ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରାଗଲେ ଗ୍ରାମବାସୀମାନେ ଉପକୃତ ହେବେ !
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ ରେ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ କିଛି ହୀନ ନ୍ୟଷ୍ଟ ସ୍ୱାର୍ଥ ହାସଲକାରୀ ବ୍ୟକ୍ତିମାନେ ଚକ୍ରାନ୍ତ କରୁଥିବାର ଅଭିଯୋଗ ହୋଇଛି । ତେବେ ଏହି ପଂଚାୟତର ଗ୍ରାମବାସୀମାନେ ଏହାର କଡ୍ଡା ଜବାବ ରଖିଛନ୍ତି । ପ୍ରକାଶଥାଉକି ଏହି ଗ୍ରାମପ ।ୟତର ବାଙ୍କେଶ୍ୱର ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୫ମ ଏସ,ଏଫ,ସି ପ୍ରକଳ୍ପ ରେ ବିଭାଗୀୟ ଅଧିକାରୀଙ୍କ ନାମରେ ୩ଲକ୍ଷ ଟଙ୍କା ଓ ବାଘୁଆ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସ୍ପେଶାଲ ଗ୍ରାଂଟରେ ୫ଲକ୍ଷ ଟଙ୍କାର ଅଟକଳ କରାଯାଇଛି । ଏପରିକି ଗ୍ରାମବାସୀଙ୍କ ଜ୍ଞାତସାରରେ କାମ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ପୂର୍ବରୁ ଦୁଇଟି ଯାଙ୍କ ପୋଖରୀ କାର୍ଯ୍ୟର ଫଳକ ଲଗାଯାଇଛି । ସରକାରୀ ନିୟମା ମୁତାବକ ୫ମ ଏସ,ଏଫ,ସି ପ୍ରକଳ୍ପ ଓ ପଂଚାୟତ ସ୍ପେଶାଲ ଗ୍ରାଂଟରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କାମ କରାଯିବାର ନିୟମ ମଧ୍ୟ ରହିଛି । ତେବେ ସଠିକ କାର୍ଯ୍ୟ ଶୈଳୀରେ କାର୍ଯ୍ୟ କରାଯାଉଥିଲେ ବି କିଛି ହୀନ ନ୍ୟଷ୍ଟ ସ୍ୱାର୍ଥ ହାସଲ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲରେ ବିଫଳ ହେବା ପରେ ନାନା ପ୍ରକାର ଚକ୍ରାନ୍ତ କରି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଏହି କାର୍ଯ୍ୟ ୫ମ ଏସ,ଏଫ,ସି ପ୍ରକଳ୍ପ ଓ ପଂଚାୟତ ସ୍ପେଶାଲ ଗ୍ରାଂଟରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ କରିବାକୁ ସରକାରୀ ନିୟମ ରହିଥିଲେ ବି ତାହାକୁ ଚକ୍ରାନ୍ତ କରି ବନ୍ଦ କରିବା ପାଇଁ ଏନଆରଜିଏସରେ ଲୋକମାନେ କାମ ପାଉନାହାଁନ୍ତି ବୋଲି ପ୍ରଚାର ପ୍ରସାର କରି ଭ୍ରମ ସୃଷ୍ଟି କରିବାକୁ ଲାଗିଛନ୍ତି । ତେବେ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସ୍ୱାର୍ଥବାଦୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ନତକାଇ ଗ୍ରାମପଂଚାୟତର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷିତ ଯୁବକ ଓ ଗ୍ରାମବାସୀମାନେ କଡ୍ଡା ଜବାବ ରଖିଛନ୍ତି । ଗାଁର ବିକାଶ କାର୍ଯ୍ୟରେ ଯେଉଁମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ କାର୍ଯ୍ୟକଳାପକୁ ଗ୍ରାମବାସୀମାନେ ନାପସନ୍ଦ କରିଛନ୍ତି । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ବ୍ଲକ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିବାରୁ ଏହି କାର୍ଯ୍ୟ ଲୋକ ନୁହେଁ ବରଂ ଜେସିବି ସାହାଯ୍ୟରେ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ସରକାରୀ ଅଧିକାରୀ ମାନେ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯାହାଫଳରେ ସ୍ଥାନୀୟ ଅଂଚଳର ବହୁ ଲୋକେ ଏହି ପୋଖରୀ ଖନନ ପରେ ମାଛ ଚାଷ କାର୍ଯ୍ୟ ଠାରୁ ଆରମ୍ଭ କରି ଚାଷ ଜମିରେ ପାଣି ମଡ଼େଇବା, କାଠ ଫସଲ ଆଦି କରିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ । ତେବେ ଏଭଳି ଉନ୍ନତିମୂଳକ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ କରିବା ପାଇଁ ନତକାଇ ଗ୍ରାମବାସୀମାନେ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ନିଶ୍ଚିନ୍ତକୋଇଲି ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଦୃଢ ଦାବି କରିଛନ୍ତି ।
ଇଗ୍ଧଗ୍ଧବମଷଜ୍ଞରଦ୍ଭଗ୍ଧଗ୍ଦ ବକ୍ସରବ











