ହେଡଲାଇନସ୍:

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଯାଜପୁରରେ ୫୩ତମ “ଷ୍ଟିଲ୍ ମେକିଂ ଅପରେଟିଂ କମିଟି’ ସମ୍ମିଳନୀ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫୩ତମ “ଷ୍ଟିଲ୍ ମେକିଂ ଅପରେଟିଂ କମିଟି’ ବୈଠକରେ ବିଭିନ୍ନ ଇସ୍ପାତ କାରଖାନାର ୪୫ ପ୍ରତିନିଧିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର/ଯାଜପୁର: ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସେଲ୍‌ର ଲୌହ ଏବଂ ଇସ୍ପାତ ଗବେଷଣା ଓ ବିକାଶ କେନ୍ଦ୍ର ସହଭାଗିତାରେ ୨୦୨୨ ଏପ୍ରିଲ୍ ୨୭-୨୮ରେ ଯାଜପୁରର ବ୍ରାହ୍ମଣୀ ହୋଟେଲ୍‌ରେ ୫୩ତମ ଷ୍ଟିଲ୍ ମେକିଂ ଅପରେଟିଂ କମିଟି (ଏସ୍‌ଏମ୍‌ଓସି) ସମ୍ମିଳନୀ ଆୟୋଜନ କରାଯାଇଛି ।
ଟାଟା ଷ୍ଟିଲ୍ କଳିଙ୍ଗନଗରର ମହାପ୍ରବନ୍ଧକ (ଅପରେସନ୍ସ) ଓ ୫୩ତମ ଏସ୍‌ଏମ୍‌ଓସିର ସହ-ଅଧ୍ୟକ୍ଷ କରମବୀର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ଏମ୍‌ଜିଏମ୍ ଚେୟାର୍ ପ୍ରଫେସର, ପ୍ରଫେସର ବ୍ରହ୍ମ ଦେଓ, ସେଲ୍‌-ରାଂଚିର ଆର୍‌ଡିସିଆଇଏସ୍‌ର ମହାପ୍ରବନ୍ଧକ ଓ ଏସ୍‌ଏମ୍‌ଓସିର ସମ୍ପାଦକ ଅମିତାଭ ପଲ୍ ଓ ଟାଟା ଷ୍ଟିଲ୍ କଳିଙ୍ଗନଗରର ମୁଖ୍ୟ ଅପରେସନ୍ସ (ଷ୍ଟିଲ୍ ମେଲ୍‌ଟିଂ ସପ୍‌) ଓ ୫୩ତମ ଏସ୍‌ଏମ୍‌ଓସିର ସଂଯୋଜକ ଆର୍ ଭି ସାଙ୍ଗୱାଇ ଅତିଥି ଭାବେ ଦୀପ ପ୍ରଜ୍ୱଳନ କରି ଏହି ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ପରେ ଉଦ୍‌ଘାଟନୀ ଦିବସରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ୍ (ଅପରେସନ୍ସ) ରାଜୀବ କୁମାର ଯୋଗ ଦେଇଥିଲେ ଓ ଅତିଥିମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାରା ଦେଶର ବିଭିନ୍ନ ଇସ୍ପାତ ନିର୍ମାଣକାରୀ କଂପାନି ଯଥା ଜେଏସଡବ୍ଲୁ (ବେଲ୍ଲାରି), ଜେଏସଡବ୍ଲୁ (ଡୋଲ୍‌ଭି), ଟାଟା ଷ୍ଟିଲ୍ ମେରାମଣ୍ଡଳୀ, ଟାଟା ଷ୍ଟିଲ କଳିଙ୍ଗନଗର, ଆର୍‌ଆଇଏନ୍‌ଏଲ୍‌, ଭାଇଜାଗ୍ ଓ ମେକନ୍ ଲିମିଟେଡ୍‌, ସେଲ୍ (ଆର୍‌ଡିସିଆଇଏସ୍ ଓ ସିଇଟି), ଜେଏସ୍‌ପିଏଲ୍ (ରାୟଗଡ଼) ଓ ଜେଏସ୍‌ପିଏଲ୍ (ଅନୁଗୁଳ) ଇତ୍ୟାଦିର ପ୍ରତିନିଧି ଉପସ୍ଥିତ ଥିଲେ ।
