ହେଡଲାଇନସ୍:

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) - ଆଜି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ପହଁଚି ସର୍ବପ୍ରଥମେ ଶରଣକୁଳ ଲଡ଼ୁବାବାଙ୍କୁ ଦର୍ଶନ କରିଥିଲେ । ଏହାପରେ ଓଡ଼ଗାଁ ଗସ୍ତ କରି ଶ୍ରୀ ରଘୁନାଥଙ୍କୁ ମଧ୍ୟ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । ପରେ ପରେ ଦିବା ଘ.୧୦.୩୦ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନୂତନ ଭାବେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ୍‌ର ଶୁଭ ଉଦ୍‌ଘାଟନ କରିବା ସହ ଏହାକୁ ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ପରେ ସମସ୍ତ ବିଭାଗୀୟ କାର୍ଯ୍ୟାବଳୀର ପୁଙ୍ଖାନୁପୁଙ୍ଖ ସମୀକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ । ବିଶେଷ କରି ଇ-ଅଭିଯୋଗ, ୫ଟି ଏବଂ ରାଜସ୍ୱ ଉପରେ ସମୀକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ର୍ନିେଶ ଦେଇଥିଲେ । ଜନସାଧାରଣଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ଠିକ୍ ସମୟରେ ଯୋଗାଇ ଦେବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟାକୁ ସମୀକ୍ଷା କରି ସେ ଏହା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ,ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର , ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault