କଂଟାବାଞ୍ଜିରୁ କମଲ ଶର୍ମା : ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ଦାବିରେ ବିଜେପି କଂଟାବାଞ୍ଜି ମଣ୍ଡଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଂଟାବାଞ୍ଜି ମଣ୍ଡଳ ଅଧ୍ୟକ୍ଷ ମୂରାଲୀ ଲାଲ ଅଗ୍ରୱାଲଙ୍କ ନେତୃତ୍ୱରେ ଶହଶହ କର୍ମକର୍ତା ଏକ ଶୋଭାଯାତ୍ରାରେ ସିନେମା ଛକ ସ୍ଥିତ ବିଜେପି କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ମୁଖ୍ୟରାସ୍ତା .ଦେଇ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟରେ ପହଂଚିଥିଲେ । ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟ କିଶାନ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ଉପାଧ୍ୟକ୍ଷ ଲକ୍ଷ୍ମଣ ବାଗ୍, ଜିଲ୍ଲା ସମ୍ପାଦକ ଗୀତା ବାରିକ, କଂଟାବାଞ୍ଜି ନିର୍ବାଚନମଣ୍ଡଳୀ ବିସ୍ତାରକ ମଧୁବନ ପାତ୍ର,ବରିଷ୍ଠ ବିଜେପି ନେତା ଜଗନ୍ନାଥ ନାଗ, ମୋହନ ଶର୍ମା, ଅଶୋକ ଦାସ, ପରମାନନ୍ଦ ହାତୀ, ଯୁବ ମୋର୍ଚ୍ଚା ସଭାପତି ସତ୍ୟେନ୍ଦ୍ର ସୁନା, ହରିଜନ ମୋର୍ଚ୍ଚା ସଭାପତି ଦୀପାଞ୍ଜଳୀ ସେଠ୍, ୱାର୍ଡ ନଂ ୧୫ ପ୍ରମୁଖ ଦେବାରାଜ ମୁଣ୍ଡା,ୱାର୍ଡ ନଂ ୧୬ ପ୍ରମୁଖ ରାଜେଶ ସାଗର, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ରମା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶାଷ ଗୁପ୍ତା.ଜିଳ୍ଲା ଉପସଭାପତି ଶ୍ରୀବତ୍ସ ବେହେରା, ଯୁବମୋର୍ଚ୍ଚା ଉପସଭାପତି ମନୀଷ ଅଗ୍ରୱାଲ, କର୍ମଠ କାର୍ଯ୍ୟକର୍ତା ଡିକ୍କି ଶର୍ମା, ରାନୁ ଘିବେଲା, ନୀଳକଣ୍ଠ ଶତପଥୀ, ପିଙ୍କି ଖରସେଲ ପ୍ରମୁଖ ସାମିଲ ଥିଲେ । ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ତହସିଲଦାରଙ୍କୁ ଦେଇଥିବା ଦାବିପତ୍ରରେ ସବୁ ଛୋଟବଡ କାମରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ନେଉଥିବା ପିସି ବା ଲାଂଚ ବନ୍ଦ କରିବା, ବିଜୁଳି କାଟ ଓ ଲୋ ଭୋଲଟେଜ୍ ଯୋଗୁ ଲୋକ ସମ୍ମୁଖୀନ ହେଊଥିବାର ସମସ୍ୟାର ନିରାକରଣ କରିବା, ବର୍ଷା ହେବା ସତ୍ୱେ ପାନୀୟ ଜଳ ସକଟ ସମସ୍ୟା ଦୂର କରିବା, ବଂଚିତ ରାସନକାର୍ଡ ହିତାଧିକାରୀଙ୍କ ତୁରନ୍ତ ରାସନକାର୍ଡ ପ୍ରଦାନ କରିବା, ସରକାରୀ ଡାକ୍ତରଖାନାରେ ଔଷଧର କଳାବାଜାରୀ ରୋକିବା, ବର୍ଷ ବର୍ଷ ଧରି ଏନଏସି ଦ୍ୱାରା ସଫା ହେଉନଥିବା ଡ୍ରେନ ଓ ନାଳ ଗୁଡିକର ସଫେଇ କରିବା ସର୍ବୋପରି ଦୋକାନ ଗୁଡିକର ମାଲିକାନା ଅଦôକାର ବଦଳାଇବା ପାଇଁ ଲକ୍ଷାଧିକଟଙ୍କା ଦାବି କରାଯିବା ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଥିଲା । ଜନହିତରେ ଦାବି କରାଯାଇଥିବା ଏହି ଦାବି ଗୁଡିକର ମାସକ ମଧ୍ୟରେ ଆଖିଦୃଶିଆ ସମାଧାନ ନହେଲେ ବିଜେପି ପକ୍ଷରୁ ବ୍ୟାପକ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।











