ହେଡଲାଇନସ୍:

ଯୋଡା ସହରର ମୁଖ୍ୟ ରାସ୍ତାରେ ପିଲେଟ୍ ବିଚ୍ଛୁରିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଥଚାରୀ ଠାରୁ ଆରମ୍ଭ କରି ବାଇକ ଆରୋହୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ 

ଯୋଡାରୁ ସମିର କୁମାର- କେନ୍ଦୁଝର ଜିଲା ଯୋଡା ସହରର ମୁଖ୍ୟ ରାସ୍ତାରେ ପିଲେଟ୍ ବିଚ୍ଛୁରିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଷ୍ଟେଟବ୍ୟାଙ୍କ ଛକ ରାସ୍ତାରେ ଏଣେ ତେଣେ ପିଲେଟ୍ ପଡିବା ଯୋଗୁଁ ସାଧାରଣ ପଥଚାରୀ ଠାରୁ ଆରମ୍ଭ କରି ବାଇକ ଆରୋହୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ପିଲେଟ ପରିବହନବେଳେ ଡମ୍ପରରୁ ପିଲେଟ ଗୁଲି ପଡି ଦୁର୍ଘଟଣା ଘଟିବା ସହିତ ବାରମ୍ବାର ଜନଜୀବନ ଅସ୍ତବ୍ୟସ୍ତ ହେବା ସଧାରଣ ଘଟଣାରେ ପରିରଣତ ହୋଇଛି । ବହବିଲ ଓ ଦେଓଝର ଠାରେ ଥିବା ପିଲେଟ ଉତ୍ପାଦନକାରୀ କମ୍ପାନୀ ବିରୋଧରେ ସହରବାସୀ ବାରମ୍ବାର ଅଭିଯୋଗ କରିବାପରେ ପ୍ରଶାସନ ପକ୍ଷରୁ ପିଲେଟ ପରିବହନ ବେଳେ ସର୍ତକତା ଅବଲମ୍ବନ କରିବାପାଇଁ କଡା ନିଦେ୍ର୍ଦଶ ରହିଥିଲେ ହେଁ ଏହାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି । ପରିବହନ ବେଳେ ଡମ୍ପରରୁ ପିଲେଟ ଖସି ପଡୁଥିବା ବେଳେ ଏଥିପ୍ରତି କମ୍ପାନୀ, ପରିବହନକାରୀ ସଂସ୍ଥା ମାନେ ଧ୍ୟାନ ଦେଉନାହାନ୍ତି । ଫଳରେ ରାସ୍ତାରେ ପଡୁଥିବା ପିଲେଟ ବିଚ୍ଛୁରିତ ହୋଇ ପଡିରହିଛି । ସେଗୁଡିକୁ ଝାଡୁ ଲଗାଇ ରାସ୍ତା କଡରେ ଗଚ୍ଛିତ ରଖାଯାଉଛି । ଏହି ଗଚ୍ଛିତ ପିଲେଟ ଗୁଡିକୁ କମ୍ପାନୀ ପକ୍ଷରୁ ଉଠାଯାଉ ନଥିବାରୁ ସେଥିରେ ବାଇକ ଆରୋହୀ ମାନେ ପଡିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ପିଲେଟ ବିଚ୍ଛୁରିତ ହେବା ଘଟଣାକୁ କେନ୍ଦ୍ରକରି ସହରବାସୀ ଅନେକ ସମୟରେ ରାସ୍ତା ଅବରୋଧ କରୁଛନ୍ତି । ହେଲେ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହେଉଛି । ବିଗତ ଦିନରେ ଏନେଇ ଯୋଡା ପୌରପାଳିକା ପକ୍ଷରୁ ଦୁଇଦୁଇ ଥର ନୋଟିସ କରାଯାଇଛି । ହେଲେ କୌଣସି ସୁଫଳ ସହରବାସୀଙ୍କୁ ମିଳିପାରୁ ନାହିଁ । ଯୋଡା ଖଣି ମଣ୍ଡଳରେ ଥିବା ଶିଳ୍ପ ଓ ଖଣିସଂସ୍ଥା ଖଣିଜଦ୍ରବ୍ୟ ଉତୋଳନ କରି ମୁନାଫା କମାଉଥିବା ବେଳେ ପ୍ରଭାବିତ ଓ ପରିପାର୍ଶ୍ଵିକ  ଅଂଚଳପ୍ରତି ସେମାନଙ୍କ ଦାୟୀତ୍ୱକୁ ଭୁଲିଯାଇଛନ୍ତି । ଖଣି ଓ ଶିଳ୍ପସଂସ୍ଥା ଯୋଗୁଁ ସ୍ଥାନୀୟ ଅଂଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ । ଏସମ୍ପର୍କରେ ଯୋଡା ନଗର ବିଜେଡି(ଯୁବଶାଖା)ର ସଭାପତି ମାନସ ରଂଜନ ଦାସ ନିଜର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଯୋଡା ଜନସାଧାରଣ ଆଜି ଅବହେଳିତ । ପ୍ରଶାସନ ପକ୍ଷରୁ ସଂପୃକ୍ତ ପିଲେଟ ଉପ୍ôାଦନକାରୀ କମ୍ପାନୀ ଓ ପରିବହନକାରୀ ସଂସ୍ଥା ପ୍ରତି କଡା ନିଦେ୍ର୍ଦଶ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅନେକାଂଶରେ ଏହାର ସମାଧାନ ହୋଇପାରନ୍ତା । ସହର ଦେଇ ପିଲେଟ ପରିବହନ ହେଉଥିବାରୁ ଏଥିପ୍ରତି ଯୋଡା ପୌରପାଳିକାର ଗୁରୁଦାୟୀତ୍ୱ ରହିଛି । ପୌରପାଳିକା ପକ୍ଷରୁ ଅବହେଳା ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସଂପୃକ୍ତ କମ୍ପାନୀ , ପରିବହନ ସଂସ୍ଥା ଓ ଗାଡି ଗୁଡିକ ପରିବହନ ବେଳେ ସତର୍କତା ଅବଲମ୍ବନ କରୁନଥିବାରୁ ପିଲେଟ ଗୁଡିକ ଡମ୍ପରରୁ ଖସି ରାସ୍ତାରେ ଏଣେତେଣେ ପଡିରହୁଛି ।ମୂଲ୍ୟବାନ ପିଲେଟ ଗୁଡିକୁ ସଂପୃକ୍ତ କମ୍ପାନୀ ପକ୍ଷରୁ ଉଠା ନଯାଇ କେଉଁ ସ୍ୱାର୍ଥରେ ରାସ୍ତାରେ ପକାଇରଖାଯାଇଛି ବୋଲି ସଭାପତି ମାନସ ରଂଜନ ଦାସ ପ୍ରକାଶ କରିଛନ୍ତି । ଏହିପରି ଯଦି ସଂପୃକ୍ତ ଶିଳ୍ପ ସଂସ୍ଥା ତଥା ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଏ ତାହେଲେ ଅତିଷ୍ଠ ଯୋଡାବାସୀଙ୍କ ଅନୁରୋଧ କ୍ରମେ ଜନ ଆନେ୍ଦାଳନ କରାଯିବ ବୋଲି ସେ କହିଛନ୍ତି ।

 

 

 

 

 

0
0
0
s2sdefault