ଏହି ଦୁଇ ଦିନିଆ ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଟାଟା ଷ୍ଟିଲ୍ କଳିଙ୍ଗ ନଗରର ମହାପ୍ରବନ୍ଧକ (ଅପରେସନ୍ସ) ଓ ୫୩ତମ ଏସ୍‌ଏମ୍‌ଓସିର ସହ ଅଧ୍ୟକ୍ଷ କରମବୀର ସିଂହ କହିଛନ୍ତି ଯେ, “ଆମେ ଉତ୍ପାଦନ କରୁଥିବା ଇସ୍ପାତରେ ହିଁ ଭବିଷ୍ୟତ ନିହିତ ଥିବା ଭଳି ମନେ ହେଉଛି । ଭାରତୀୟ ଇସ୍ପାତ ନିର୍ମାଣର ମାନକ ଯେକୌଣସି ଆନ୍ତର୍ଜାତିକ ମାନକ ସହ ସମାନ । ଆମକୁ ଆମଦାନିର ବିକଳ୍ପ ଉପରେ ଗୁରୁତ୍ୱ ଦେବାକୁ ହେବ ଯାହା ଉତ୍କୃଷ୍ଟ ମାନର ଇସ୍ପାତ ନିର୍ମାଣ ସହିତ କମ୍ ମୂଲ୍ୟରେ ଉତ୍ପାଦନ ଓ ପରସ୍ପର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ କରିବା ଦ୍ୱାରା ସମ୍ଭବ ହେବ । ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ଆମର ପରିବେଶ ପ୍ରତି ମଧ୍ୟ ପ୍ରତିବଦ୍ଧତା ରହିଛି ଯେଉଁଥିପାଇଁ କାର୍ବନ୍ ଡାଇ-ଅକ୍ସାଇଡ୍ ନିର୍ମଗମ ହ୍ରାସ ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ । ଶେଷରେ, ଇସ୍ପାତ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବାରେ ସହାୟକ ହେବା ଲାଗି ଆମକୁ ଡିଜିଟାଲ୍‌କରଣ ଜରିଆରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।’’
ଷ୍ଟିଲ୍ ମେଲ୍‌ଟିଂ ସପ୍‌ରେ ନୂତନ ବ୍ୟବସ୍ଥାର ସ୍ଥିରତା ପାଇଁ ଅଭିନବ ପ୍ରଥାକୁ ନେଇ ବୈଷୟିକ ଅଧିବେଶନ ବ୍ୟତୀତ ଏହି ଦୁଇଦିନିଆ ସମ୍ମିଳନୀରେ ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟାରେ ନିରନ୍ତରତା ଓ ଦକ୍ଷତାରେ ବୃଦ୍ଧି ଅଭିଯାନ ଉପରେ ଅଧିବେଶନ ଆୟୋଜନ କରାଯାଇଥିଲା । ଅତିଥିମାନଙ୍କର ଟାଟା ଷ୍ଟିଲ୍ କଳିଙ୍ଗନଗର ଷ୍ଟିଲ୍ ମେଲ୍‌ଟିଂ ସପ୍‌ର ପ୍ଲାଂଟ୍ ପରିଦର୍ଶନ କରିବା ସହିତ ଏହି ଦୁଇ ଦିନିଆ ଜ୍ଞାନ ଭିତିକ ସମ୍ମିଳନୀର ସମାପନ ହୋଇଥିଲା ।
ଷ୍ଟିଲ୍ ମେକିଂ ଅପରେଟିଂ କମିଟି (ଏସ୍‌ଏମ୍‌ଓସି) ହେଉଛି ଏକ ମଂଚ ଯାହା ଦେଶର ବିଭିନ୍ନ ଇସ୍ପାତ କାରଖାନା ମଧ୍ୟରେ ଇସ୍ପାତ ନିର୍ମାଣ ସମ୍ପର୍କିତ ବିଭିନ୍ନ ବିଷୟରେ ଜ୍ଞାନ ଓ ଅନୁଭୂତିର ବିନିମୟକୁ ପ୍ରୋତ୍ସାହିତ କରୁଛି । ଏହି ମଂଚ ଇସ୍ପାତ ପ୍ରସ୍ତୁତିରେ ପରିଚାଳନାଗତ ଦକ୍ଷତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି ।

 

 

 

 

 

 

0
0
0
s2sdefault