ହେଡଲାଇନସ୍:

ଆଇପିଏସ ସ୍ତରରେ ଅଦଳବଦଳ : ଛାବ୍ରାଙ୍କୁ ଜେଲ, ଉପାଧ୍ୟାୟଙ୍କୁ ଅଗ୍ନିଶମ-ଗୃହରକ୍ଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂଜୀବଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ ସିବି-ସିଆଇଡି ଆଉ ଗଜଭିୟେଙ୍କୁ ଯୋଗାଯୋଗ


ଉମାଶଙ୍କର ହେଲେ ଦ୍ୱୈତନଗରୀ ଅତିରିକ୍ତ ସିପି , ନୀତିଶେଖର ଡ଼ିଆଇଜି ରାଉରକେଲା
ପ୍ରତୀକ ଆସିଲେ ଭୁବନେଶ୍ୱର, ପିନାକ ଗଲେ କଟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଇପିଏସ୍ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ଘରୋଇ ବିଭାଗ ପକ୍ଷରୁ ଏଥିନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି | ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଥିବା ସଞ୍ଜୀବ ପଣ୍ଡା(୧୯୯୪)ଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିବା ବେଳେ ତାଙ୍କ ଜାଗାକୁ ଆସିଛନ୍ତି ବ୍ୟାଚ୍ ପରିବହନ କମିସନର ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରା(୧୯୯୬)ଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି |
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଦ୍ୱୈତନଗରୀର ଏସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଭୁବନେଶ୍ୱରର ଓ କଟକର ନୂଆ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି ଯଥାକ୍ରମେ ପ୍ରତୀକ ସିଂହ ଓ ପିନାକ୍ ମିଶ୍ର ।

ପ୍ରକାଶିତ ବଦଳି ତାଲିକା ଅନୁଯାୟି: 
ଡ. ମନୋଜ କୁମାର ଛାବ୍ରା- ଡିଜି, ଜେଲ୍ ବିଭାଗ
ସନ୍ତୋଷ କୁମାର ଉପାଧ୍ୟାୟ- ଡିଜି, ଅଗ୍ନିଶମ ସେବା ଏବଂ ହୋମଗାର୍ଡ
ସଞ୍ଜୀବ ପଣ୍ଡା- ଗୁଇନ୍ଦା ନିର୍ଦ୍ଦେଶକ, ଓଏସପିଏଚ ଆଣ୍ଡ ଡବ୍ଲୁସି(ଅତିରିକ୍ତ)
ଅରୁଣ ବୋଥ୍ରା- ଅତିରିକ୍ତ ଡିଜି, କ୍ରାଇମବ୍ରାଞ୍ଚ ଏବଂ ପରିବହନ କମିସନର(ଅତିରିକ୍ତ)
ସତୀଶ ଗଜଭିୟେ - ଆଇଜି, କମ୍ୟୁନିକେସନ୍
ସଫିନ୍ ଅହମ୍ମଦ- ଆଇଜି, ଏଚଆରପିସି
ଡ. ଉମାଶଙ୍କର ଦାଶ- ଅତିରିକ୍ତ ପୁଲିସ କମିସନର(ଭୁବନେଶ୍ୱର-କଟକ)
ନୀତି ଶେଖର-ଡିଆଇଜି, ଡବ୍ଲୁଆର, ରାଉରକେଲା
ପିନାକ୍ ମିଶ୍ର- ଡିସିପି, କଟକ
ପରମାର ସ୍ମିତ୍ ପୁରୁଷୋତ୍ତମ ଦାସ - ଏସପି, ବରଗଡ଼
ପ୍ରତୀକ ସିଂହ-ଡିସିପି, ଭୁବନେଶ୍ୱର
ରାହୁଲ ଜୈନ୍- ଏସପି, ଝାରସୁଗୁଡ଼ା
ଶର୍ବଣା ବିବେକ ଏମ- ଏସପି, ବ୍ରହ୍ମପୁର
ସିଦ୍ଧାର୍ଥ କାଟାରିଆ-ଏସପି, ଖୋର୍ଦ୍ଧା
ଏସ. ସୁଶ୍ରୀ-ଏସପି, ନବରଙ୍ଗପୁର
ଅଭିଳାଷ ଜି- ଏସପି, କଳାହାଣ୍ଡି
ଅଲେଖ ପହି- ଏସପି, ନୟାଗଡ଼

0
0
0
s2sdefault