ହେଡଲାଇନସ୍:

ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁଙ୍କ ସହ ରଜ ପାଳିଲେ ସୁବର୍ଣ୍ଣପୁର ଜିଲ୍ଲାପାଲ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟିଲା

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି ଶିଶୁମାନଙ୍କୁ ରଜ ଅବସରରେ ନିଜ ପାଇଁ ଆବଶ୍ୟକ ପୋଷାକ ନିଜ ଇଚ୍ଛାରେ କିଣି ପିନ୍ଧିବାକୁ ପଦକ୍ଷେପ ନେଇ ଶିଶୁଙ୍କ ମୁହଁରେ ହସ ଦେଇଛନ୍ତି l ପ୍ରଥମ ଥର ପାଇଁ ଶିଶୁ ଗୃହରେ ରହୁଥିବା ଶିଶୁ ଙ୍କୁ ଏହି ସ୍ୱତନ୍ତ୍ରତା ପ୍ରଦାନ କରି ଜିଲ୍ଲାପ୍ରଶାସନ ଶିଶୁଙ୍କ ମନୋବଳ କୁ ବୃଦ୍ଧି କରିବା ସହିତ ଆତ୍ମବଳ କୁ ଦୃଢ କରିବାକୁ ପ୍ରଯତ୍ନ କରିଛି l ଏହି ପରିପ୍ରେକ୍ଷୀରେ ଶିଶୁ ଗୃହର ୪୧ ଜଣ ଶିଶୁ ଅନ୍ତେବାସୀ ସ୍ଥାନୀୟ ନିୟୁ ସତ୍ୟମ କ୍ଲଥ ଷ୍ଟୋର କୁ ଯାଇ ନିଜ ପସନ୍ଦ ମୁତାବକ ନିଜ ପାଇଁ ପୋଷାକ କିଣିଛନ୍ତି l ସେମାନେ ନିଜ ପସନ୍ଦର ପୋଷାକ କିଣିବା ପରେ ରଜରେ ପିନ୍ଧିବୁ ବୋଲି କହିବା ସହ ବହୁତ ଖୁସି ଥିବା କହିଛନ୍ତି, ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଉଦାରତା ନିମନ୍ତେ ଏହା ସମ୍ଭବ ହୋଇଥିବା ରୁ ଧନ୍ୟବାଦ ଜଣାଇଛନ୍ତି l ଏହି ସମସ୍ତ ବ୍ୟବସ୍ଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ରଞ୍ଜିତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଶିଶୁ ଗୃହର ସୁଜାତା ବେହେରା, ମାଳତୀ ଜେନା,ଅମୃତା ସାହୁ,ଟିକେଶ୍ୱର ଛାତ୍ରିଆ ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault