ହେଡଲାଇନସ୍:

ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ଏଲ୍‌ଆଇସି ଆଇପିଓକୁ ୧୦ କୋଟି ଗ୍ରାମୀଣ ପରିବାରରେ ପହଂଚାଇବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତ ଏଲ୍‌ଆଇସି ଆଇପିଓକୁ ଚାହିଁରହିଥିବା ବେଳେ ଗ୍ରାମୀଣ ଭାରତରେ ଡିମାଟ୍ ଖାତା ଖୋଲିବା ବ୍ୟବସ୍ଥାକୁ ସରଳ କରିବା ପାଇଁ ଏକ ପ୍ରଥମ ଧରଣର ସହଯୋଗିତା ପାଇଁ ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ହାତ ମିଳାଇଛନ୍ତି ଯାହା ଫଳରେ ୧ ନିୟୁତ ସ୍ପାଇସ୍ ମନି ଅଧିକାରୀମାନଙ୍କ ସହାୟତାରେ ସହଜରେ ପୁଂଜି ବଜାର ଭିତିକ ନିବେଶ ଉତ୍ପାଦ ନିକଟରେ ପହଂଚି ହେବ

ଭୁବନେଶ୍ୱର: ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣୁଥିବା ଦେଶର ଅଗ୍ରଣୀ ଗ୍ରାମୀଣ ଫିନ୍‌ଟେକ୍ ସଂସ୍ଥା ସ୍ପାଇସ୍ ମନି ପକ୍ଷରୁ ଏକ ପ୍ରଥମ ଧରଣର ନିବେଶ ସୁଯୋଗ ଭାବେ ଉଭା ହୋଇଥିବା ମେଗା ଏଲ୍‌ଆଇସି ଆଇପିଓରେ ଗ୍ରାମୀଣ ନାଗରିକମାନଙ୍କୁ ଆବେଦନ କରିବାରେ ସାହାଯ୍ୟ କରିବା ଲାଗି ରେଲିଗେୟାର୍ ବ୍ରୋକିଂ ଲିମିଟେଡ୍ (ଆର୍‌ବିଏଲ୍‌) ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ସହଯୋଗିତା ଜରିଆରେ ରେଲିଗେୟାର୍ ବ୍ରୋକିଂ ଓ ସ୍ପାଇସ୍ ମନି ଗ୍ରାମୀଣ ନାଗରିକମାନଙ୍କ ନିକଟରେ ନିବେଶ ସୁଯୋଗ ସମାନ ଭାବେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ଫଳରେ ଗ୍ରାମୀଣ-ସହରାଂଚଳ ବିଭେଦକୁ ଦୂର କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଦିଗରେ ସେମାନେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁନଶ୍ଚ, ଏହି ସହଯୋଗିତା ୯୫%ରୁ ଅଧିକ ପିନ୍‌କୋଡ୍‌ର ବାସିନ୍ଦାମାନଙ୍କୁ ଇକ୍ୱିଟି, ମ୍ୟୁଚୁଆଲ୍ ଫଣ୍ଡ୍‌, କମୋଡିଟି, ମୁଦ୍ରା ଓ ଏନ୍‌ପିଏସ୍ ଭଳି ପୁଂଜି ବଜାର ସହ ଜଡ଼ିତ ଥିବା ସୁଯୋଗରେ ନିବେଶ କରି ନିଜର ଭବିଷ୍ୟତ ପାଇଁ ସଂପତି ଗଠନ କରିବା ଲାଗି ଏକ ସହାୟକ ଫିଜିଟାଲ୍ ପ୍ଲାଟ୍‌ଫର୍ମ ପ୍ରଦାନ କରିବ । ଏହି ବ୍ୟବସାୟ ସହଯୋଗିତା ଗ୍ରାମୀଣ କ୍ଷେତ୍ରର ନୂଆ ନିବେଶକମାନଙ୍କ ପାଇଁ ଏକ ବଡ଼ ଧରଣର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଆର୍ଥିକ ସ୍ୱାଧୀନତା ପାଇଁ ପଥ ପ୍ରଦର୍ଶନ କରିବ ।
