ହାଇଦ୍ରାବାଦ : ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଦେଶରେ ଅନ୍ୟତମ ଅଗ୍ରଣୀ ୟୁନିଭରସିଟି ହୋଇଥିବା କେଏଲ୍ ଡିମ୍ଡ-ଟୁ-ବି ୟୁନିଭରସିଟି ପକ୍ଷରୁ ଏହାର ଆନ୍ତର୍ଜାତିକସ୍ତରରେ ମାନକ ବିଜନେସ ପାଠ୍ୟକ୍ରମଗୁଡିକ ପାଇଁ ଉତ୍ସର୍ଗୀକୃତ ଏକ ଅତ୍ୟାଧୁନିକ ବି-ସ୍କୁଲ ‘କେଏଲ୍ଏଚ ଗ୍ଲୋବାଲ ବିଜନେସ୍ ସ୍କୁଲ’ ଉଦ୍ଘାଟିତ ହୋଇଯାଇଛି । ହାଇଦ୍ରାବାଦର କୋଣ୍ଡାପୁର କର୍ପୋରେଟ ସଂସ୍ଥାଗୁଡିକ ମଧ୍ୟବର୍ତ୍ତୀ ସ୍ଥଳରେ ଅବସ୍ଥିତ କେଏଲ୍ଏଚ ଜିବିଏସ୍ ବହୁବିଧ ଶୀର୍ଷ ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ଯୋଗାଇଦେବା ସହିତ ନାକ୍ ଏବଂ ଏନଆଇଆରଏଫ୍ ନିକଟରୁ ସମ୍ମାନଜନକ ଅଧିସ୍ୱୀକୃତି ହାସଲ କରିଛି ।
ସ୍ଥାପତ୍ୟ କଳାରେ ପରିପୂର୍ଣ୍ଣ ଏହି ସୌଧ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟାକୁ ସ୍ଥାନଦେବା ଏବଂ ଉତ୍କର୍ଷ ଶିକ୍ଷାଦାନ ନିମନ୍ତେ ଉଦ୍ଦେଶ୍ୟଭିତ୍ତିକ ଶିକ୍ଷା ଆହରଣ ପରିବେଶ ଯୋଗାଇ ଦେଉଛି । ଏହି ସମକାଳୀନ ବିଜନେସ୍ ସ୍କୁଲ ନିଜର ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମଗୁଡିକରୁ ଔଦ୍ୟୋଗିକି ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଅଗ୍ରସର ହେଉଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପରିପୋଷଣ ଉପରେ ଧ୍ୟାନ କେନ୍ଦ୍ରିଭୂତ କରୁଛି । ଗ୍ଲୋବାଲ ଏମ୍ବିଏ, ଏକ୍ଜିକ୍ୟୁଟିଭ ଏମ୍ବିଏ, ପିଜି ପାଠ୍ୟକ୍ରମ, ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ପାଠ୍ୟକ୍ରମ, ଲିଡରସିପ୍ ଡେଭଲପମେଣ୍ଟ ପାଠ୍ୟକ୍ରମ ଏବଂ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସାଧନକାରୀ ପାଠ୍ୟକ୍ରମ ଆଦି ବହୁବିଧ କ୍ଷେତ୍ରରେ କେଏଲ୍ଏଚ ଜିବିଏସ୍ରେ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦିଆଯାଉଛି । ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନର ଡାଟା ଆଧାରିତ ଅର୍ଥନୀତି କ୍ଷେତ୍ରରେ ରଣକୌଶଳାତ୍ମକ ନିଷ୍ପତ୍ତି ନେବା ଏବଂ ବହୁଧା ସାଂସ୍କୃତିକ ପରିବେଶ ମଧ୍ୟରେ କାର୍ଯ୍ୟ କରିବା ନିମନ୍ତେ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବାକୁ ସେମାନଙ୍କ ସାମର୍ଥ୍ୟର ବିକାଶ ନିମନ୍ତେ ସ୍ୱତନ୍ତ୍ର ଭାବରେ ପାଠ୍ୟକ୍ରମଗୁଡିକ ପ୍ରସ୍ତୁତ କରାଯାଇଛି ।
