଦ ବ୍ୟତୀତ ସରକାରୀ ଜାଗାର ସୁରକ୍ଷା, ଅଧିକାରୀ ମାନଙ୍କ ନିମନ୍ତେ କ୍ଵାଟର ନିର୍ମାଣ, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରୁ ଆସୁଥିବା ଅଭିଯୋଗ ଗୁଡିକ ର ତ୍ୱରିତ ଫଇସଲା, ମ୍ୟୁଟେସନ କେସ ଗୁଡିକ ର ସମାଧାନ କରି ପଟା ପ୍ରଦାନ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ପେନସନ କେସ ଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ l ରାଜସ୍ବ ନିରୀକ୍ଷକ, ତହସିଲଦାର କାର୍ଯ୍ୟାଳୟ ପୁନଃରୁଦ୍ଧାର ଓ ନୂତନ ନିର୍ମାଣ ସହ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ରେ ସମ୍ମିଳନୀ କକ୍ଷ ସହ ଓସୱାନ କନେକ ଟିଭିଟି ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ l ଉକ୍ତ କାର୍ଯ୍ୟାଳୟ ରେ ନୂତନ ଫର୍ଣ୍ଣିଚର , ଟଏଲେଟ,ପାନୀୟଜଳ ବ୍ୟବସ୍ଥା ରହିବା ଜରୁରୀ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ରାଜସ୍ବ କମିଶନର ଙ୍କୁ ସ୍ୱାଗତ ଜଣାଇବା ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିଲା ସ୍କିମ, ପ୍ରୋଜେକ୍ଟ, ଜନ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ରାଜସ୍ବ କମିଶନର ଙ୍କୁ ଅବଗତ କରାଇଥିଲେ l ଏହି ନିରୀକ୍ଷଣ ସମୟରେ ଅମିନ,ଆର. ଆଇ,ଗ୍ରୁପ ଡି,ଜୁନିୟର ଓ ସିନିୟର ଷ୍ଟେନୋ କର୍ମଚାରୀ ନିଯୁକ୍ତି,କୋର୍ଟ କେଶ,ଡି. ପି. କେଶ, ପେନସନ କେଶ, ଅଫିସ ଇନିସ୍ପେକ୍ସନ, ସୂଚନା ଅଧିକାରୀ ଆଇନ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରୁ ଆସୁଥିବା ଅଭିଯୋଗ ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପରାମର୍ଶ ଦେଇଥିଲେ l ବୈଠକ ରେ ପୋଲିସ ମାଜିଷ୍ଟ୍ରେଟ ୱାନ ଷ୍ଟପ ସେଣ୍ଟର, ମିଶନ ଶକ୍ତି ଗୃହ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା, ଧାନ ସଂଗ୍ରହ, ଵାଣିଶ୍ରୀ ମେଧାକୃତି,ସମ୍ୱନ୍ୟୟ କମିଟି ବୈଠକ, ମ୍ୟୁଟେସନ କେଶ ଜଗନ୍ନାଥ ଙ୍କ ଜମି ମାମଲା, ସାର୍ଟିଫିକେଟ କେଶ,ରୁରାଲ ହାଉସିଂ,ରେକର୍ଡ ରୁମ ଡିଜିଟାଈଯେସନ, ଇ -ଅଫିସ କର୍ମକାରିତା,ଏକ୍ସଗ୍ରାସୀଆ ପେମେଣ୍ଟ, ଜିଲ୍ଲା ମଙ୍ଗଳ ବିଭାଗ ର ବିଦ୍ୟାଳୟ, ମସ୍ୟ ପୋଖରୀ,ବାଇ ଓ ଫ୍ଲକ, ଇଣ୍ଟ୍ରିଗ୍ରେଟେଡ଼ ଫାର୍ମି ଙ୍କ, ଏସ. ଏସ. ଜି ମାନଙ୍କ ଦ୍ୱାରା ରୋଷେଇ ଗ୍ୟାସ ବଣ୍ଟନ, ବିଦୁତ ବିଲ ସଂଗ୍ରହ, ଛତୁଆ ଉତ୍ପାଦନ, ସ୍କୁଲ ୟୁନିଫର୍ମ ପ୍ରସ୍ତୁତି, ମମତା ଯୋଜନା,ବାହାଘର ପ୍ରୋତ୍ସାହନ ରାଶି, ସାଂସଦ, ବିଧାୟକ ଆଞ୍ଚଳିକ ପାଣ୍ଠି,ଇନଡୋର ଓ ମିନି ଷ୍ଟାଡିଅମ ନିର୍ମାଣ ଅଗ୍ରଗତି, ଶିଶୁ ଯତ୍ନ ଅନୁଷ୍ଠାନ, ସଂସ୍କୃତି ବିଭାଗ ଲାଇବ୍ରେରୀ ନିର୍ମାଣ ଉପରେ ସମୀକ୍ଷା କରିଥିଲେ lକେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିରିଡ଼ି ବ୍ଲକର ପଞ୍ଚାୟତରାଜ ହାଇସ୍କୁଲ,ଚାନ୍ଦପୁରକୁ ଅଚାନକ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ l ଏହି ବୈଠକରେ ଆକ୍ତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ରୁଦ୍ର ନାରାୟଣ ଦାଶ,ଉପ - ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଜିଲ୍ଲାସ୍ତରୀୟ ଅଧିକାରୀ,ଦେପୁଡୀ କଲେକ୍ଟର,ସହକାରୀ ଜିଲ୍ଲାପାଳ ,ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ରାଜସ୍ୱ କମିଶନର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ଦିଗ୍ ଦର୍ଶନ ଓ ପରାମର୍ଶ ଅନୁଯାୟୀ ଅଧିକାରୀମାନେ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିରୀକ୍ଷଣ ପରେ ଦେଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ମା'ଶାରଳା ଙ୍କ ମନ୍ଦିର ପରିଦର୍ଶନ କରିବା ସହ ସାରଳା ମନ୍ଦିର ଉନ୍ନତିକରଣ ସମ୍ପର୍କରେ ଜିଲ୍ଲପାଳ, ମନ୍ଦିର ନିର୍ବାହୀ ଅଧିକାରୀ, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଓ ଓ. ବି. ସି. ସି କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ l ପ୍ରଥମେ ମନ୍ଦିରର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l
ରାଜ୍ୟ
କେନ୍ଦ୍ରାଚଂଳ ରାଜସ୍ବ କମିଶନର ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ
- Hits: 370