ରେଲିଗେୟାର୍ ବ୍ରୋକିଂ ପକ୍ଷରୁ ସାରା ଦେଶର ୪୦୦ରୁ ଅଧିକ ସହରରେ ଥିବା ଏହାର ୧୧୦୦ରୁ ଅଧିକ ଶାଖା ଓ ବ୍ୟବସାୟ ସହଯୋଗୀଙ୍କ ସର୍ବଭାରତୀୟ ନେଟ୍‌ୱର୍କ ଜରିଆରେ ୧୦ ଲକ୍ଷରୁ ଅଧିକ ଡିମାଟ୍ ଗ୍ରାହକଙ୍କୁ ଏବେ ସେବା ଯୋଗାଇ ଦେଉଛି । ଅନ୍ୟ ପକ୍ଷରେ ସ୍ପାଇସ୍ ମନି ହେଉଛି ଏକ ଅଗ୍ରଣୀ ଗ୍ରାମୀଣ ଭିତିକ ଫିନ୍‌ଟେକ୍ କଂପାନି ଯାହା ଭାରତର ଦୂରଦୂରାନ୍ତରେ ୭୦୦ରୁ ଅଧିକ ଜିଲ୍ଲାର ୧୦ କୋଟିରୁ ଅଧିକ ପରିବାରକୁ ୧୦ ଲକ୍ଷରୁ ଅଧିକ ମର୍ଚାଂଟ୍ (ସ୍ପାଇସ୍ ମନି ଅଧିକାରୀ ଭାବେ ପରିଚିତ)ଙ୍କ ଏକ ବ୍ୟାପକ ନେଟ୍‌ୱର୍କ ଜରିଆରେ ସେବା ପ୍ରଦାନ କରୁଛି । ତେଣୁ, ରେଲିଗେୟାର୍ ବ୍ରୋକିଂ ଓ ସ୍ପାଇସ୍ ମନି ମଧ୍ୟରେ ନିବେଶ ସେବା ସହଯୋଗିତା ଗ୍ରାମୀଣ ଭାରତରେ ଲୋକମାନଙ୍କୁ ଏକ ଡିମାଟ୍ ଖାତାକୁ ପ୍ରତ୍ୟକ୍ଷ ଭାବେ ଓ ସହାୟତା ରୂପରେ ପାଇବା ଏବଂ ପୁଂଜି ବଜାର ଭିତିକ ଉତ୍ପାଦରେ ନିବେଶ କରିବାରେ ସହାୟକ ହେବ ।
ନୂଆ ପିଢ଼ିର ପ୍ରଯୁକ୍ତି କଂପାନିଗୁଡ଼ିକ ପଥ ପ୍ରଦର୍ଶନ କରିବା ସହିତ ଭାରତର ନିକଟତମ ଦୁଇ ଦଶନ୍ଧି ମଧ୍ୟରେ ଶ୍ରେଷ୍ଠ ଆଇପିଓ ବର୍ଷ (୨୦୨୧)ର ରେକର୍ଡ କରିଥିବା ବେଳେ ପହଂଚ, ସଚେତନତା ଓ ସହାୟତାର ଅଭାବ ଯୋଗୁଁ ଦେଶର ଗ୍ରାମୀଣ ଅଂଶରୁ ନିବେଶକଙ୍କ ପ୍ରତିଶତ ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି । ଗ୍ରାମୀଣ ନାଗରିକ ଯେଉଁମାନେ ଏଲ୍‌ଆଇସି ଆଇପିଓରେ ନିବେଶ କରିବାକୁ ଚାହୁଁଛନ୍ତି କିନ୍ତୁ କେଉଁଠାରୁ ଆରମ୍ଭ କରିବେ ଜାଣିନାହାନ୍ତି ସେମାନଙ୍କ ପାଇଁ ସ୍ପାଇସ୍ ମନିର ଉଚ୍ଚ ଅଭିବୃଦ୍ଧିର ସର୍ବାଧିକ ଅନ୍ତର୍ଭୁକ୍ତ ଓ ବିଶ୍ୱାସଯୋଗ୍ୟ ଗୋଷ୍ଠୀ ୧ ନିୟୁତ ଅଧିକାରୀ ଯେଉଁମାନେ ବିଶ୍ୱାସଯୋଗ୍ୟ ବ୍ୟାଙ୍କିଙ୍ଗ୍ ପ୍ରତିନିଧି ଭାବେ ଗ୍ରହଣୀୟ, ଏକକ ସମାଧାନ ଯୋଗାଯୋଗ ସ୍ଥଳ ଭାବେ କାର୍ଯ୍ୟ କରିବେ । ଏକ ଡିମାଟ୍ ଖାତା ଖୋଲିବା, ଏଲ୍‌ଆଇସି ଆଇପିଓ ପାଇଁ ଆବେଦନ କରିବା ଓ ଭବିଷ୍ୟତରେ ଅନ୍ୟ ଉତ୍ପାଦଗୁଡ଼ିକରେ ନିବେଶ କରିବାରେ ସ୍ପାଇସ୍ ମନି ଅଧିକାରୀମାନେ ସହାୟତା ପ୍ରଦାନ କରିବେ ।
ସ୍ପାଇସ୍ ମନିର ସହ ପ୍ରତିଷ୍ଠାତା ଓ ସିଇଓ ସଂଜୀବ କୁମାର କହିଛନ୍ତି ଯେ, “ଭାରତର ଦୂରଦୂରାନ୍ତ ପର୍ଯ୍ୟନ୍ତ ଦେଶର ସର୍ବବୃହତ୍ ଆଇପିଓକୁ ପହଂଚାଇବା ଲାଗି ରେଲିଗେୟାର୍ ବ୍ରୋକିଂ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ସ୍ପାଇସ୍ ମନିରେ ଆମେ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବାର ଲକ୍ଷ୍ୟରେ ରହିଛୁ ଏବଂ ଏହି ସହଯୋଗିତା ଗ୍ରାମୀଣ ନାଗରିକମାନଙ୍କ ପାଇଁ ଆମ ମାର୍କେଟ୍‌ପ୍ଲେସ୍ ପ୍ଲାଟ୍‌ଫର୍ମ ଜରିଆରେ ମେଗା ଆଇପିଓ ଓ ଭବିଷ୍ୟତରେ ଅନ୍ୟାନ୍ୟ ପୁଂଜି ବଜାର ଭିତିକ ଉତ୍ପାଦରେ ଅଂଶଗ୍ରହଣ କରିବାର ସୁଯୋଗ ଆଣିଦେବ । ଏଲ୍‌ଆଇସି ଭଳି ସାରା ଦେଶର ବିଶ୍ୱାସ ଜିତିଥିବା ଏକ ବ୍ରାଣ୍ଡ୍‌ର ଆଇପିଓକୁ ହାସଲ କରିବା ଗ୍ରାମୀଣ ନାଗରିକଙ୍କୁ ନିବେଶ ସୁଯୋଗ ଘଟଣା ସହିତ ପରିଚିତ କରିବ ଯାହା ବିଷୟରେ ସେମାନେ ଅବଗତ ନଥିଲେ ।
ଅଧିକାଂଶ ଗ୍ରାମୀଣ ପରିବାରରେ ସ୍ୱଳ୍ପ କିମ୍ବା ଆଦୌଁ ଆର୍ଥିକ ସାକ୍ଷରତା ନଥିବା ଓ ଅଧିକାଂଶ ସେମାନଙ୍କ ଟଙ୍କାକୁ ବ୍ୟାଙ୍କରେ ଜମା ରଖିବାକୁ ପସନ୍ଦ କରିଥାନ୍ତି ଏବଂ ତେଣୁ, ସେମାନଙ୍କୁ କମ୍ ସୁଧ ମିଳିଥାଏ, ଯେତେବେଳେ କି ପୁଞ୍ଜି ବଜାରରେ ଚତୁରତାର ସହ ନିବେଶ କରି ସଂପତିକୁ ବଢ଼ାଇବା ଲାଗି ସେମାନଙ୍କ ପାଖରେ ଏକ ବଡ଼ ସୁଯୋଗ ରହିଛି । ଏହି ସୁଯୋଗଗୁଡ଼ିକୁ ହାସଲ କରିବା କେବଳ ଗ୍ରାମୀଣ ନାଗରିକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ନାହିଁ ବରଂ ଗ୍ରାମୀଣ ଅର୍ଥନୀତିକୁ ଏହା ପୁନର୍ଜୀବିତ କରିବ । ଏକ ୫ ଟ୍ରିଲିଅନ୍ ଡଲାର୍ ଅର୍ଥନୀତିରେ ପରିଣତ ହେବା ଲାଗି ଦେଶର ଲକ୍ଷ୍ୟ ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଆତ୍ମନିର୍ଭର ଭାରତ ସୃଷ୍ଟି କରିବ । ଲୋକମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ କରିବା ଲାଗି ଏହି ସହଯୋଗିତା ମିଳିତ ଶକ୍ତିକୁ ବ୍ୟବହାର କରିବ । ଡିଜିଟାଲ୍ ଓ ପ୍ରଯୁକ୍ତି ନବସୃଜନକୁ ଆଗକୁ ବଢ଼ାଇ, ସମସ୍ତ ଗ୍ରାମୀଣ ଆର୍ଥିକ ଆବଶ୍ୟକତା ପାଇଁ ସ୍ପାଇସ୍ ମନି ଗୋଟିଏ ପ୍ଳାଟ୍‌ଫର୍ମରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସଂଜୀବ କହିଛନ୍ତି ।’’
