ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମୂଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ.ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ (ଜଳବିଦ୍ୟୁତ)ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କହିଛନ୍ତି l
ସକାଳ ୭.୪୦ ରେ ହେଲିକପଟରରେ କୁଆଁପଡ଼l ଗାଁ ନିକଟରେ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ନିକଟରେ ନିର୍ମାଣାଧୀନ ଟନେଲ କୁ ଯାଇଥିଲେ l ଆସନ୍ତା 2024 ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ନିର୍ମାଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର 6260 ହେକ୍ଟର ରୁ ଅଧିକ ଜମିକୁ ଜଳସେଚନ ହୋଇପାରିବ l 12 ଶହ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ 2 ଶହ ମିଟର କାମ ସରିଛି l
ଆସନ୍ତା ଅକ୍ଟୋବର ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ ରଖାଯାଇଛି l ଡ୍ୟାମ କାମ ମଧ୍ୟ ଚାଲିଛି l ଡ୍ୟାମ କାମ ନସରିଥିଲେ ମଧ୍ୟ ଟନେଲ କାମ ସରିଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମୂଖ୍ୟ ଶାସନ ସଚିବ କହିଛନ୍ତି l