ହେଡଲାଇନସ୍:

ଜଗବନ୍ଧୁ ଜାରିକଲେ ଅଡିଓ ଟେପ, ଗଣଦୁଷ୍କର୍ମ ପ୍ରତିବାଦରେ ମାଓବାଦୀଙ୍କ କୋରାପୁଟ ବନ୍ଦ ୧୬ରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୋରାପୁଟ  : କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ନେଇ ପୋଲିସ୍ କରିଥିବା ଅଭିଯୋଗକୁ ମାଓବାଦୀ ସଂଗଠନ ଖଣ୍ଡନ କରିଛି  । ଏହାସହ ସମ୍ପୃକ୍ତ ସଂଗଠନ ଗଣ ଦୁଷ୍କର୍ମ ପ୍ରତିବାଦରେ ଆସନ୍ତା ୧୬ ତାରିଖ ଦିନ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି  । ଅ।ନ୍ଧ୍ର ଓଡ଼ିଶା ସ୍ପେଶାଲ ବର୍ଡର ଜୋନାଲ କମିଟି ସଦସ୍ୟ ଜଗବନ୍ଧୁ ଏକ ଅଡିଓ ଟେପ୍ ଜାରୀ କରି ଏହି ଘୋଷଣା କରିଛନ୍ତି  । 

ଜଗବନ୍ଧୁ ନାବାଳିକା ଗଣବଳାକ୍ରାରର ତୀବ୍ର ନିନ୍ଦା କରିବା ସହ ପୋଲିସ ଏଭଳି କାର୍ଯ୍ୟରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି  । ପୋଲିସର ଏଭଳି ହୀନ କାର୍ଯ୍ୟ ଅ।ନ୍ଧ୍ର, ଓଡ଼ିଶା ଏବଂ ଛତିଶଗଡ଼ ଅ ।ଦି ରାଜ୍ୟରେ ଘଟୁଥିଲେ ହେଁ ସେସବୁକୁ ଲୁ·ଇ ଦିଅ ।ଯାଉଛି  । ଏଭଳି ଘଟଣାକୁ ଅ।ମ ସଙ୍ଗଠନ ତୀବ୍ର ବିରୋଧ କରୁଥିବାବେଳେ ଏହି ଘଟଣାର ଅ ।ନେ୍ଦାଳନକାରୀଙ୍କୁ ଅ ।ମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ  । ଅ ।ସନ୍ତା ୧୬ତାରିଖରେ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଅ ।ଯାଉଛି । ଅ।ମ ସଙ୍ଗଠନର କାର୍ଯ୍ୟ ଜନହିତକର ଏବଂ ଲୋକଙ୍କୁ ସାହାଯ୍ୟ କରିବା, ମାଓ ଦମନ ନାମରେ ପୋଲିସ ନିରୀହ ଲୋକଙ୍କୁ ଶୋଷଣ କରିବା ସହ ଏଭଳି ନାବାଳିକାଙ୍କୁ ମଧ୍ୟ ବଳାକ୍ରାର କରୁଥିବାରୁ ଅ।ମ ସଙ୍ଗଠନ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ମାଓ ନେତା ଜଗବନ୍ଧୁ ଫୋନ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇନଥିବାରୁ  ୧୬ ତାରିଖ ଦିନ କୋରାପୁଟ ବନ୍ଦ ପାଳନ କରାଯିବ ବୋଲି ଗତକାଲି ଜୟପୁର ବିଧାୟକ ତାରା ବାହିନୀପତି ଘୋଷଣା କରିଥିଲେ  । 

0
0
0
s2sdefault