ହେଡଲାଇନସ୍:

ପୋଷାକ ଉତ୍ପାଦନ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ: ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦେଖାଇବେ ବାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ): ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ମିଶନ ଶକ୍ତି ବିଭାଗ ଓ ଆପାରେଲ ମେଡ୍‌-ଅପ୍‌ସ ଆଣ୍ଡ ହୋମ୍‌ ଫର୍ଣ୍ଣିସିଂ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ (ଏଏମ୍‌ଏଚ୍‌ ଏସ୍‌ଏସ୍‌ସି) (Apparel Made-ups & Home Furnishing Sector Skill Council (AMH SSC)), ନୂଆଦିଲ୍ଲୀଙ୍କ ମଧ୍ୟରେ ଆଜି ‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସିଲେଇ ମେସିନ୍‌ ଅପରେଟର ଭାବରେ ଦକ୍ଷତାଭିତ୍ତିକ ତାଲିମ’ ଶୀର୍ଷକ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ସ୍ୱୟଂ ସହାୟକ ସଦସ୍ୟାମାନେ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ପାଇବା ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବାରେ ସକ୍ଷମ ହେବେ ।
ଜୀବନଜୀବିକା ସୃଷ୍ଟି ପାଇଁ ଅନନ୍ୟ ସହଭାଗିତା ମାଧ୍ୟମରେ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନେ ପ୍ରାକ୍‌-ବିଦ୍ୟାଳୟ ଏବଂ ବିଦ୍ୟାଳୟ ୟୁନିଫର୍ମ ଯୋଗାଇ ଦେଉଛନ୍ତି । ଏହି ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ରାଜ୍ୟ ସରକାର ଏବଂ ଆପାରେଲ ମେଡ୍‌-ଅପ୍‌ସ ଆଣ୍ଡ ହୋମ୍‌ ଫର୍ଣ୍ଣିସିଂ ସେକଫର ସ୍କିଲ୍‌ କାଉନ୍‌ସିଲ୍‌ (ଏଏମ୍‌ଏଚ୍‌ ଏସ୍‌ଏସ୍‌ସି)ଙ୍କ ସହଯୋଗରେ ୧୦,୦୦୦ ସଦସ୍ୟାଙ୍କ ବଜାରଭିମୁଖୀ ଦକ୍ଷତା ବୃଦ୍ଧି ଏବଂ ପୋଷାକ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହନପୂର୍ବକ ଜୀବନଜୀବିକାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଚୁକ୍ତିନାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଟେଲରିଂ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କର ଆତ୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହାୟକ ହେବ । ଏହି ଦକ୍ଷତାଭିତ୍ତିକ ତାଲିମ, ମିଶନ ଶକ୍ତି ସ୍ୱୟଂ ସହାୟକ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଟେଲରିଂ ୟୁନିଟ୍‌ଗୁଡ଼ିକର କାର୍ଯ୍ୟକ୍ଷମତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଏବଂ ସୁଯୋଗ ଯୋଗାଇଦେବ ।
୧୮ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଆପାରେଲ ମେଡ୍‌-ଅପ୍‌ସ ଆଣ୍ଡ ହୋମ୍‌ ଫର୍ଣ୍ଣିସିଂ ସେକଫର ସ୍କିଲ୍‌ କାଉନ୍‌ସିଲ୍‌ (ଏଏମ୍‌ଏଚ୍‌ ଏସ୍‌ଏସ୍‌ସି) ସେମାନଙ୍କର ଟେଲରିଂ ୟୁନିଟ୍‌ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବ । ଏହି ସହଭାଗିତା ଅଧୀନରେ ଆପାରେଲ ମେଡ୍‌-ଅପ୍‌ସ ଆଣ୍ଡ ହୋମ୍‌ ଫର୍ଣ୍ଣିସିଂ ସେକଫର ସ୍କିଲ୍‌ କାଉନ୍‌ସିଲ୍‌ (ଏଏମ୍‌ଏଚ୍‌ ଏସ୍‌ଏସ୍‌ସି), ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି ଦିଗରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ ।

0
0
0
s2sdefault