ମନ୍ତ୍ରୀ ସୁଶାନ୍ତ ସିଂ ଓ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ବାରିହାଙ୍କର ଉଦ୍ୟମରେ ଗେଷ୍ଟ ହାଉସ ଉଦଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଉଦଘାଟିତ ହେଲା ଇକୋ ଟୁରିଜମ ଗେଷ୍ଟ ହାଉସ

ବରଗଡ :- ବରଗଡ଼ ଜଙ୍ଗଲ ବିଭାଗର ଅଧିକାରୀ ମାନେ ବାସ୍ତବରେ ବଡ଼ ବିଚିତ୍ର । ସାର ମାନେ ଏତେ କାଢୁଆ ଯେ ସର୍ବାଧିକ ଗୋଟେ ବର୍ଷ ର କାମ କୁ 14 ବର୍ଷ ଲାଗୁଛି । ଆମେ କଥା କହୁଛୁ ବିଶ୍ୱ ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଗନ୍ଧମାର୍ଦ୍ଦନ ପର୍ବତ ରେ ଯାତ୍ରୀ ଓ ପର୍ଯଟକ ମାନଙ୍କର ସୁବିଧା ଗତ 2008 / 2009 ରୁ ନିର୍ମାଣ କାର୍ୟ୍ଯ ଆରମ୍ଭ ହୋଇଥିବା ଇକୋ ଟୁରିଜମ ଗେଷ୍ଟ ହାଉସ ର । ଯେଉଁ ସମୟରେ ଏହି ଗେଷ୍ଟ ହାଉସ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେହି ସମୟରେ ଏହି ଅଂଚଳରେ ମାଓବାଦୀ ମାନେ କାୟା ବିସ୍ତାର ଆରମ୍ଭ କରିଦେଇ ଥିଲେ । ଗେଷ୍ଟ ହାଉସ ନିର୍ମାଣ ହେବା ପରେ ଆମେ ବାରମ୍ବାର ଏହି ଗେଷ୍ଟ ହାଉସ କୁ ତୁରନ୍ତ ଚାଲୁ କରିବା ପାଇଁ ଅନେକ ଖବର ଲେଖି ଆସିଛୁ । ନିର୍ମାଣ କାର୍ୟ୍ଯ ସରିବ ପରଠାରୁ ଅଦ୍ୟାବଧି ଏହି ଗେଷ୍ଟ ହାଉସ ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ନିର୍ମାଣର ମୂଳ ଖର୍ଚ୍ଚ ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଗତ ବର୍ଷ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତଥା ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ନୃସିଂହନାଥ ମନ୍ଦିର ପରିଦର୍ଶନ ରେ ଆସିଥିବା ସମୟରେ ଏହି ଗେଷ୍ଟ ହାଉସ ମଧ୍ୟ ପରିଦର୍ଶନ କରିଥିଲେ , ଏହାପରେ ଜଙ୍ଗଲ ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇ ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିବା ଏହି ବିଲ୍ଡିଂ ର ମରାମତି କାମ ଆରମ୍ଭ କରାଯାଇ ପର୍ଯଟକ ମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ବ୍ୟବସ୍ଥା ମାନ କରାଯାଇଥିଲା । ଗତ କିଛି ଦିନ ତଳେ ସବୁ କାର୍ୟ୍ଯ ଶେଷ ହେବା ପରେ ଆଜି ସମ୍ବଲପୁର ବନ ସଂରକ୍ଷକ ଚିତ୍ତ ରଞ୍ଜନ ମିଶ୍ର ଓ ବରଗଡ଼ ଡିଏଫଓ ସନ୍ଦୀପ ପ୍ରାତ୍ତି ଙ୍କର ଦ୍ୱାରା ଏହି ବିଲ୍ଡିଂ ଟି ର ଆନୁଷ୍ଠାନିକ ଉଦ୍ଘାଟନ ହୋଇ ଯାଇଛି । ଖୁସିର କଥା ଯେ ନିର୍ମାଣ କାର୍ୟ୍ଯସରିବାର ଦୀର୍ଘ ବାର ବର୍ଷ ପରେ ଏହି ଗେଷ୍ଟ ହାଉସ ର ଉଦ୍ଘାଟନ ହେଲା ହେଲେ ଏଠାରେ ଏକ ବିରାଟ ପ୍ରଶ୍ନ ଯେ ଏତେ ବିଳମ୍ବ କାହିଁକି ହେଲା । ଅବଶ୍ୟ ବୋଧହୁଏ ଏହି ପ୍ରଶ୍ନ କୁ ଏଡେଇ ଯିବା ପାଇଁ ଅଧିକାରୀ ଦ୍ବୟ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏଡାଇ ଯାଇଥିଲେ । ତେବେ ଜାହାଭି ହେଉ ଏବେ ଦେଖିବାକୁ ବାକି ରହିଲା ଯେ ଏହି ଗେଷ୍ଟ ହାଉସ ର ପରିଚାଳନା ବିଭାଗ ଦ୍ଵାରା କରାଯିବ ନା କୋଣସି ଜଙ୍ଗଲ ସମିତି କୁ ପ୍ରଦାନ କରାଯିବ ନା ଜଙ୍ଗଲ ସମିତି ନାମରେ ବ୍ୟକ୍ତିଗତ ଭାବରେ ପରିଚାଳନା କରିବା ପାଇଁ ନିର୍ଦିଷ୍ଟ କୋଣସି ବ୍ୟକ୍ତି ବିଶେଷ ଙ୍କୁ ପ୍ରଦାନ କରାଯିବ ?

0
0
0
s2sdefault