ବ୍ଲକ ବାବୁ ଜାଣି କାମ ନୁହଁ ତ !
କେନ୍ଦୁଝର :ଆଜି କେନ୍ଦୁଝର ସଦର ବ୍ଲକକୁ ଗୋବର୍ଦ୍ଧନ ପଂଚାୟତର କିଛି ମହିଳା ବିଧବା ଓ ମାତୃ ମଙ୍ଗଳ ଭତ୍ତା ଲାଗି ଦରଖାସ୍ତ ଦେବାକୁ ଆସିଥିଲେ । ତାଙ୍କ ପଂଚାୟତରେ ଦିନ ଦିନ ଧରି ବିଧବା ଭତ୍ତା ଦେବା ବ୍ୟବସ୍ଥା ନକରିବାରୁ ସେମାନେ ସିଧା ବ୍ଲକ ଅଫିସ ଆସିଥିଲେ । ତେବେ ବିଡ଼ିଓଙ୍କୁ ଦେଖା ହେବା ପରେ ଦରଖାସ୍ତ ଦେଲେ ହେଲେ ସେମାନଙ୍କୁ ପୁଣି ପଂଚାୟତ ଅଫିସରେ ବିଧବା ଭତ୍ତା ଲାଗି ଦରଖାସ୍ତ କରିବାକୁ କୁହାଗଲା । ସେମାନେ ତେଣୁ ବ୍ଲକ ପରିସରରେ ବସିଥିଲେ ଏହି ସମୟରେ ଜଣେ ଯୁବକ ବ୍ଲକ କର୍ମଚାରୀଙ୍କ ହାତରୁ ଫର୍ମ ନେଇ ମୋ ସହ ଆସ ମୁଁ ଭତ୍ତା କରେଇ ଦେବି କହି ସେମାନଙ୍କୁ ବାହାରକୁ ଡାକି ନେଲା । ବାହାରେ ସେ ଉକ୍ତ ମହିଳାମାନଙ୍କ ପାଖରୁ ଟଙ୍କା ନେଇ ଅପେକ୍ଷା କର ମୁଁ ଆସୁଛି କହି ଗଲା ଯେ ସନ୍ଧ୍ୟା ଯାଏ ଦେଖା ମିଳିଲାନି । ସେ ଯୁବକ ଉକ୍ତ ମହିଳାମାନଙ୍କୁ କହୁଥିଲା କି ସେ ବ୍ଲକରେ ଗାଡି ବୁଝେ ସାର ମାନେ ଏଠି ଟଙ୍କା ନେବା ଖରାପ |ତେଣୁ ମୁଁ ନେଇ କାମ କରେଇ ଦେବି । ଗରିବ ମହିଳା ମାନେ ସେଠାରେ ଅପେକ୍ଷା କରି କରି ହତାଶ ହୋଇ ଫେରି ଯାଇଥିଲେ ବି ନିଜର ଭତ୍ତା ମିଳିବ କି ନା ସେଥିଲାଗି ସନ୍ଧିହାନ ଅଛନ୍ତି । ତେଣୁ ପ୍ରଶାସନକୁ ଅନୁରୋଧ ସିସିଟିଭି ଫୁଟେଜ ଆଧାରରେ ସେ ଠକ ଦଲାଲକୁ ଧରା ଯାଉ । ଏପରିକି ବ୍ଲକ କର୍ମଚାରୀଙ୍କ ସଂପୃକ୍ତି ମଧ୍ୟ ଯାଂଚ ହେଉ ।