ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ଲୋକସେବା ଭବନ ଠାରେ ଅନୁଷ୍ଠିତ ହେଇଥିବା ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ “ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି କର୍ମଶାଳା”ରେ ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍ଏସିର ଅଧ୍ୟକ୍ଷା ଦ୍ୱୟ ଯୋଗ ଦେଇଥିଲେ । ଏହି କର୍ମଶାଳା ଅପ୍ରେଲ ୨୫ ଓ ୨୬ ତାରିଖ (ସୋମବାର ଓ ମଙ୍ଗଳବାର) ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ , ସଚିବ, ରାଜ୍ୟସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇ ପୌରଶାସନ, ପୌରାଞ୍ଚଳର ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ , ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବା , କିପରି ତ୍ୱରାନ୍ୱିତ ହେବ ସେ ନେଇ ଏହିି କର୍ମଶାଳାରେ ତାଲିମ ଦିଆଯାଇଛି। ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ଏବଂ କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ରାଜ୍ୟ
ଦୁଇ ଦିନିଆ ପୌରାଧ୍ୟକ୍ଷମାନଙ୍କ କର୍ମଶାଳାରେ ଗଜପତିର ଦୁଇ ସହରାଞ୍ଚଳ ପୌରାଧ୍ୟକ୍ଷା
- Hits: 459