ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ସର୍ବ ପୁରାତନ ମହାବିଦ୍ୟାଳୟ ହେଉଛି ଅଞ୍ଚଳ ମହାବିଦ୍ୟାଳୟ । ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟୟନ କରି ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ନିଜ ତଥା ଅଞ୍ଚଳକୁ ଗୌରବାନ୍ମିତ କରିଛନ୍ତି । ଅଞ୍ଚଳ ମହାବିଦ୍ୟାଳୟରେ ଜିଲ୍ଲା ତଥା ଜିଲ୍ଲା ବାହାରର ଛାତ୍ରଛାତ୍ରୀ ମାନେ ପାଠ ପଢିଥାନ୍ତି । ପିଲା ମାନେ ରହି ସୁବିଧାରେ ପାଠ ପଢି ପାରିବେ ବୋଲି ଛାତ୍ରବାସ ରହିଛି । ହେଲେ ବର୍ତ୍ତମାନ ଛାତ୍ରବାସର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ବର୍ତ୍ତମାନ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରବାସରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ୧୫୦ ଜଣ ଛାତ୍ର ରହୁଛନ୍ତି । ଛାତ୍ରବାସରେ କୋଠରୀ ଗୁଡିକର ଛାତ ଫାଟି ଗଲାଣି ଯ ଦ୍ବାରା ପିଲାଙ୍କ ଜୀବନ ପ୍ରତି ବିପଦ ରହୁଛି । ବର୍ଷା ଦିନରେ ସ୍ଥାନେ ସ୍ଥାନେ ଛାତରୁ ପାଣି ଗଲୁଛି । ପିଲା ସଙ୍ଖା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସୌଚାଳୟ ମଧ୍ୟ ନାହିଁ ଫଳରେ ପିଲା ମାନେ ପଡିଆକୁ ସୌଚପାଇଁ ଯାଉଥିବା ଅଭିଯୋଗ କରିଛନ୍ତି । ଛାତ୍ରବାସର ଉନ୍ନତି ତଥା ଅନ୍ୟାନ୍ୟ ବାବଦକୁ କଲେଜ ପକ୍ଷରୁ ନିୟମିତ ଛାତ୍ର ମାନଙ୍କ ଠାରୁ ଫିସ ଅସୁଲ କରାଯାଉଥିଲେ ମଧ୍ୟ କୌଣସି ସୁବିଧା କରୁନଥିବା ଅଭିଯୋଗ ହେଉଛି । ଛାତ୍ରବାସ ର ସମସ୍ୟା କୁ ଗୁରୁତ୍ୱ ସହ ନେଇ ସମସ୍ୟା ସମାଧାନ କଲେ ଛାତ୍ର ମାନେ ଉପକୄତ ହେବେ ।
ରାଜ୍ୟ
ଅବ୍ୟବସ୍ଥା ଘେରରେ ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ।
- Hits: 4181