ହେଡଲାଇନସ୍:

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଜୈବ ବିବିଧତା ଉପରେ ସଚେତନତା ସୃଷ୍ଟି କରିବା ଲାଗି ସୁକିନ୍ଦାରେ “ଜୈବ କଳା ବିବିଧତା’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ

ଦେଶର ବିଭିନ୍ନ ଅଂଚଳର କଳା ଓ କଳାକୃତି ର କଳାକାରମାନେ ସେମାନଙ୍କ କୌଶଳ ପ୍ରଦର୍ଶନ କରିଛନ୍ତି ଓ ପିଲାମାନଙ୍କୁ ତାଲିମ ଦେଇଛନ୍ତି


ସୁକିନ୍ଦା(ଶାସକ ପ୍ରଶାସକ) : କଳା ଜରିଆରେ ଜୈବ ବିବିଧତା ତତ୍ୱର ପ୍ରସାର ଓ ପାଳନ କରିବା ଲାଗି ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦାରେ ଥିବା ଏହାର ଖଣିରେ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଉପଲକ୍ଷେ ୨୦୨୨ ମେ’ ୨୨ରେ “ଜୈବ କଳା ବିବିଧତା” ନାମକ ଏକ ଉତ୍ସବ ଆୟୋଜନ କରାଯାଇଥିଲା ।
ଜୈବ କଳା ବିବିଧତାରେ ପ୍ରକୃତିରେ ଯୋଡ଼ି ହୋଇ ରହିଥିବା ରହସ୍ୟର ସନ୍ଧାନ କରିବା ଏବଂ ତାହାକୁ ବିଭିନ୍ନ ପ୍ରକାର କଳା ଯଥା କାନଭାସ୍ ପେଟିଂ, କଳାକୃତି, ପଟ୍ଟଚିତ୍ର, କାଠର କଳାକୃତି ଆଦି ଜରିଆରେ ପରିପ୍ରକାଶ କରାଯାଇଥିଲା । କନ୍‌ଭେନ୍‌ସନ୍ ଅନ୍ ବାୟୋଡାଇଭର୍‌ସିଟି (ସିବିଡି) ସେକ୍ରେଟାରିଏଟ୍ ଦ୍ୱାରା ଜାରି କରାଯାଇଥିବା ଜୈବ ବିବିଧତା ଦିବସ ୨୦୨୨ “ସମସ୍ତ ଜୀବନ ପାଇଁ ଏକ ସଂଗଠିତ ଭବିଷ୍ୟତ ଗଠନ’ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉଦ୍ୟମ କରାଯାଇଥିଲା ।
ପାରମ୍ପରିକ ନୃତ୍ୟ ଜରିଆରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଙ୍କଜ ସତିଜାଙ୍କ ସମେତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଇଞ୍ଜିନିୟର୍ ଡକ୍ଟର୍ ନିହାର୍ ରଂଜନ ସାହୁ, ଆନ୍ତର୍ଜାତିକ ଜୈବ ବିବିଧତା ବିଶେଷଜ୍ଞ ଡକ୍ଟର୍ ରାଣ୍ଡାଲ୍ ଡି ଗ୍ଲାହୋଲ୍‌ଟ ଲାଇଭ୍ ଆର୍ଟ ଷ୍ଟଲ୍ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁକିନ୍ଦାର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଂଜନ ବରାଳ, ସୁକିନ୍ଦା ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ ଓ ଟିଏସ୍‌ଏମ୍‌ଏଲ୍‌ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅଭିଯାନ ପାଇଁ ଟିଏସ୍‌ଏମ୍‌ଏଲ୍‌କୁ ପ୍ରଶଂସା କରି ଡକ୍ଟର ନିହାର୍ ରଂଜନ ସାହୁ କହିଛନ୍ତି ଯେ, ଏହା ହେଉଛି ଏକ ଉତ୍ସାହପ୍ରଦ ଅଭିଯାନ ଯାହାକୁ ଜୈବ ବିବିଧତାର ସଂରକ୍ଷଣ ଓ ଉନ୍ନତି ପାଇଁ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ଗ୍ରହଣ କରିଛି । ଏହା ବହୁ ପ୍ରକାର କଳାକୁ ମଂଚ ପ୍ରଦାନ କରିଥିବା ବେଳେ ଜୈବ ବିବିଧତା ସଂରକ୍ଷଣ ବାର୍ତାର ପ୍ରଚାର କରି ପୁରୁଣା କଳାକୁ ମଧ୍ୟ ପୁନରୁଦ୍ଧାର କରିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ପରିବେଶ ସେବା ସମୀକ୍ଷା, ଜୈବବିବିଧତା ପରିଚାଳନା ଯୋଜନା ଓ ପୁନରୁଦ୍ଧାର କ୍ଷେତ୍ରର ବିଶେଷଜ୍ଞ ଡକ୍ଟର୍ ରାଣ୍ଡାଲ୍ ଡି ଗ୍ଲାହୋଲ୍ଟ କହିଛନ୍ତି ଯେ, “ସ୍ଥାନୀୟ କଳା, ସ୍ଥାନୀୟ ଫୁଲ ଓ ଲତା, ସ୍ଥାନୀୟ ଖାଦ୍ୟର ପୁନରୁଦ୍ଧାର ମଧ୍ୟ ଜୈବ ବିବିଧତା ପ୍ରସାରର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାକୁ ବୁଝି ଓ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ଜାତୀୟ ଜୈବ ବିବିଧତା ଲକ୍ଷ୍ୟ ହାସଲ ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ।’’
ଉପସ୍ଥିତ ଜନତା ଼କୁ ସମ୍ବୋଧିତ କରି ଶ୍ରୀଯୁକ୍ତ ସତିଜା କହିଛନ୍ତି ଯେ, “ଜୈବ ବିବିଧତାର ସଂରକ୍ଷଣ ନେଇ ସଚେତନତା ବଢ଼ାଇବା ପାଇଁ କନ୍‌ଭେନ୍‌ସନ୍ ଅନ୍ ବାୟୋ ଡାଇଭର୍‌ସିଟି (ସିବିଡି)ର ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସାୟ ପାଇଁ ଜୈବ ବିବିଧତାର ସଂରକ୍ଷଣ ପାଇଁ ଜାରି କରାଯାଇଥିବା ୨୨ ଆକ୍ସନ୍ ପ୍ଲାନ୍ ମଧ୍ୟରୁ ଏହା ଅନ୍ୟତମ । ଏ ଦିଗରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌ର ଏହା ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଏହି ଉଦ୍ଦେଶ୍ୟରେ କିଛି ଟା ସହଯୋଗ ପ୍ରଦାନ କରିବ ।
ଜୈବବିବିଧତା ଉତ୍ସବ କଳାକୁ ରଙ୍ଗିନ୍ ଉପସ୍ଥାପନ ଜରିଆରେ ପ୍ରସାର କରିଥିଲା, ଜୈବ ବିବିଧତା, ନବସୃଜନ ଓ କଳାକାରଙ୍କ ସ୍ୱତନ୍ତ୍ର ଷ୍ଟାଇଲ୍‌ର ମିଶ୍ରଣ । ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣରେ ସାମିଲ ଥିଲା ହଜାରିବାଗର ଶ୍ରୀଯୁକ୍ତ ସନ୍ଦୀପଙ୍କ ଡୋକ୍ରା କଳାର ଲାଇଭ୍ ଷ୍ଟଲ୍‌, ଶ୍ରୀଯୁକ୍ତ ବବନ ମହାରଣାଙ୍କ ପଟ୍ଟଚିତ୍ର, ଜାମସେଦ୍‌ପୁରର ବାଦଲ୍ ପରମାଣିକଙ୍କ ଚିତ୍ରକଳା, ହରିଚନ୍ଦନପୁରର ଟେରାକୋଟା କାମ, ସୁକିନ୍ଦାର ଶ୍ରୀଯୁକ୍ତ ଯୋଗିନ୍ଦର କୁମାର ପୃଷ୍ଟିଙ୍କ ପୁୱାଲ୍ କଳା, ବାଲୁକା କଳା ଷ୍ଟଲ୍‌, ଶ୍ରୀଯୁକ୍ତ ମଧୁସୂଦନ ମାଝିଙ୍କ ସଉରା କଳା ଓ ଜାତୀୟ ପୁରସ୍କାର ବିଜେତା ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାରଣାଙ୍କ ପଥର ଖୋଦେଇ କଳା ଓ ଚାଉଳ କଳା । ଜୈବ କଳା ବିବିଧତା କାର୍ଯ୍ୟକ୍ରମକୁ ସୁକିନ୍ଦା ଆଖାପାଖ ଅଂଚଳର ସ୍କୁଲ ପିଲାମାନଙ୍କ ସମେତ ୩୦୦ରୁ ଅଧିକ ଲୋକ ପରିଦର୍ଶନ କରିଥିଲେ ।

0
0
0
s2sdefault