କାର୍ଯ୍ୟ ତ୍ୱରାନିତ କରି ଖୁବ ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, :ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ “ଓଡ଼ିଶା ସମ୍ମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର (ଏ.ଏସ୍. ଡ଼ି-୬), ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ କରିବା ସହିତ ଖୁବ୍ ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ସମୀକ୍ଷା ବିବରଣୀରୁ ପ୍ରକାଶ କଟକ ଓ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ଯଥାକ୍ରମେ ୩୫୭ କି.ମି. ଓ ୨୩୮ କି.ମି. ସ୍ୱେରେଜ ବ୍ୟବସ୍ଥା, ୧୦୦ ଏମ୍. ଏଲ.ଡ଼ି କ୍ଷମତା ସଂପନ୍ନ ୩ ଗୋଟି ଏସ୍.ଟି.ପି, ୫୬ ଗୋଟି ପମ୍ପିଙ୍ଗ ସେଂଟର, ୧୭.୯ କି.ମି. ଡ୍ରେନ ଓ ୭ ଟି ସ୍ଲୁସି ଗେଟ୍ କାର୍ଯ୍ୟ ପାୟ ୮୫ ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଥିବା ବେଳେ କଟକର ବକ୍ସ ଡ୍ରେନ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଗେଇ ଚାଲିଛି । ଭୁବନେଶ୍ୱରରେ ହାତକୁ ନିଆଯାଇଥିବା ୨୩୮ କି.ମି. ସ୍ୱେରେଜ ପାଇପ ବିଛାଇବା କାର୍ଯ୍ୟରୁ ୨୧୦ କି.ମି, କଟକରେ ୩୫୭ କି.ମି. ମଧ୍ୟରୁ ୩୪୧ କି.ମି. ସଂପୂର୍ଣ୍ଣ ହୋଇଛି । ସି.ଡ଼ି.ଏ ରେ ଏସ୍.ଟି.ପି-୧ ଅନ୍ତର୍ଗତ ୩୬ ଏମ୍. ଏଲ.ଡ଼ି, ମତଗଜପୁରରେ ଏସ୍.ଟି.ପି-୨ ଅନ୍ତର୍ଗତ ୧୬ ଏମ୍. ଏଲ.ଡ଼ି, ଏସ୍.ଟି.ପି ଏବଂ ୩୬ ରୁ ୨୯ ଟି ପମ୍ପିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରାଯାଇ ସାରିଲାଣିି । ସେହିପରି ରାଉରକେଲା ସହରରେ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ସମ୍ବଲପୁର ସହରରେ ୨୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଉପରୁକ୍ତ ସମସ୍ତ କାର୍ଯ୍ୟ ଗୁଡ଼ିକୁ ତ୍ୱରାନିତ କରିବା ସହିତ ଯଥାଶିଘ୍ର ସଂପୂର୍ଣ କରିବାକୁ କହିଛନ୍ତି ।
ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ଼ର୍ର ଯନ୍ତ୍ରୀମୁଖ୍ୟ ହାଡ଼ିବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ସାହୁ ଏବଂ ଓ.ଏସ୍.ଡ଼ି ବସନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ ।