ହେଡଲାଇନସ୍:

ଏସପିଆଇଇଏଫ୍‍ରେ ‘ଆର୍କଟିକ: ଟେରିଟୋରୀ ଅଫ ଡାଏଲଗ୍‍’ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅଞ୍ଚଳର ଆର୍ଥିକ ବିକାଶ, ପରିବେଶ, ପର୍ଯ୍ୟଟନ, ଏବଂ ସୃଜନଶୀଳ ଶିଳ୍ପ ସହିତ ଉତ୍ତରାଞ୍ଚଳ ସାମୁଦ୍ରିକ ପଥର ବିକାଶ ଏବଂ ଆର୍କଟିକ୍‍ ଅଞ୍ଚଳରେ ମାନବ ସମ୍ପଦ ସମ୍ପର୍କିତ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା 

ନୂଆଦିଲ୍ଲୀ: ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାସନାଲ ଇକୋନୋମିକ ଫୋରମ୍‍ର ବୈଠକ ୨୦୨୨ ଜୁନ୍‍ ୧୫ରୁ ୧୮ ମଧ୍ୟରେ ଆୟୋଜିତ ହେଉଥିବା ଅବସରରେ ପ୍ରଥମ ଥର ପାଇଁ ଆର୍କଟିକ କାର୍ଯ୍ୟସୂଚୀ ନିମନ୍ତେ ଉତ୍ସର୍ଗୀକୃତ ଆଭିମୁଖ୍ୟକୁ ନେଇ ଏକ ଆର୍କଟିକ: ଟେରିଟୋରୀ ଅଫ ଡାଏଲଗ୍‍’ ଆୟୋଜିତ ହେଉଛି । ଏଥିରେ ରଖାଯାଇଥିବା ବିଷୟଭିତ୍ତିକ କାର୍ଯ୍ୟକ୍ରମରେ ୧୫ଟି କାର୍ଯ୍ୟସୂଚୀ ସାମିଲ ରହିଛି, ଯେଉଁଥିରୁ କିଛି କାର୍ଯ୍ୟକ୍ରମ ୨୦୨୧-୨୩ରେ ଆର୍କଟିକ ପରିଷଦରେ ରୁଷର ଅଧ୍ୟକ୍ଷତା ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଆୟୋଜନ କରାଯାଉଛି । ଏହା ରୋସ୍‍କଂଗ୍ରେସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହେଉଛି ।
“ଏହି କାର୍ଯ୍ୟକ୍ରମ ଅବସରରେ ଅଗ୍ରଣୀ ବିଶାରଦ ଏବଂ ଅଭିଜ୍ଞ ବ୍ୟକ୍ତିବିଶେଷ ଅଞ୍ଚଳର ଅର୍ଥନୈତିକ ବିକାଶ, ପରିବେଶ, ପର୍ଯ୍ୟଟନ ଏବଂ ସୃଜନଶୀଳ ଶିଳ୍ପ ଆଦି ସହିତ ଉତ୍ତରାଞ୍ଚଳ ସାମୁଦ୍ରିକ ପଥ ଏବଂ ଆର୍କଟିକରେ ମାନବ ସମ୍ପଦ ଏବଂ ଉତ୍ତରାଞ୍ଚଳର ମୂଳ ଅଧିବାସୀ ଲୋକଙ୍କ ସମ୍ପର୍କିତ ବିଷୟଗୁଡିକ ଉପରେ ଆଲୋଚନା କରିବେ । ଏହି ଅବସରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବ,” ବୋଲି ଆଣ୍ଟୋନ୍‍ କୋବ୍ୟାକୋଭ, ରୁଷ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଏବଂ ଅର୍ଗାନାଇଜିଂ କମିଟି ଫର ରୁଷିଆସ୍‍ ଚେୟାରମ୍ୟାନସିପ୍‍ ଇନ ଦି ଆର୍କଟିକ କାଉନସିଲର ଏକ୍‍ଜିକ୍ୟୁଟିଭ ସେକ୍ରେଟାରୀ କହିଛନ୍ତି ।
