କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବଡ଼ବିଲ୍ ସିଏଚସି (ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର) ରେ ସ୍ଥାିତ ଡାୟାଲିସିସ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଚଳିତ ୨୭ତାରିଖ ବୁଧବାର ଦିନ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ ଡାୟାଲିସିସ୍ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଜିଲ୍ଲପାଳ ଆଶିଷ ଠାକରେ, ବଡ଼ବିଲ୍ ମ୍ୟୁନିସିାଲଟିର ଅଧ୍ୟକ୍ଷ ଲକ୍ଷ୍ମର ମହାନ୍ତ, ଚମ୍ପୁଆ ଉପଜିଲ୍ଲ।ପାଳ ପ୍ରତାପ ପ୍ରିତିମୟ , ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ସୁଜାତାରାଣୀ ମିଶ୍ର, ବଡ଼ବିଲ୍ ମ୍ୟୁନିସିାଲଟିର ବିଭାଗୀୟ ଅଧିକାରୀ ଅଭିଷେକ ପଣ୍ଡା ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୂଚନାୋଗ୍ୟ , ଉକ୍ତ ଡାୟାଲିସିସ୍ ସେଣ୍ଟର ସ୍ଥାନ ଦ୍ୱାରା ଯୋଡ଼ା, ବଡ଼ବିଲ୍ ଅଞ୍ଚଳରେ ଲୋକମାନେ ଉପକୃତ ହେବେ । ପୂର୍ବରୁ ରୋଗୀମାନେ ଡାୟାଲିସିସ୍ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କଟକ ବଡଡାକ୍ତରଖାନାକୁ ଯାଉଥିଲେ । କିନ୍ତୁ ଏବେ ସେମାନେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାୟାଲିସିସ୍ ସେବା ପାଇାରିବେ । ଡିଏମଏଫ ଫଣ୍ଡରୁ ୫୦.୭୫ଲକ୍ଷ ଟଙ୍କା ଅନୁଦାନରେ ବଡ଼ବିଲ୍ ସିଏଚସିରେ ଡାୟାଲିସିସ୍ କେନ୍ଦ୍ରର କୋଠା ନିର୍ମିତ ହୋଇଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଡାୟାଲିସିସ୍ କେନ୍ଦ୍ରରେ ୫ଟି ଡାୟାଲିିସିସ୍ ମେସିନ ସ୍ଥାନ କରାଯାଇଛି ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କର।ଯାଇଛି ।
ଏହି କେନ୍ଦ୍ର ସୁପର ସ୍ପେଶାଲିଷ୍ଟ ଡାକ୍ତର, ଅଭିଜ୍ଞ ଷ୍ଟାଫ୍ ନର୍ସ ଓ ପ୍ରଶିକ୍ଷିତ ଟେକନିସିଆନମାଙ୍କ ଦ୍ୱାରା ପରିଚଳିତ ହେବ । ଉଲ୍ଲେଖଯୋଗ୍ୟ , ଏହି ଡାୟାଲିସିସ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପି.ପି.ପି. ମୋଡ଼ରେ ପରିଚାଳିତ ହେବ । ପ୍ରତି ରବିବାର ଦିନ ଉକ୍ତ କେନ୍ଦ୍ର ବନ୍ଦ ରହିବ ଏବଂ ସପ୍ତାହର ଅନ୍ୟ ୬ଦିନ ଉକ୍ତ କେନ୍ଦ୍ରରେ ହୋମ୍ ଡାୟାଲିିସ୍ସ୍ ସେବା ଉପଲବ୍ଧ ହେବ ।
ବଡ଼ବିଲ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାୟାଲିସିସ୍ କେନ୍ଦ୍ର ସ୍ଥାନ ଦ୍ୱାରା ଯୋଡ଼ା, ବଡ଼ବିଲ ଚତୁଃର୍ପାଶ୍ୱ ଖଣି ପ୍ରଭାବିତ ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉଲବ୍ଧ ହେବ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ କିଡନୀ ରୋଗ ମାନଙ୍କର ଚିକିତ୍ସା ସୁବିଧା କ୍ଷେତ୍ରରେ ସହାୟକ ହେବ ।