ହେଡଲାଇନସ୍:

"ମୋ ଭଉଣୀ ଚାଲିଗଲା, ତାକୁ ଟିକେ ଦେଖି ପାରିଲିନି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମରିଗଲା ମାନବିକତା: - ହିଟଲର ଠୁଁ ବଲିଗଲେ ବରଗଡ଼ ଡ଼ିଏଫଓ !!

ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡ଼ିଏଫଓ

ବରଗଡ଼ :- ଜଣେ ଭାଇ ଆଇସିୟୁ ରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା, ଚାକିରୀରେ ବନ୍ଧା ଜୀବନ ତଥା ନିର୍ଦ୍ଦୟୀ ଉପରିସ୍ଥ ଅଧିକାରୀ ପାଇଁ ଭାଙ୍ଗିଗଲା ଜଣେ ଭାଇର ହୃଦୟ.ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଆମ୍ବାଭୋନାଠାରେ କାର୍ଯ୍ୟରତ ଫରେଷ୍ଟର ପ୍ରୟାଗ ପଧାନଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖା କରିବାକୁ ଅନୁମତି ଦେଲେ ନାହିଁ ବରଗଡ଼ ଡି.ଏଫ.ଓ  । ପ୍ରୟାଗଙ୍କ ଭଉଣୀ ଭୁବନେଶ୍ବର ସ୍ଥିତ ଏମ୍ସ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ତାଙ୍କୁ ଜୀବନ୍ତ ଅବସ୍ଥାରେ ଦେଖିବା ପାଇଁ ସେ ବରଗଡ଼  ଡି.ଏଫ.ଓ ଙ୍କୁ ଅନେକ କାକୁତି ମିନତୀ ହେଲେ | ହେଲେ କ୍ଷମତାର ଗର୍ବ ଅହଂକାରରେ ପରିପୂର୍ଣ୍ଣ ଥିବା ନିର୍ଦ୍ଦୟୀ ବାବୁଙ୍କ ମନ ତରଲୀଳା ନାହିଁ |  ଦୁଇଦିନ ଛୁଟି ମଞ୍ଜୁର କଲେ ନାହିଁ ଉକ୍ତ ବାବୁ | ଶେଷରେ ଆଖି ବୁଜିଦେଲେ ପ୍ରୟାଗଙ୍କ ଭଉଣୀ । ଏହି ଘଟଣା ଘଟିବା ପରେ ଭାଙ୍ଗିପଡିଛନ୍ତି ଫରେଷ୍ଟର ପ୍ରୟାଗ. ହତାଶ ହୃଦୟରେ ନିଜ ବେଦନାକୁ ଫେସବୁକ ମାଧ୍ୟମରେ  ପ୍ରକାଶ କରିଛନ୍ତି ସେ ଯାହାକୁ ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ୁଛନ୍ତି. ସମସ୍ତଙ୍କ ମୁହଁରେ ଗୋଟିଏ କଥା ହିଟଲର ରୁ ବଳି ଯାଇଛି ବରଗଡ଼ ଡି.ଏଫ.ଓ ଙ୍କ କ୍ରୁରତା । 
ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବରଗଡ଼ ଜିଲ୍ଲାର ଡିଏଫଓ ଫରେଷ୍ଟର ଶ୍ରୀ ପ୍ରଧାନ ଙ୍କର ଉପରେ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କୁ ସବୁବେଳେ ହଇରାଣ କରିଥାନ୍ତି । କିନ୍ତୁ ଏହି ଘଟଣା ଡିଏଫଓ ଙ୍କର ନିର୍ମମ ଓ କ୍ରୁର ମାନସିକତା ଦର୍ଶାଉଛି । ଉପରିସ୍ଥ ଅଧିକାରୀ ନିଜର କର୍ମଚାରୀ ଙ୍କ ପାଇଁ ବାପା କିମ୍ବା ବଡ଼ ଭାଇ ସଦୃଶ୍ୟ ହେବା କଥା କିନ୍ତୁ କ୍ଷମତା ପାଇବା ପରେ କାହିଁକି ଏମାନେ ଏତେ ନିର୍ଦୟ ହୋଇ ଯାଆନ୍ତି କେଜାଣି ।

0
0
0
s2sdefault