ଏହି ସମ୍ମିଳନୀର ଅନ୍ୟତମ ମୁଖ୍ୟ ଅଧିବେଶନ ଆର୍କଟିକ ଅଞ୍ଚଳରେ ଦୂରସଂଚାର ଏବଂ ଡିଜିଟାଲାଇଜେସନର ବିକାଶ ସମ୍ପର୍କିତ ସମ୍ମିଳନୀ ଉପରେ ଅନୁଷ୍ଠିତ ହେଉଛି । ଏଥିରେ ଅଂଶଗ୍ରହଣକାରୀମାନେ ଅଞ୍ଚଳରେ ଡିଜିଟାଲ ପ୍ରଯୁକ୍ତିର ପ୍ରଚଳନ, ଟେଲିମେଡିସିନର ବ୍ୟବହାର ଏବଂ ମାନବବିହୀନ ଯାନବାହନ ଚଳାଚଳ ଏବଂ ତାହାସହିତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିବେ । ଆର୍କଟିକ ୱାର୍କସପ୍‍ରେ ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ବିଷୟ ପ୍ରତି ଦୃଷ୍ଟି ଦିଆଯିବ ଏବଂ ହାଇ ଆଇସ୍‍ କ୍ଲାସ ଜାହାଜ ସଂଖ୍ୟା ବୃଦ୍ଧି ବିଷୟରେ ମଧ୍ୟ ବିଚାର କରାଯିବ । ଏଥିସହିତ ଏସପିଆଇଇଏପ୍‍ ୨୦୨୨ର କ୍ରିଏଟିଭ ବିଜନେସ୍‍ ଫୋରମ୍‍ର ଅଂଶସ୍ୱରୂପ ଉତ୍ତରାଞ୍ଚଳରେ ସୃଜନଶୀଳ ଶିଳ୍ପ ସ୍ଥାପନର ସମ୍ଭାବନା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହେବ ।
ଏସବୁ ସହିତ ‘ଆର୍କଟିକ: ଟେରିଟୋରୀ ଅଫ ଡାଏଲଗ୍‍’ ସମ୍ମିଳନୀ ଅବସରରେ ‘ଉତ୍ତରାଞ୍ଚଳ ସାମୁଦ୍ରିକ ପଥ: ଆନ୍ତର୍ଜାତିକ ପରିବହନ କରିଡର’ ଉପରେ ଅଧିବେଶନ ଆୟୋଜିତ ହେବାକୁ ଯାଉଛି । ରୁଷର ଆର୍କଟିକ ଅଞ୍ଚଳର ଅର୍ଥନୀତି ଉପରେ ଏହି ପଥର ପଡୁଥିବା ପ୍ରଭାବ, କଟକଣାଜନିତ ଚାପ କାରଣରୁ ଉତ୍ତରାଞ୍ଚଳ ସାମୁଦ୍ରିକ ପଥକୁ ବ୍ୟବହାର କରି ବ୍ୟକ୍ତିଗତ ଅଞ୍ଚଳର ବିକାଶ ନିମନ୍ତେ ରହିଥିବା ସୁଯୋଗ ଏବଂ ତତ୍‍ସହିତ ରୁଷ ସହିତ ବନ୍ଧୁତ୍ୱପୂର୍ଣ୍ଣ ଥିବା ରାଷ୍ଟ୍ରଗୁଡିକ ସହିତ ସହଭାଗିତା ସୁଦୃଢ କରିବା ସମ୍ଭାବନା ସମ୍ପର୍କରେ ମଧ୍ୟ ଅଂଶଗ୍ରହଣକାରୀମାନେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।
“ସମ୍ପ୍ରତି ଆର୍କଟିକ୍‍ରେ ୩୦୦୦ରୁ ଅଧିକ ପୁଞ୍ଜନିବେଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଏବଂ ସୁଦୂର ପ୍ରାଚ୍ୟ ସରକାରୀ ସମର୍ଥିତ କୌଶଳକୁ ବ୍ୟବହାର କରୁଛି ତଥା ଉତ୍ତରାଞ୍ଚଳ ସାମୁଦ୍ରିକ ପଥରେ ପ୍ରତିବର୍ଷ ପଣ୍ୟ ପରିବହନ ବୃଦ୍ଧିପାଇବାରେ ଲାଗିଛି । ବାହ୍ୟ କଟକଣା ଏବଂ ଅର୍ଥନୈତିକ ରୂପାନ୍ତରଣ ପରିପ୍ରେକ୍ଷୀରେ ଏହି ପଥ ସମ୍ପ୍ରତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଫୋରମ୍‍ର ଅଂଶଗ୍ରହଣକାରୀଙ୍କ ସହିତ ଆମେ ପରିବହନ ଓ ଲଜିଷ୍ଟିକ୍ସ ସମସ୍ୟାର ସମାଧାନ କରିପାରୁଥିବା ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ସୁନିଶ୍ଚିତ କରୁଥିବା ଏବଂ ତାହାସହିତ ସୁଦୂର ପ୍ରାଚ୍ୟର ଆଭ୍ୟନ୍ତରୀଣ ଏବଂ ଉତ୍ତରାଞ୍ଚଳକୁ ଚାହିଦା ମୁତାବକ ପରିମାଣର ସାମଗ୍ରୀ ପହଞ୍ଚାଇବା ନିମନ୍ତେ ସର୍ବାଧିକ ଫଳପ୍ରଦ ଏବଂ ସ୍ଥାୟୀ ସମାଧାନଗୁଡିକ ସମ୍ପର୍କରେ ଆଲୋଚନା କରିବୁ,” ବୋଲି ଡେଭଲପମେଣ୍ଟ ଅଫ ଦି ରଷିଆନ୍‍ ଫାର ଇଷ୍ଟ ଆଣ୍ଡ ଆର୍କଟିକ ମନ୍ତ୍ରୀ ଆଲେକ୍ସି ଚେକୁନ୍‍କୋଭ କହିଛନ୍ତି ।
“ଆର୍କଟିକ ପରିଷଦ କାର୍ଯ୍ୟ ସାମୟିକ ଭାବରେ ସ୍ଥଗିତ ରହିଥିବାବେଳେ ଆର୍କଟିକ ଅଞ୍ଚଳର ସର୍ବବୃହତ ରାଷ୍ଟ୍ର ଭାବରେ ରୁଷିଆ ଆର୍କଟିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ଫାଇଦା ନିମନ୍ତେ ଦୀର୍ଘସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଆର୍କଟିକ ପରିଷଦ କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବା ଏବଂ ଅଣ ଆଞ୍ଚଳିକ ରାଷ୍ଟ୍ରସମେତ ଆମ ରାଷ୍ଟ୍ରସହିତ ଗଠନମୂଳକ ଆଭିମୁଖ୍ୟ ନେଇ ଆଲୋଚନା କରିବାକୁ ଆଗ୍ରହୀ ଥିବା ରାଷ୍ଟ୍ରଗୁଡିକ ସହିତ ଆଲୋଚନା କରିବାକୁ ଆମେ ପୂର୍ଣ୍ଣ ପ୍ରସ୍ତୁତ,” ବୋଲି ନିକୋଲେ କୋର୍‍ୁନୋଭ, ଚେୟାରମ୍ୟାନ, ସିନିୟର ଆର୍କଟିକ ଅଧିକାରୀ ଏବଂ ଆମ୍ବାସାଡର-ଆଟ-ଲାର୍ଜ ଅଫ ଦି ରଷିଆନ୍‍ ମିନିଷ୍ଟ୍ରି ଅଫ ଫରେନ୍‍ ଆଫେୟାର୍ସ କହିଛନ୍ତି ।

0
0
0
s2sdefault