ଏହି ସ୍କୁଲର ପାଠ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯିବା ପୂର୍ବରୁ ଭାବୀ ଛାତ୍ରଛାତ୍ରୀ ଏହାର ସମୃଦ୍ଧ କ୍ୟାମ୍ପସ, ଏହାର ହାଇ-ଟେକ୍ ଶ୍ରେଣୀକକ୍ଷ, ବିଶାଳ ଷ୍ଟଡି ହଲ୍, ବିଷୟଭିତ୍ତିକ ଲାଇବ୍ରେରୀ ଏବଂ ପ୍ରଯୁକ୍ତିଗତ ଦୃଷ୍ଟିରୁ ସୁଦୃଢ ଆକ୍ଟିଭିଟି ପ୍ରକୋଷ୍ଠଗୁଡିକୁ ବୁଲି ଦେଖିପାରିବେ । ୟୁନିଭରସିଟିର କୁଳପତି ଦେଶରେ ସର୍ବାଧୁନିକ ସମୟରେ ଶିକ୍ଷାଗତ ସାଧନ ଏବଂ ପଦ୍ଧତି ସମର୍ଥରେ ଏହିଭଳି ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଥିବା ଦର୍ଶାଇଛନ୍ତି ।
ଉଦ୍ଘାଟନ ଉତ୍ସବ ଅବସରରେ ପ୍ରକାଶ କରି ଡ. ଜି ପି ସାରଧି ବର୍ମା, କୁଳପତି, କେଏଲ୍ ଡିମ୍ଡ-ଟୁ-ବି ୟୁନିଭରସିଟି କହିଛନ୍ତି, “ନୂତନ କେଏଲ୍ ଗ୍ଲୋବାଲ ବିଜନେସ୍ ସ୍କୁଲରେ ଆମେ ପୁସ୍ତକଗତ ଶିକ୍ଷା ଓ ଅଭ୍ୟାସକୁ ସର୍ବାଧୁନିକ ପ୍ରଯୁକ୍ତି ସହିତ ସମ୍ମିଶ୍ରଣ କରିଛୁ ଯାହା ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ସର୍ବୋତ୍ତମ ରୂପ ଦେବ । ଯୁବମାନସିକତା, ଆକାଂକ୍ଷୀ ଏବଂ ଔଦ୍ୟୋଗିକି ଚିନ୍ତାଧାରା ପାଇଁ ପରିପୂରକ ହେଉଥିବା ପାଠ୍ୟକ୍ରମ ଆମେ ଯୋଗାଇ ଦେଉଛୁ । ହାର୍ଭାର୍ଡ କେସ୍ ମେଥୋଡୋଲୋଜି ସମର୍ଥନରେ ଆମର ସମ୍ପୂର୍ଣ୍ଣ ନୂତନ ଶିକ୍ଷାଦାନ ପ୍ରଣାଳୀ ଆମ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତନ, ସମସ୍ୟାର ସମାଧାନ ଏବଂ ପ୍ରଭାବୀ ନିଷ୍ପତ୍ତି ଗ୍ରହଣକାରୀ ସାମର୍ଥ୍ୟ ହାସଲ ଦିଗରେ ସଶକ୍ତ କରିଛି । ଛାତ୍ରଛାତ୍ରୀଙ୍କ ପାଇଁ ବଜାର ଆବଶ୍ୟକତା ଆଧାରିତ ପାଠ୍ୟକ୍ରମ ସହିତ କୁଶଳୀ ଅଧ୍ୟାପନାମଣ୍ଡଳୀ ଉପଲବ୍ଧ କରାଇ ସେମାନଙ୍କ ପାଇଁ ଶିକ୍ଷାଦାନ, ଗବେଷଣା ଏବଂ ବୃତ୍ତିଗତ ଭୂମିକା ଆଦି କ୍ଷେତ୍ରରେ କେଏଲ୍ଏଚ ଜିବିଏସ୍ ଦେଶରେ ବିଜନେସ୍ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିବାକୁ ଯାଉଛି ।”
“କେଏଲ୍ଏଚ ଗ୍ଲୋବାଲ ବିଜନେସ୍ ସ୍କୁଲରେ ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ବ୍ୟବସ୍ଥା ସର୍ବୋତ୍ତମ ବିଶ୍ୱସ୍ତରୀୟ ମାନକ ଅନୁପାଳନ କରୁଥିବାବେଳେ ଏହା ଚଏସ୍-ଗ୍ରାଉଣ୍ଡେଡ ସ୍ପେଶାଲାଇଜେସନ, ସେମିଷ୍ଟର-ଆବ୍ରଡ ସେସନ୍ ଏବଂ ସମନ୍ୱିତ ‘ଇଣ୍ଟରନ୍ୟାସନାଲ ସାର୍ଟିଫିକେସନ’ ପାଠ୍ୟକ୍ରମରେ ମଧ୍ୟ ସମୃଦ୍ଧ ହୋଇଛି । ଶିଳ୍ପରେ ଘଟୁଥିବା ଘଟଣାବଳୀ ଆଧାରରେ ପାଠ୍ୟକ୍ରମରେ ନିୟମିତ ଭାବରେ ସଂଶୋଧନ କରାଯାଉଛି । ସ୍କୁଲ ସୌଧର ପ୍ରତି କୋଣ ଅନୁକୋଣରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେଉଛି । ଏଥିସହିତ ଶିକ୍ଷାଗତ ପ୍ରୟାସ ଏବଂ ଶାରୀରିକ ଓ ମାନସିକ କଲ୍ୟାଣ ମଧ୍ୟରେ ଉତ୍ତମ ତାଳମେଳ ବଜାୟ ରଖିବା ପାଇଁ ବି-ସ୍କୁଲ ପକ୍ଷରୁ ବହୁବିଧ ମନୋରଂଜନଭିତ୍ତିକ କାର୍ଯ୍ୟକଳାପ ଯୋଗାଇ ଦିଆଯାଉଛି,” ବୋଲି ଶ୍ରୀମତୀ କଞ୍ଚନା ଲଥା, ସେକ୍ରେଟାରୀ, କେଏଲ୍ ଏଡୁକେସନ ଫାଉଣ୍ଡେସନ (କେଏଲ୍ଇଏଫ୍) କହିଛନ୍ତି ।
