ହେଡଲାଇନସ୍:

କଳାକାର ସହାୟତା ପାଇଁ ଅଡିସନ ୧୪ ତାରିଖରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର/ଜୟଶଙ୍କର ଦାଶ: ଯାଜପୁର ଜିଲ୍ଲାର ସମସ୍ତ ବ୍ଳକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇବା ପାଇଁ କଳାକାର ଚୟନ ପ୍ରକ୍ରିୟା ଅନୁଷ୍ଠିତ  ହେବ । ଏହି ଅଡିସନ ପ୍ରତ୍ୟେକ ବ୍ଲକରେ ଗୋଟିଏ ଦିନ  ତା ୧୪ା୮ା୧୮ ରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ ଆରମ୍ଭ ହେବ ।  ତେଣୁ ଆବେଦନ କରିଥିବା ସମସ୍ତ କଳାକାର ମାନେ ସଂପୃକ୍ତ ବି.ଡି.ଓ., ବ୍ଲକ  ସାମାଜିକ  ସୁରକ୍ଷା ଅଧିକାରୀ କିମ୍ୱା ବ୍ଲକ  କଳା ସଂସ୍କୃତି ସଂଘର ଉପସଭାପତିଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଚ୍ଥି ।  ଜିଲ୍ଳାରେ ଆବେଦନ କରିଥିବା କଳାକାର ସହାୟତା ପଂର୍ମ ଗୁଡିକର ଯାଞ୍ଚ ସମୟରେ କେତେକ ଅଣକଳାକାର ମଧ୍ୟ ଆବେଦନ କରିଥିବାର ସୂଚନା ମିଳିଥିଲା ।  ଏ ସଂପର୍କରେ ମଧ୍ୟ ବିଭିନ୍ନ ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ଲିଖିତ ଭାବେ ଜିଲ୍ଲାପାଳ  ତଥାଜିଲ୍ଲା  ସଂସ୍କୃତି  ପରିଷଦର ଅଧ୍ୟକ୍ଷ ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଚୟନ କମିଟିର ଅଧ୍ୟକ୍ଷ  ରଂଜନ କୁମାର ଦାସଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ଦାସ ତତକ୍ଷଣଟି  ଏ ସଂପର୍କରେ ପଦକ୍ଷେପ ଗ୍ରହଣ କରି ସଂସ୍କୃତିନିର୍ଦ୍ଦେଶକଙ୍କୁ ପତ୍ରାଳାପ କରି ଏହାର ସମାଧାନ ସ୍ୱରୂପ କଳାକାର ଓ ଅଣକଳାକାର ଚିହ୍ନଟ ପାଇଁ ଏକ ଦକ୍ଷତା ପରୀକ୍ଷା ବା ଅଡିସନ ପାଇଁ ପ୍ରସ୍ତାବ ଦେଇଥିଲେ ।  ବର୍ତ୍ତମାନ ଜିଲ୍ଲାପାଳ ସମସ୍ତ ବ୍ଲକର ବି.ଡି.ଓ. ତଥା   କଳା ସଂସ୍କୃତି ସଂଘର ଅଧ୍ୟକ୍ଷଙ୍କୁ ଏହି ଅଡିସନ କରିବାକୁ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ଯାହା ପଂଳରେ ପ୍ରକୃତ କଳାକାର ଉପକୃତ ହୋଇପାରିବେ ।  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ହେଉଚ୍ଥି ପ୍ରକୃତ କଳାକାର ମାନଙ୍କ ସହାୟତା  ପାଇଁ ।  ତେଣୁ ଯେଊଁମାନେ ବର୍ଷ ବର୍ଷ ଧରି ନିରବଚ୍ଚ୍ଥିନ୍ନ ଭାବେ କଳା ପ୍ରତି ସମର୍ପିତ ଓ ଲୋକ କଳାକୁ ବଞ୍ଚାଇ ରଖିଚ୍ଥନ୍ତି ସେମାନେ ହିଁ ଏହି ସହାୟତା ପାଇବା ପାଇଁ ହକ୍ଦାର ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଚ୍ଥନ୍ତି ।  ତେଣୁ ଅଡିସନ ମାଧ୍ୟମରେ ନିଜ ଦକ୍ଷତାକୁ ପ୍ରତିପାଦିତ କରିବା ସହ ଅଣକଳାକାର ମାନଙ୍କୁ ଯେପରି ଏହି ସହାୟତା ପ୍ରଦାନ କରା ନ ଯାଏ ସେଥିପ୍ରତି ପ୍ରତ୍ୟେକ ଯନôବାନ ହେବାକୁ ସେ ଆହ୍ୱାନ ଦେଇଚ୍ଥନ୍ତି ।   ଅଡିସନ ମାଧ୍ୟମରେ କଳାକାରଙ୍କୁ ଚୟନ କରି ସହାୟତା ପ୍ରଦାନ କରିବା ବ୍ୟବସ୍ଥାକୁ ସମସ୍ତ କଳାକାର, ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତିମାନେ ଓ ବୁଦ୍ଧିଜିବୀ ସ୍ୱାଗତ କରିବା ସହ ଏହାଦ୍ୱାରା ପ୍ରକୃତ କଳାକାର ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଚ୍ଥନ୍ତି ।   

          

 

0
0
0
s2sdefault