ଆୟକର ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲା କଂଗ୍ରେସ କମିଟି କେନ୍ଦ୍ର ସରକାରଙ୍କ ଆକ୍ରେଶ ମୂଳକ ରାଜନୀତିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରାୟଗଡ ଆୟକର ଭବନ କାର୍ଯ୍ୟାଳୟ ସମ୍ମଖରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ଓ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସର ବର୍ବରତା ବିରୋଧରେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତତ୍ବରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ । ଦେଶରେ ଦରଦାମ୍ ବଢ଼ି ଚାଲିଥିବା ବେଳେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଏସବୁ ବିଫଳତାକୁ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକ୍ରମଣ କରିବା ସହିତ କଠୋର ସମାଲୋଚନା କରି ଆସୁଛନ୍ତି । ତାଙ୍କ ମୁହଁକୁ ବନ୍ଦ କରିବା ଓ କଂଗ୍ରେସର ସ୍ବର ଚପାଇବାକୁ ଇଡି ଜରିଆରେ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ମିଛ ମକଦ୍ଦମା ଲଗାଇ ଗାନ୍ଧୀ ପରିବାରକୁ ହଇରାଣ କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।