ହେଡଲାଇନସ୍:

ହିଣ୍ଡାଲକୋ ହୀରାକୁଦ ତରଫରୁ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୀରାକୁଦ:ହିଣ୍ଡାଲକୋ ତରଫରୁ ଗ୍ରାମଞ୍ଚଳ ଏବଂ ହୀରାକୁଦରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନବରତ ଜାରି ରହିଛି |ଅଂଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ଅଭାବକୁ ପୁରଣ କରିବା ପାଇଁ ପ୍ରୟାଶ କରୁଛି |ଏହି କ୍ରମରେ ଆଜି ଏକ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ମହମ୍ମଦପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଅଛି |ଆଜିର ଏହି ସ୍ୱାସ୍ଥ୍ୟ ଶିବିରକୁ ହିଣ୍ଡାଲକୋ ହୀରାକୁଦର ମାନବସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ କ୍ରୀଷ୍ଣା ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ |
ଏଥିରେ ହିଣ୍ଡାଲକୋ ପ୍ଲାଣ୍ଟରେ ସ୍ମେଲଟର ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ ଅରୁଣ କୁମାର ସିଂ, ପାୱାର ପ୍ଲାଣ୍ଟରେ ଅପେରସନ ମୁଖ୍ୟ ଶ୍ରୀନିମାଇ ମହାପାତ୍ର ,FRP ପ୍ଲାଣ୍ଟରେ ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶିବ ପାଢ଼ୀ, ଦୀପକ ମହାନ୍ତି ସ୍ମେଲଟର ପ୍ଲାଣ୍ଟରେ ମାନବସମ୍ବଳ ବିଭାଗର ଶ୍ରୀଆଶିଷ ପାଣ୍ଡେ, ହିଣ୍ଡାଲକୋର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁବ୍ରତ ଚାଟାର୍ଜୀ, ସ୍ତ୍ରୀରୋଗ ଵିଶେଷଜ୍ଞ ଡାକ୍ତର ପଦ୍ମାଳୟା ମିଶ୍ର ଉଡ଼ାଟାନରେ ଉପସ୍ଥିତ ଥିଲେ|ଶ୍ରୀଯୁକ୍ତ କ୍ରିଷ୍ଣା ପାଢ଼ୀ ଉପସ୍ଥିତ ଜନତାକୁ କହିଥିଲେ "ଏହି ଅଂଚଳର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଆମର ମୁଖ୍ୟ ଲକ୍ଷ୍ୟ |ଏଣୁ ଆମେ ଆମର ଛୋଟ ପ୍ରୟାଶ ଜାରି ରଖିଛୁ |ଆପଣମାନଙ୍କର ସହଯୋଗରେ ଏହି କାର୍ଯ୍ୟକ୍ରମ ଆସନ୍ତା ଦିନମାନଙ୍କରେ ମଧ୍ୟ ଅନୁଷ୍ଠିତହେବ ! ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ଅଂଚଳର ବିକାଶରେ ଆମ ଭାଗିଦାରୀ ରହିବ | ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତି ଶ୍ରୀଇତ୍ୱ୍ୱ! ଖଡ଼ିଆ, ଶ୍ରୀନଟୁ ବିଶ୍ୱାଳ, ଶ୍ରୀଅକ୍ରୁର ତେଲେଙ୍ଗା, ଶ୍ରୀପ୍ରମୋଦ ବିଶାଳ ,ଶ୍ରୀକୁଞ୍ଜ ବନଛୋର,ଶ୍ରୀଦୀପକ ଭୋଇ , ଶ୍ରୀ କ୍ଷମାସାଗରସାହୁ, ଲର୍ପଙ୍କରଶ୍ରୀସୁରେନ୍ଦ୍ର ଚୋବେ , ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଅନିଲ ମିଶ୍ର ଏବଂ ଅନ୍ୟ ମାନ୍ୟଗଣ ଗ୍ରମବାସୀ ଉପସ୍ଥିତ ଥାଇ ହିଣ୍ଡାଲକୋର ମହତ ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାପରି କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କର ବହୁତ ସାହାଯ୍ୟ ହେବ ବୋଲି ମତବ୍ୟକ୍ତ କରିଥିଲେ !
ଏହି କାର୍ଯ୍ୟକ୍ରମ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଶ୍ରୀଯୁକ୍ତ କୈଳାଶ ପାଣ୍ଡେଙ୍କ ମାର୍ଗଦର୍ଶନେରେ ଚାଲୁ ରହିଛି | ଅଂଚଳର ବିକାଶ ଆମର ଲକ୍ଷ ବୋଲି ଶ୍ରୀଯୁକ୍ତ ପାଣ୍ଡେ ମତବ୍ୟକ୍ତ କରିଛନ୍ତି | ଆଗକୁ ଏହିପରି କାର୍ଯ୍ୟକ୍ରମ ଚାଲୁ ରହିବଏବଂ ଜନସାଧାରଣଙ୍କର ସହଯୋଗରେ ଅନ୍ୟାନ୍ୟ ଜନହିତକର କାମ ହିଣ୍ଡାଲକୋ ହାତକୁ ନେବ ! ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଡାକ୍ତର ଶ୍ରୀମତୀ ପଦ୍ମାଳୟା ମିଶ୍ର, ଡାକ୍ତର ନେତ୍ରାନନ୍ଦ ଦୋରା, ଡାକ୍ତର ଦିଶା ଖାନା, ଡାକ୍ତର ଚନ୍ଦନ ମାରାଣ୍ଡି,ଡାକ୍ତର ଅନିଲ ମୋହନ ମିଶ୍ର,ଡାକ୍ତର ପ୍ରଶାନ୍ତ ଦାଶ, ଡାକ୍ତର ଇପିସିତ ପଣ୍ଡା, ଡାକ୍ତର ଚଂଚଳ ଗୋଏଙ୍କା ବିଶେଷଜ୍ଞ ଡାକ୍ତରମାନେ ଶିବିରରେ ରୋଗୀମାନଙ୍କର ଚିକିତ୍ସା କରିଥିଲେ | ହିଣ୍ଡାଲକୋ ତରଫରୁ ଔଷଧ, ଡାକ୍ତରମାନଙ୍କର ପରାମର୍ଶ ବଣ୍ଟନ କରାଯାଇଥିଲା ୩୭୨ଜଣ ରୋଗୀଏହି ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ସ୍ୱାସ୍ଥ୍ୟ ପରୀକ୍ଷା କରିବାସହ ଆବଶକ୍ୟ ପରାମର୍ଶ ଓ ଔଷଧ ଗ୍ରହଣ କରିଥିଲେ !
ଏହି କାର୍ଯ୍ୟକ୍ରମ ହିଣ୍ଡାଲକୋ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଓ ହିଣ୍ଡାଲକୋ ହୀରାକୁଦ କର୍ପୋରେଟେ ସାମାଜିକ ଦାଇତ୍ୱବୋଧ ବିଭାଗର ସମସ୍ତ କର୍ମଚାରୀଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା |

0
0
0
s2sdefault