ହେଡଲାଇନସ୍:

ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ ରେ ଶହେ କୋଡିଏ ପରିବାର ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଶହେକୋଡିଏ ପରିବାର ଲୋକେ ହନ୍ତସନ୍ତ ପୁଣି ପାନୀୟ ଜଳ ର ସଙ୍କଟ ,ବିତି ଗଲାଣି ବର୍ଷ ବର୍ଷ । ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ କୁଚେଇ ପଦର ପଞ୍ଚାୟତର ଜୋବା ପଦର ଗ୍ରାମରେ ଶହେ କଡ଼ିଏ ରୁ ଉର୍ଦ୍ଧ ପରିବାର ଲୋକେ ବସବାସ କରନ୍ତି ଏହା ଏହି ଛବି ଦର୍ଶାଉଛି, କିନ୍ତୁ ପ୍ରଶାସନ ଓ ଜନପ୍ରତିନିଧି ବୋଧେ ଭୁଲି ଯାଇଥିବେ ଏହି ଅଞ୍ଚଳରେ ଜନବସତି ମଧ୍ୟ ଥାଇପାରେ।
ମୁଖ୍ୟ ଆକର୍ଷଣ ର ବିଷୟ ହେଲା, ଏହି ଧାନ ବିଲ ମୁହାଣରେ ପୋଖରୀ, ନୁହେଁତ ପଙ୍କ।ଶହେ ରୁ ଅଧିକ ପରିବାର ବସତି ଠାରୁ ଆଜିପର୍ଯ୍ୟନ୍ତ ପିଇବା ପାଇଁ ବୁନ୍ଦାଏ ସ୍ୱଚ୍ଛ ଜଳ ପାଇ ପାରିଲେ ନାହିଁ ।

ଲୁଗା ସଫା କରିବା, ବାସନ କୁସନ ଧଇବା,ଗାଧେଇବା ଓ ପିଇବା ପାଇଁ ପାଣି, ସମସ୍ତ ଗ୍ରାମବାସୀ ଏହି ପୋଖରୀ ରେ ନିର୍ଭର, ପୁଣି ଗରୁ ଗାଈ ଭଳି ଘରଇ ପଶୁ । ଅନ୍ୟତ୍ର ୭ କିଲୋମିଟର ଦୂରକୁ ଯିବାକୁ ପଡେ ।ପୁଣି ପାଣି ପାଇଁ ଏହି ପଖରୀରେ ଗଣ୍ଡଗୋଳ ମରୋପିଟ ମଧ୍ୟ ହେଉଛନ୍ତି । ଗ୍ରାମରେ ନାମକୁ ମାତ୍ର ଗଟାଏ ସୁଜଳଧାରା ର ସିମେଣ୍ଟ ଖୁଣ୍ଟ, ଏଠାରେ ପାଣି ଆସିବା କେବେ ଦେଖି ନାହାନ୍ତି ଗ୍ରାମବାସୀ।

ମାଳ ମାଳ ବିଜୁଳି ଖୁଣ୍ଟ ,ତାର ବି ଜଡ଼ା ହେଇଚି, ଟ୍ରାନ୍ସଫର୍ମର ବି ଅଛି, ଏଠି ବିଜୁଳି କହିଲେ ସ୍ୱପ୍ନ, ବାବୁ କୁହନ୍ତି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କର । କାହାର ଭଲ ଘରଟିଏ ନାହିଁ,ଶିକ୍ଷା, ସ୍ୱାସ୍ଥ୍ୟ ତ ନକହିଲେ ଭଲ, ଏମାନେ ବାହ୍ୟ ମଳମୁକ୍ତ ଗ୍ରାମ ବଲାଉଛନ୍ତି,କିନ୍ତୁ ବାହ୍ୟ ଜଗତରୁ ବିଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ।ଜବା ପଦର ଗ୍ରାମ ନିକଟରେ କୁଚେଇ ପଦର ,କୁଚେଇ ପଦର ଗ୍ରାମଟି ଅତୀତ ବର୍ତ୍ତମାନ ରେ ଅନେକ ବିଧାୟକଙ୍କ ଜନ୍ମ ସ୍ଥାନ। ନିର୍ବାଚନ ଆସୁଛି ଯାଉଛି, ମାଳ ମାଳ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ ମାନେ ଏହି ଅଞ୍ଚଳ କୁ ଯାଆନ୍ତି, କିନ୍ତୁ ଲୋକଙ୍କ ଦୟନୀୟ ଅବସ୍ଥାରେ ଆଖି ବନ୍ଦ କରି ଦେଇଛନ୍ତି ।ଏହିପରି ମୌଳିକ ଅଧିକାରରୁ ବଞ୍ଚିତ ଜବା ପଦର ବାସିନ୍ଦା କେବଳ ପିଇବା ପାଇଁ ଜଳ ସଂକଟରୁ ଉଦ୍ଧାର କରନ୍ତୁ ବୋଲି ଶରକାର ଓ ପ୍ରଶାସନିକ ଅଧିକାରୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ।

0
0
0
s2sdefault