ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ସଚିବଙ୍କୁ ଚିଠି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକା ହତ୍ୟାର ଠୋସ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ 

08-08-18-jaj-1.gif - 248.99 kB

ଯାଜପୁରରୋଡ୍(ବୁ୍ୟରୋ ଚିଫ୍, ଜୟଶଙ୍କର ଦାଶ) : କୋରାଇ ନାବାଳିକାକୁ ହତ୍ୟା ଏବଂ ଏଥିରେ ଜଣେ ନାବାଳକକୁ ହତ୍ୟାକାରୀ ଦର୍ଶାଇ ଗିରଫ ଗରିବା ଘଟଣାରେ ଠୋସ୍ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି । ଯାଜପୁର ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ଫଜଲପୁର ଗ୍ରାମରେ ଜୁନ୍ ୧୮ ତାରିଖ ରାତିରେ ପିତାମାତାଙ୍କ ଅନୁପସ୍ଥିତିରେ ଜଣେ ୧୬ ବର୍ଷୀୟା ଦଳିତ ନାବାଳିକାକୁ ହତ୍ୟା କରି ଶବକୁ ପୋଖରୀରେ ଫିଙ୍ଗିଦେବା ଅଭିଯୋଗରେ ପ୍ରକୃତ ଅଭିଯୁକ୍ତକୁ ଛାଡ଼ିଦେଇ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିବା ଜଣେ ୧୩ ବର୍ଷୀୟ ନିଦେ୍ର୍ଧାଷ ନାବାଳକକୁ ହତ୍ୟାକାରୀ ଦର୍ଶାଇ ଗିରଫ କରିବା ସହ ତାକୁ ଥାନାରେ ଇନସ୍ପେକ୍ଟର ଓ ଦୁଇ କନଷ୍ଟେବଳ କରେଣ୍ଟ ଦେଇ ତାକୁ ଠେଙ୍ଗାରେ ପିଟି ସାଧା କାଗଜରେ କବୁଲନାମା ଲେଖାଇ ନେବା ଆଦି ସ୍ପର୍ଶକାତର ଘଟଣାକୁ ଏକ ଜାତୀୟସ୍ତରର ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ତଦନ୍ତ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନ, ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକଙ୍କ ନିକଟରେ ଗତ ୧୭ ତାରିଖରେ ଉଦୟ ନାଥ ସାହୁ ଆବେଦନ କରିଥିଲେ । ଏହି ଆବେଦନର ଗୁରତ୍ୱକୁ ବିଚାରକୁ ନେଇ ଏହା ଉପରେ ପୂର୍ବରୁ ଜାତୀୟ ମାନବାଧିକାର କମିଶନର ଏକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଜାତୀୟ ଅନୁସୂଚିତ ଜାତି କମିଶନରରେ ମଧ୍ୟ ଅନୁରୂପ ଆଉ ଏକ ମାମଲା ୧୯୫୭୦/ସିଆର/୧୮ ପଞ୍ଜିକୃତ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ଆବେଦନପତ୍ର ପ୍ରାପ୍ତ ସଂଖ୍ୟା ପିଏମ୍ଓପିଜି/ଡି/୨୦୧୮/୦୨୭୩୯୩୨ରେ ପଞ୍ଜିକୃତ ହୋଇଥିଲା । ଜୁଲାଇ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଆଲୋକ ସୁମନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖି ଆବେଦନକାରୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 

 

0
0
0
s2sdefault