ମେଲଛାମୁଣ୍ଡା,(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମର ଆଶା କର୍ମି କିଶୋରୀ ତାଣ୍ଡିଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବୀକୁ ନେଇ ସନିବାର ଅପରାହ୍ନରେ ସାଲେପାଲି ଗ୍ରାମର ଶତାଧିକ ପୁରୁଷ ମହିଳା ମେଲଛାମୁଣ୍ଡା ଥାନା ପରିସରରେ ରୁଣ୍ଡ ହୋଇଥିଲେ । ଥାନା ଅଧିକାରୀ ମିନାକ୍ଷୀ ଠାକୁରଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅଧିକ ସମୟ ମାଗିବାରୁ ଉପସ୍ଥିତ ପୁରୁଷ ମହିଳା ପୁଲିସର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଥାନା ପରିସରରୁ ଚାଲିଯାଇଥିଲେ । ପ୍ରକାଶ ଯୋଗ୍ୟ ଯେ ମେ ୧୨ ତାରିଖ ରାତ୍ରରେ ସାଲେପାଲି ଆଶା କର୍ମିଙ୍କ ଝିଅର ବାହାଘର ଚାଲିଥିଲା । କୋଣସି କଥାକୁ ନେଇ ସାଲେପାଲି ଗ୍ରାମର ସୁବୋଧ ରାଜହଂସ ଏବଂ ଟେଙ୍ଗେରପଦର ଗ୍ରାମର ସୁମନ୍ତ ନାଏକଙ୍କ ସହ କଥା କଟାକଟି ହୋଇଥିଲେ । ଉଭୟ ସୁବୋଧ ଏବଂ ସୁମନ୍ତ ରାଗିଯାଇ କିଶୋରୀ ତାଣ୍ଡିଙ୍କୁ କୁରାଢିରେ ଆକ୍ରମଣ କରିବାରୁ କିଶୋରୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ମେଲଛାମୁଣ୍ଡା ପୁଲିସ ଥାନାରେ ଏକ ମୃତ୍ୟୁ ମାମଲା ରୁଜୁ କରିବା ସହ ଦୁଇ ଦିନ ମଧ୍ୟରେ ସାଲେପାଲି ଗ୍ରାମର ସୁବୋଧକୁ ଗିରଫ କରି କୋଟ ଚାଲାଣ କରିସାରିଥିବା ବେଳେ ଅନ୍ୟ ଅଭିଯୁକ୍ତ ସୁମନ୍ତ ନାଏକ ଫେରାର ମାରିବାରେ ସଫଳ ହୋଇଯାଇଛି ।
ରାଜ୍ୟ
ହତ୍ୟାକାରୀର ଗିରଫଦାରୀ ଦାବୀ କଲେ ଶତାଧିକ ପୁରୁଷ ମହିଳା
- Hits: 826