ଏହି ସହଯୋଗିତାର ଘୋଷଣା ଅବସରରେ ରେଲିଗେୟାର୍ ବ୍ରୋକିଂର ସିଇଓ ନିତିନ ଅଗ୍ରୱାଲ୍ କହିଛନ୍ତି ଯେ, “ସ୍ପାଇସ୍ ମନି ସହିତ ହାତ ମିଳାଇଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏଲ୍‌ଆଇସି ଆଇପିଓ ଆସୁଥିବାରୁ ନୂଆ ନିବେଶକ ଓ ପଲିସିଧାରକମାନଙ୍କ ପାଇଁ ଏକ ବିପୁଳ ସୁଯୋଗ ଅପେକ୍ଷା କରିଛି । ନୂତନ ପିଢ଼ିର ପ୍ରଯୁକ୍ତି ସହିତ ମାନବ ସହାୟତାକୁ ଯୋଡ଼ି ରେଲିଗେୟାର୍ ଓ ସ୍ପାଇସ୍ ମନି ମିଳିତ ଭାବେ ଏକ ଗ୍ରାମୀଣ ଭାରତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମଡେଲ୍ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ଘରେ ଘରେ ଡିମାଟ୍ ଖାତା ପହଂଚାଇବେ । ସ୍ପାଇସ୍ ଅଧିକାରୀମାନଙ୍କ ସହାୟତାରେ ଆଇପିଓରେ ନିବେଶ କରିବାକୁ ଚାହୁଁଥିବା ପ୍ରତିଟି ନିବେଶକ ଡାଇନାମିକ୍ ଆପ୍‌ରେ ସହଜରେ ଡିମାଟ୍ ଖାତା ଖୋଲିପାରିବେ ଏବଂ ଏକ ନିବେଶ ଉତ୍ପାଦ ବର୍ଗ ପାଇଁ ସୂଚନା ଭିତିକ ନିଷ୍ପତି ଗ୍ରହଣ କରିପାରିବେ ।’’
ରେଲିଗେୟାର୍ ବ୍ରୋକିଂର ସିଓଓ ଗୁର୍‌ପ୍ରୀତ୍ ସିଦାନା କହିଛନ୍ତି ଯେ, “ସରଳୀକୃତ ନିବେଶ ଯାତ୍ରା ଓ ଅଭିନବ ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିଶ୍ରୁତିକୁ ଜାରି ରଖି ସବୁଠୁ ଶସ୍ତା ଡିମାଟ୍ ଖାତା ଖୋଲିବା ଲାଗି ସ୍ପାଇସ୍ ମନି ସହିତ ଆମେ ଏଥର ଏକ ବଡ଼ ଧରଣର ଫିଜିଟାଲ୍ ଡିଆଇୱାଇ ସୁବିଧା ଗଠନ କରିଛୁ । ରେଲିଗେୟାର୍ ବ୍ରୋକିଂ ନିକଟରେ ନୂତନ ସେବା ବିଷୟରେ ଘୋଷଣା କରିଛି ଯାହା ଡେଲିଭରି ଟ୍ରେଡ୍‌ରେ ଶୂନ ବ୍ରୋକରେଜ୍‌, ଅଣ ଲାଭଦାୟକ ଇନଟ୍ରା-ଡେ ଟ୍ରେଡ୍‌ରେ ଶୂନ ବ୍ରୋକରେଜ୍ ଓ ପ୍ରତି ଲଟ୍ ପିଛା ୫ ଟଙ୍କାରେ ଅପ୍‌ସନ ଟ୍ରେଡିଂ ବିକଳ୍ପ ପ୍ରଦାନ କରୁଛି । ଆମର ଡିଆଇୱାଇ ଖାତା ଖୋଲିବା ଯାତ୍ରା ଓ ଟ୍ରେଡିଂ ପ୍ଲାଟ୍‌ଫର୍ମ ପଛରେ ରହିଛି ଷ୍ଟେଟ୍ ଅଫ୍ ଆର୍ଟ ନୂଆ ପିଢ଼ିର ପ୍ରଯୁକ୍ତି ଓ ସରଳୀକୃତ କାରବାର ଅନୁଭୂତି । କାରବାର ପରିମାଣ ଓ ସ୍ଥାନ ଭିନ୍ନ, ଆମ ନିବେଶକମାନେ ନିରବଚ୍ଛିନ୍ନ ଭାବେ ଓ ସୁଲଭରେ ପୁଂଜି ବଜାର ଭିତିକ ସୁଯୋଗରେ ଅଂଶଗ୍ରହଣ କରିପାରିବେ ।’’

 

 

 

 

 

0
0
0
s2sdefault