ଏକ ସ୍ୱତନ୍ତ୍ର ଲକ୍ଷ୍ୟ ଓ ଉତ୍ସାହର ସହିତ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବା ପାଇଁ ବିଜନେସ୍ ସ୍କୁଲ ମଧ୍ୟ ଯୋଗ୍ୟ ବିବେଚିତ ପାଠ୍ୟକ୍ରମଗୁଡିକ ସକାଶେ ଲାଟେରାଲ ଏଣ୍ଟ୍ରିକୁ ସୁଯୋଗ ଦେଉଛି । ଏଥିସହିତ ଏକାଧିକ ବିଦେଶୀ ୟୁନିଭରସିଟି ସହିତ ବ୍ୟାପକ ବିଶ୍ୱସ୍ତରୀୟ ସହବନ୍ଧନ ଏବଂ ଶିକ୍ଷାଗତ ବୁଝାମଣା ଦ୍ୱାରା କେଏଲ୍ଏଚ ଜିବିଏସ୍ର ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ସହାୟତାରେ ପରିଚାଳିତ ଇଣ୍ଟର୍ନସିପ୍ ଏବଂ ବିଦେଶରେ ସେମିଷ୍ଟର, ଦ୍ୱୈତ ଡିଗ୍ରୀ ହାସଲ ସକାଶେ ଆନ୍ତର୍ଜାତିକ ଶିକ୍ଷାଗତ ସହଭାଗୀଙ୍କ ସହିତ ମିଳିତ ପାଠ୍ୟକ୍ରମରେ ଅଂଶଗ୍ରହଣ ଆଦିରୁ ଏକାଧିକ ଫାଇଦା ଉଠାଇ ପାରିବେ । ସହଭାଗୀ ବିଶ୍ୱବିଦ୍ୟାଳୟସମୂହର ବିଶ୍ୱସ୍ତରୀୟ ନେଟୱର୍କ ମଧ୍ୟରେ ରହିଥିବା କେତେକ ସମ୍ମାନଜନକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ମାସାଚୁସେଟ୍ସ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲେ, ନ୍ୟାସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁର ଏବଂ ଦି ଷ୍ଟେଟ ୟୁନିଭରସିଟି ଅଫ୍ ନ୍ୟୁୟର୍କ ଆଦି ରହିଛି ।
କୁଶଳତା ଉପରେ ଦୃଷ୍ଟିନିବଦ୍ଧ କରୁଥିବା, ସମାବେଶୀ ପାଠ୍ୟକ୍ରମ ଏବଂ ତାହାସହିତ ସ୍କୁଲର ଅତ୍ୟାଧୁନିକ ଭିତ୍ତିଭୂମି, ସ୍ୱନାମଧନ୍ୟ ପ୍ରାଧ୍ୟାପକଗଣ, ଏକ ଜୀବନ୍ତ ଆଭ୍ୟନ୍ତରୀଣ ପରିବେଶ ଏବଂ ଲକ୍ଷ୍ୟ ଭିତ୍ତିକ ପ୍ରଚେଷ୍ଟା ଆଦି ଏହାକୁ ବୃତ୍ତିଗତ ଓ ଆସନ୍ତାକାଲିର ପରିବର୍ତ୍ତନର ବାହକଙ୍କ ନିମନ୍ତେ ଏକ ଉପଯୁକ୍ତ ପସନ୍ଦ କରି ଗଢିତୋଳୁଛି ।
କେଏଲ୍ ଡିମ୍ଡ ଟୁ ବି ୟୁନିଭରସିଟିର ଡାଇରେକ୍ଟର ଆଡମିସନ୍ସ ଡ. ଜେଏସଆର୍, ଡିନ୍ ମ୍ୟାନେଜମେଣ୍ଟ, ହ୍ୟୁମାନିଟିଜ୍ ଆଣ୍ଡ ସାଇନ୍ସେସ ଡ. କିଶୋର ବାବୁ, ଏବଂ ଆସୋସିଏଟ ଡିନ୍ ଇଣ୍ଟର୍ନସିପ୍, ପ୍ଲେସମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରି କନେକ୍ସ ଡ. ଏ ରାମକୃଷ୍ଣଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବି-ସ୍କୁଲର ବିଭିନ୍ନ ଭାଗ ପରିଦର୍ଶନ ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା ।
ରାଜ୍ୟ
କେଏଲ୍ ଡିମ୍ଡ-ଟୁ-ବି ୟୁନିଭରସିଟି ସ୍ଥାପନ କଲା ନୂତନ କେଏଲ୍ ଗ୍ଲୋବାଲ ବିଜନେସ ସ୍କୁଲ, ହାଇଦ୍ରାବାଦ
- Hits: 639