ଜଗତସିଂହପୁର/ସୁମନ୍ତ କୁମାର ଦାସ: ଗତ କିଛି ଦିନ ଧରି ପଟସରା ପଞ୍ଚାୟତ ଅଗଣା ଗ୍ରାମ ଓ ଜଗତସିଂହପୁର ସହର ଅଂଚଳରେ ଏକ ବୁଲା ଷଣ୍ଡ ଅନେକ ଲୋକଙ୍କୁ ଆହାତ କରିବା ସହିତ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା । ଏ ନେଇ ଅରଣା ଗ୍ରାମର ଅଭିମନ୍ୟୁ ନାୟକଙ୍କ ସହିତ ଏହି ଗ୍ରାମର ଗ୍ରାମବାସୀ ବୃନ୍ଦ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଆକାରରେ ଅବଗତ କରାଇଥିଲେ l ସେହି ଦିନଠାରୁ ଯୁଦ୍ଧ କାଳୀନ ଭିତିରେ ପ୍ରାଣୀସଂପଦ ବିକାଶ ବିଭାଗର କର୍ମକର୍ତା ଏବଂ Animal_Help_Line ଓ People_for_Animal ର ମିଳିତ ଅଭିଯାନରେ ଏହି ଷଣ୍ଟଟିକୁ ଆୟତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଅନୁଧ୍ୟାନରେ ଏହି ଷଣ୍ଢଟି ସୁସ୍ଥ ଥିବାର ପରିଲଖିତ କରିଥିଲେ l ଇତି ମଧ୍ୟରେ ଜୟବଡ ଗ୍ରାମର ଏକ ବୃଦ୍ଧ ଲୋକ ଧର୍ମାନନ୍ଦ ସାହୁ ଏହି ଷଣ୍ଢ ଦ୍ବାରା ଗୁରୁତର ଆହାତ ହୋଇ ମୃତ୍ୟୁ ବରଣ କରିଥିଲେ ଏବଂ ବହୁତ ଲୋକ ଆହତ ହୋଇଥିଲେ । ଗତ ମଙ୍ଗଳବାର ଦିନ କଲେକ୍ଟରଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟୱାରୀ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣି ବେଳେ ଜୟବଡ ଗ୍ରାମର ବୟୋବୃଦ୍ଧ ଲୋକ ପ୍ରସନ୍ନ ନାୟକ ହାଜର ହୋଇ ଏ ନେଇ ଅଭିଯୋଗ କରିବା ପରେ ଜିଲ୍ଲାପାଳ ସି.ଡି.ଭି.ଓଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡଃ. ବୀରକିଶୋର ପରିତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ଉତ୍ପାତ ସୃଷ୍ଟି କରୁଥିବା ଷଣ୍ଢଟିକୁ କାବୁ କରି ଆୟତ କରିବାରେ ସକ୍ଷମ ହୋଇଥିଲେ l ଏହି ଟିମ୍ ରେ ଏ.ଡି.ଭି.ଓ (ଜୀବମଙ୍ଗଳ) ଡାଃ, ଯଦୁନାଥ ପରିଡା People for Animal ର ସଂପାଦକ ଅମୂଲ୍ୟ ନାୟକ ଏବଂ Animal Help Line ର କର୍ମକର୍ତା ଙ୍କ ସକ୍ରିୟ ଅଂଶ ଗ୍ରହଣ କରି ଏହି ଉପଦ୍ରବ କରୁଥିବା ମାରଣା ଷଣ୍ଢଟିକୁ ଅତି କୌଶଳତାର ସହିତ ଧରି ଭୁବନେଶ୍ଵର ସ୍ଥିତ ଗୋଶାଳାକୁ ସ୍ଥାନରିକରଣ କରିଥିଲେ । ଯାହା ଫଳରେ ଏହି ଷଣ୍ଢ ଉତ୍ପାତରେ ଆତଂକିତ ହୋଇଥିବା ଜୟବଡ ସମେତ ଜଗତସିଂହପୁର ସହରବାସୀ ଏବଂ ଅରଣା ଗ୍ରାମର ଗ୍ରାମବାସୀ ନିଜକୁ ସୁରକ୍ଷିତ ମନେକରିବା ସହିତ ଆସିଲି ବୋଧ ଲାଭ କରିଥିଲେ । ଏଥି ସହିତ ପ୍ରାଣୀ ସଂପଦ ବିକାଶ ବିଭାଗର କର୍ମକର୍ତାଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ ।
ରାଜ୍ୟ
ଜଗତସିଂହପୁର ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରଶଂସନୀୟ ପଦକ୍ଷେପ
- Hits: 371