ଉତ୍କଳ ଦିବସରେ ଆରମ୍ଭ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ରେ ଉଦ୍ଯାପିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଚଳିତ ବର୍ଷର ଜଳଛତ୍ର କାର୍ଯ୍ୟକ୍ରମ ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ପବିତ୍ର ଉତ୍କଳ ଦିବସ ଅବସରରେ ଶୁଭାରମ୍ଭ କରାଯାଇଥିଲା ବେଳେ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତି ଦିନରେ ଉଦ୍ଯାପିତ ହୋଇଯାଇଛି । ମିଡିଆ ବ୍ରଦର୍ସର ଅଧ୍ୟକ୍ଷ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଏହି ଜଳଛତ୍ର କାର୍ଯ୍ୟକ୍ରମ ଦୀର୍ଘ ୨୮ଦିନ ଧରି ଚାଲୁ ରହି ତୂଷା ର୍ ଲୋକମାନଙ୍କ ଶୋଷ ମେ ।ଇ ଆସୁଥିଲା । ଯାହାଫଳରେ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବାଟୋଇମାନେ ଏଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜିତ ମିଡ଼ିଆ ବ୍ରଦର୍ସର ସମସ୍ତ ସଭ୍ୟମାନଙ୍କୁ ଢେରସାରା ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଡ଼ିଆ ବ୍ରଦର୍ସର ଉପସଭାପତି ରମେଶ ଚନ୍ଦ୍ର ଜେନା, ସଂପାଦକ ଅମିତାଭ ମହାପାତ୍ର, ସହସଂପାଦକ ଇଜାଜ୍ ଖାଁ, ମିଡିଆ ସଂଯୋଜକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ପ୍ରତାପ ଶତପଥି, ରଂଜନ ଦାସ, ଉମାଶଙ୍କର ସାହୁ, ପ୍ରକାଶ ଚନ୍ଦ୍ର ରାଉଳ, ପ୍ରମୋଦ ସ୍ୱାଇଁ, ସତ୍ୟଜିତ୍ ମହାପାତ୍ର, ରଣଜିତ୍ ମଲ୍ଲିକ, ମନୋରଂଜନ ଭୂୟାଁ, ଦେବେନ୍ଦ୍ର ଷଢଙ୍ଗୀ, କ୍ଷୀରୋଦ ଲେଙ୍କା, ତାଲିବ ମିର୍ଜା,ନିର୍ମଳ ପଡିହାରୀ, ସତ୍ୟପ୍ରକାଶ ସ୍ୱାଇଁ, ମିଡ଼ିଆ ବ୍ରଦର୍ସର ସମସ୍ତ ସାମ୍ବାଦିକ ଭାଇମାନଙ୍କ ସମେତ ପ ।ୟତ ପ୍ରହଲ୍ଲାଦ କଲେଜର ଛାତ୍ର ଛାତ୍ରୀ ମାନେ ଜଳ ବ ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତେବେ ମିଡ଼ିଆ ବ୍ରଦର୍ସର ଏଭଳି ଏକ ମହତ ପଦକ୍ଷେପକୁ ତୁଷା ର୍ ବାଟୋଇମାନେ ଭୁରି ଭୁରି ପ୍ରଶଂସା କରିବା ସହ ଏଭଳି ସଂଗଠନ ଦୀର୍ଘ ବର୍ଷ ଧରି ଲୋକମାନଙ୍କ ପାଇଁ ଏଭଳି ସେବାମୂଳକ କାର୍ଯ୍ୟ କରିଆସୁ ବୋଲି ଆର୍ଶିବାଦ ପ୍ରଦାନ କରିଥିଲେ ।