ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ମୁନିଗୋସେଇଁ ମଠ ସ୍ଥିତ ଆଦିକବି ଭବନରେ ସାରଦା ଏକାଡେମୀ କନକପୁରର ୧୯୭୭ ବ୍ୟାଚ ସହପାଠୀ ସମ୍ମେଳନ ଓ ପୂଜ୍ୟ ପୂଜା ସମ୍ମାନ ଅନୁଷ୍ଠିତ ହୋଇଯାଇଛି|
ନିମନ୍ତିତ ଅତିଥି ଓ ପ୍ରାତନ ବିଦ୍ୟାଥୀ ପ୍ରଥମେ ସାରଳା ଦାସଙ୍କ ସମାଧି ପୀଠ ରେ ଓ ପ୍ରତିମୂର୍ତ୍ତିରେ ମାଲ୍ୟାପ୍ରଣ କରିବାପରେ ସେବାନିର୍ବୁତ୍ତ ଅଧକ୍ଷ ରବିନ୍ଦ୍ର କୁମାର ବେହେରା ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବାପରେ ଦିବଂଗତ ଗୁରୁ ଗୁରୁଜି ଓ ଛାତ୍ରଛାତ୍ରୀ ମାନଙ୍କପାଇଁ ଏକ ମିନିଟ ନିରବ ପାର୍ଥନା କରା ଯାଇଥିଲା | ସଂଗୀତ ନିର୍ଦେଶକ ଓ ସାଥି ମାନେ ସ୍ୱାଗତ ସଂଗୀତ ଗାନକରିଥିଲେ| ନୁର୍ତ୍ୟଶିଳ୍ପୀ ଦେବସ୍ମିତା ନାୟକ ଓଡିଶୀ ନୁର୍ତ୍ୟ ପରିବେଷଣ କରିବାପରେ ସତୀର୍ଥ ସମ୍ମିଳନୀରେ ସମ୍ପାଦକ ଦିଗମ୍ବର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଏହି ଅବଶରରେ ଶିକ୍ଷlଗୁରୁ ରତ୍ନାକର ରଥ, ସୋମ୍ୟରେନ୍ଦ୍ର ସିଂ ଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ଶିକ୍ଷକର୍ମୀ ସୁଦାମ ଚରଣ ମଲ୍ଲିକଙ୍କୁ ସଂମ୍ମାନିତ ଓ ସମ୍ବନ୍ଧିତ କରାଯାଇଥିଲା|
ମୁଖ୍ୟ ବକ୍ତା ଡ଼. ସଚ୍ଚିତାନନ୍ଦ ବେହେରା ଦୀର୍ଘ ୪୫ ବର୍ଷ ପରେ ସହପାଠୀ ମାନଙ୍କର ଏହି ସ୍ମୁତି ସାଉଁଟା ପର୍ବକୁ ମହତପୁର୍ଣ ବୋଲି କହିଥିଲେ |
ମୁଖ୍ୟ ଅତିଥି ସାରଳା ସାହିତ୍ୟ ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସତୀର୍ଥ ସମ୍ମେଳନର ଆୟୋଜକ ଓ ଵେବସ୍ଥାପକ ମାନଙ୍କୁ ଉଚ୍ଚ ପ୍ରଂଶସା କରିଥିଲେ lଏହି ଉତ୍ସବ ରେ ବହୁ ଗୃହିଣୀ, ବନ୍ଧୁ ଓ ସହପାଠୀ ମାନେ ଯୋଗଦେଇ ଦୀର୍ଘ ୨୫ ବର୍ଷ ର ସ୍ମୃତି ଅନୁଭୂତି ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥିଲେ l
ଏହି ସମସ୍ତ କାର୍ଯ୍ୟକ୍ରମକୁ ବୀରେନ୍ଦ୍ର କୁମାର ସାହୁ, ଶରତ ଚନ୍ଦ୍ର ସାହୁ ପରିଚାଳନା କରିଥିଲାବେଳେ ପରିଶେଷରେ ଖିରୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ସାରଦା ଏକାଡେମୀ 1977ବ୍ୟାଚ ସହପାଠୀ ସମ୍ମେଳନ
- Hits: 294