ହେଡଲାଇନସ୍:

"ଆକାଂକ୍ଷା' ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମର ଶବର କଲୋନୀ ଠାରେ ମାତୃ ଦିବସ ପାଳିତ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେନିମା ରଇତ , ଶ୍ରୀମତୀ ଅଞ୍ଜଳି ଗମାଙ୍ଗ ଯୋଗଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟର ଯତ୍ନ ଉପରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ସ୍ଵାଗତ ଭାଷଣ କରିଥିଲେ। "ଆକାଂକ୍ଷା" ମହିଳା ସଂଗଠନର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ମାତୃ ଦିବସର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସମ୍ପର୍କରେ ବୁଝାଇ କହିଥିଲେ।
ଅନ୍ୟାନ୍ୟ ସଦସ୍ୟ ମାନେ ଯଥା ଶ୍ରୀମତୀ ସୁନୀତା ବେହେରା , ଶ୍ରୀଯୁକ୍ତ ଜୟଦେବ ଗମାଙ୍ଗ , ଭୁସନ୍ୟା ଗମାଙ୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।ସଭାର ଶେଷ ଭାଗରେ ଆଦିବାସୀ ଗୀତ ଓ ନାଚର ଆୟୋଜନ ହୋଇଥିଲା। ଶିଶୁ ମାନଙ୍କ ମଧ୍ୟରେ ମାଆ ଉପରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault