ସୁବର୍ଣ୍ଣପୁର (ପ୍ରକାଶ ହାତୀ)-ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫ ରୁ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ସୁବର୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ ଙ୍କ ନେତୃତ୍ୱରେ ସୋନପୁର କଲେଜ ର ଏନ୍.ସି.ସି. କ୍ୟାଡଟ ତଥା ଇନ୍ଫିନିଟି ଆଥେଲେଟିକ ଆସୋସିଏନ ର ପିଲା ମାନଙ୍କୁ ନେଇ ସକାଳ ୭ ଘଟିକା ସମୟରେ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବ୍ଲକ ଛକ ଠାରୁ ବାହାରି ପୁରୁଣା ଟାଉନ ହଲ ପର୍ଯନ୍ତ ଯାଇଥିଲା। ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ଦାସ ସବୁଜ ପତାକା ପଦର୍ଷଣ ପୁର୍ବକ ଶୁଭାରମ୍ଭ କରିଥିଲେ,ଶୋଭାଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ରେଡ଼କ୍ରସ ର ସମ୍ଭାଦିକା ଈଷ୍ପିତା ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଗୌରୀସ୍ୟାମ ପଣ୍ଡା,ଉପଧ୍ୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ହୋତା,ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ଭାଇ,ଆଜୀବନ ସଦସ୍ୟ ଉମାକାନ୍ତ ନାଗ,ଆମ୍ବୁଜ ବିହାରୀ ଶତପଥୀ,ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ର ପ୍ରତିଷ୍ଠାତା ହେନିରୀ ଦୁନାଣ୍ଟ ଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉକ୍ତ ଅନୁଷ୍ଠିତ ସଂକ୍ଷିପ୍ତ ସଭା ରେ ଅଥିତୀବୃନ୍ଦ ପିଲା ମାନଙ୍କୁ ଆଜି ଦିନ ର ମହତ୍ତ୍ୱ ବିଷୟରେ ଧାରଣା ଦେବା ସହିତ ରେ ଦୈନନ୍ଦିନ ଜୀବନରେ ସେମାନେ କେମିତି ଶୃଙ୍ଖଳିତ ହୋଇ ପାରିବେ ତାହା ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ତତ୍ ସଂଗେ ସଂଗେ ରେଡକ୍ରସ ର ଯେଉଁ ୭ଟି ମୌଳିକ ନୀତି ଉପରେ ଆଲୋକପାତ କରି ଜୀବନ ରେ ସେହି ନୀତି କୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ।ସଭା ପରେ ପରେ ନାରାୟଣି ଆଶ୍ରମର ସମସ୍ଥ ଅନ୍ତବାସୀକୁ ହାଇଜିଂ କିଟ ଓ ଶିଶୁ ମାନଙ୍କୁ ଫଳ କପଡା ପ୍ରଦାନ କରାଯାଇଥିଲା।ପରିଶେଷରେ ଦିବସ ପରିପ୍ରେକ୍ଷୀ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ରକ୍ତ ଦାନ ଶିବିର ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର କର୍ମକର୍ତ୍ତା ସମେତ ସୋନେପୁର ମୁନିସିଲାଟି ର କାର୍ଯ୍ୟ ନିରିବାହି ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ ଶିବିର ରେ ରକ୍ତଦାନ କରିଥିଲେ । ଆଜି ବିଶ୍ଵ ରେଡକ୍ରସ ଦିବସ ଅବସରରେ ମୋଟ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ରେଡ଼କ୍ରସ ଶାଖା ତରଫ ରୁ ଦିନେଶ ରଂଜନ ମିଶ୍ର, ଆଲୋକ କୁମାର ଦାସ,ଜୟଦେବ ପଟଶାଣୀ,ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ।
ରାଜ୍ୟ
ଜିଲ୍ଲା ରେଡକ୍ରସ ତରଫ ରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ
- Hits: 335