ହେଡଲାଇନସ୍:

ଫାଟୁଆ ରୋଗରେ ୮ ଗୋରୁ ମୃତ, ଶତାଧିକ ଆକ୍ରାନ୍ତ :ସଙ୍କୁଲେଇ  ଓ ତଳଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

08-08-18-simun.gif - 240.67 kB

ବୌଦ୍ଧ(ସିମୁନ୍ ନାଏକ)  ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସଙ୍କୁଲେଇ ଓ ତଳଗାଁ ପଂଚାୟତରେ ଗତ କିଛିଦିନ ହେଲା  ଫାଟୁଆ ରୋଗ ରେ ଶିକାର ହୋଇ ୧୨ ରୁ ଉର୍ଦ୍ଧ ଗୋରୁ ଙ୍କର ମୃତୁ୍ୟ ଘଟିବା ସହିତ ଏହି ରୋଗରେ ପ୍ରାୟ ଶତାଧିକ ଗାଇ, ବଳଦ ଓ ଛେଳି  ଆକ୍ରାନ୍ତ ହୋଇଥିବା  ଦେଖାଯାଇଛି । ଗୋଟିଏ ପଟେ ଏହି ରୋଗ ସଂକ୍ରମିତ ହୋଇ ଦିନକୁ ଦିନ ମାହାମାରୀ ଭଳି ବିଭିନ୍ନ ଅଂଚଲକୁ ବ୍ୟାପିବାରେ ଲାଗିଥିବା ବେଳେ  ଅନ୍ୟପଟେ ପ୍ରଭାବିତ ସଙ୍କୁଲେଇ ଓ ତଳଗାଁ ଆଦ ପଂଚାୟତରେ ଥିବା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଗୁଡିକରେ ଜଣେ ହେଲେ ଷ୍ଟାଫ୍ ନଥିବା ଯୋଗୁଁ ସେଗୁଡିକରେ ଦୀର୍ଘଦିନ ହେଲା ତାଲା ପଡିଥିବାରୁ ଆକ୍ରାନ୍ତ ପ୍ରାଣୀମାନଙ୍କର ଚିକିତ୍ସା ରେ ସମସ୍ୟା ଦେଖା ଦେଇଛି । ଏପରିକି ସ୍ଥାନୀୟ ଚାଷୀ ଓ ପଶୁପାଳକ ମାନେ ବେସରକାରୀ ଭାବେ ପ୍ରାଣୀ ଚିକିତ୍ସା କରୁଥିବା କେତେକ କ୍କାକ୍ ଙ୍କ ଦ୍ୱାରା ଭେକସିନ ଦିଆଯିବା ପରେ ମଧ୍ୟ ସେଥିରେ କୌଣସି ସୁଫଳ ମିଳୁନଥିବା କ୍ଷତିଗ୍ରସ୍ତ ପଷୁପାଳକ ମାନେ ଅଭିଯୋଗ କରିଛନ୍ତି । ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରାପ୍ତ ଅଭିଯୋଗ ମତେ ଗତ ଏକ ସପ୍ତାହ ଭିତରେ ସଙ୍କୁଲେଇ ପଂଚାୟତ ଅନ୍ତର୍ଗତ କମ୍ଭୁନାଥପୁର, ହରିହରପୁର, ଛେଳିଖାଇ, ବିଶିପାଲି, କଙ୍କରଡା, ଠାକୁରମୁଣ୍ଡା, ବରଝୁଲି  ଗ୍ରାମର ଦିନବନ୍ଧୁ ବାଘଙ୍କର ୨ଟି ବଳଦ ଓ ଗୋଟିଏ ଗାଇ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସେହି ଗ୍ରାମର ସୁନିଲ ପ୍ରଧାନଙ୍କ ୨ ବଳଦ ଓ ୧୨ ଟି ଗାଈ ,ସନ୍ତୁ ବେହେରା ଙ୍କର ୧ ବଳଦ ୪ ଗାଈ , ଚାପଧାରୀ ଭୋଇ ଙ୍କ ୨ ବଳଦ , ଝାରୁ ସେଠୀଙ୍କ ୨ ବଳଦ ୩ ଗାଇ , ରାମଚନ୍ଦ୍ର ସୁନା ଙ୍କ ୪ ଛେଳି , ୩ ବାଛୁରୀ , ଉଦ୍ଧବ ମହାନନ୍ଦିଆଙ୍କ ୩ ଛେଳି ଟି ୩ ବାଛୁରି, ଲକ୍ଷବଚ୍ଚ ନାଏକ ୨ ଛେଳି, ୫ ବାଛୁରି, ଯୋଗୀନ୍ଦ୍ର ଦୀପ ୨ ଛେଳି ୫ ବାଛୁରୀ , କମ୍ଭୁନାଥପୁର ଗ୍ରାମର ଶେଷଦେବ ଗାଇଗୌରିଆ ୧ ଗାଇ, ନିରାକାର ବାଙ୍କ ୨, ଭୁବନ ନାଏକ ୨, ବଉନ ବେହରୋ ୩ ବାଛୁରି, ଶତୃଘନ ଗୁରୁ ୩ ଛେଳି, ହରିହରପୁର ଗ୍ରାମର ବ୍ରମହ୍ନୃାନନ୍ଦ ନାଏକ୩ବଳଦ, ଉପେନ୍ଦ୍ର ବାରିକ ୨ ଗାଇ, ବିଜୟ ବାରିକ ୨, ନାରାୟଣ ମହାକୁଡ ୨ ଛେଳି, ନୂଆପଡା ଗ୍ରାମର ଭିବିଷଣ ବାଘ ୨ବାଛୁରି ଓ ୧ ବଳଦ, ଶୁକଦେବ ଷାଣ୍ଢ ୨ ବଳଦ, ଧିରେନ୍ଦ୍ର ବେହେରା ୩ ଛେଳି, ବିଜୟ ମହାକୁଡ ଓ ଝପ୍ଟ ନାଏକଙ୍କ ୨ ଗାଇ, ଛେଳିଖାଇ ଗ୍ରାମର ବାବୁଲା ନାଏକ ୨ ଛେଳି, ସନ୍ତୋଷ ନାଏକ ୨ ଗାଈ, ରବିନ୍ଦ୍ର ନାଏକ ୩ ବାଛୁରି ଓ ଅଭିମନୁ୍ୟ ନାଏକଙ୍କ ୨ ଗଈ ଓ ୧ ବାଛୁରି ଫାଟୁଆ ରୋଗରେ ଆକ୍ରାନ୍ତ ଥିବା ଜଣାଯାଇଛି । ସେହିପରି ତଳଗାଁ ପଂଚାୟତର ଗଣ୍ଡାପାଜୁ , ଡାକପଦର, ଖାଲଗାଡୁ, ବାରମୁଣ୍ଡ. ରାଣିସାହି ଓ ଖଳିସାହି ଆଦି ଗ୍ରାମର ତ୍ରିଲୋଚନ ବାଘ ୧ ଗାଈ ମୃତ ଓ  ୨ ଟି ଗାଈ ,ଗୋଟିଏ ବଳଦ ଆକ୍ରାନ୍ତ । ସେହିଭଳି ସୁକାନ୍ତ ବଗର୍ତି ଙ୍କ ୧ ଗାଈ ଆକ୍ରାନ୍ତ ଓ ୧ ମୃତ , ବିଦେଶୀ ବଗର୍ତି ୧ , ନିର ସାହୁ ୨ , ଫୁୁଲଚୋନ ବାଘ  ୧  ବଳଦ , ନିତ୍ୟାନନ୍ଦ ବଗର୍ତି, ତିଲୁ ସାହୁଙ୍କ ଗୋଟିଏ ଲେଖାଏଁ ଗାଈ ଫାଟୁଆ ରୋଗର ଶିକାର ହୋଇ ମୃତୁ୍ୟବରଣ କରିଥିବା କୁହାଯାଉଛି । ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଧିକାରୀ ଶରତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଳଗାଁ ଓ ସଙ୍କୁଲେଇ ପଂଚାୟତ ରେ ଫାଟୁଆ ରୋଗ ରେ ଗୋରୁଗାଈ ଆକ୍ରାନ୍ତ ହେବା ଖବର ମୁଁ ଆପଣମାନଙ୍କ ଠାରୁ ପ୍ରଥମେ ଜାଣିବାକୁ ପାଇଲି । ପ୍ରଥମ କଥା ହେଲା ଫାଟୁଆ ରୋଗରେ କୌଣସି ଗୋରୁଗାଇ ମରିବା କଥାନୁହଁ । ତାହା ଅନ୍ୟ କୌଣସି କାରଣ ଯୋଗୁଁ ମଧ୍ୟ ହୋଇଥାଇପାରେ । ତେଣୁ ଆସନ୍ତାକାଲି ପ୍ରଭାବିତ ଗାଁ ଗୁଡିକୁ ଆମର ଷ୍ଟାଫ୍ ପଠାଇ ତଦନ୍ତ କରିବା ପରେ ଆବଶ୍ୟକ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ଦିଗରେ ପଦକ୍ଷେପ ନେବୁ ବୋଲି କହିଥିଲେ । 

 

 

 

0
0
0
s2sdefault