ଟେଣ୍ଡର ସରିଥିଲେ ବି ଠିକାଦାରଙ୍କ ମର୍ଜିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ; ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କର୍ତବ୍ୟରେ ଚରମ ଅବହେଳା ପାଇଁ ଲୋକେ ହଟହଟା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):-ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ କଟରପଡ଼ା ଠାରୁ ଲେଙ୍କାସାହି ଭାୟା-ସାଙ୍କିଲୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟ ପାଇଁ ଟେଣ୍ଡର ଚୁକ୍ତିନାମା ସରିଥିଲେ ବି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ନେଇ ଠିକାଦାରଙ୍କ ମର୍ଜିରେ ବିଳମ୍ବ ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ରାସ୍ତା ପୂର୍ଣ୍ଣାଙ୍ଗ ହେବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ଠାରୁ ଲେଙ୍କାସାହି ଭାୟା-ସାଙ୍କିଲୋ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ନିମନ୍ତେ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଛି । ଏହି ରାସ୍ତା କାର୍ଯ୍ୟ ପାଇଁ ଦୀର୍ଘ ୩ମାସ ହେବ ଟେଣ୍ଡର ଚୁକ୍ତିନାମା ସରିଥିଲେ ବି ନିର୍ମାଣ ନିମନ୍ତେ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ତରଫରୁ ତତ୍ପରତା ଦେଖାଯାଇନାହିଁ । ୧୦କିଲୋମିଟରରୁ ଉର୍ଦ୍ଧ୍ୱ ଏହି ରାସ୍ତା ନିର୍ମାଣ ନିମନ୍ତେ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଥିଲେ ବି ରାସ୍ତା କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କିନ୍ତୁ ଏହି ରାସ୍ତା ନିର୍ମାଣ ରେ ବିଳମ୍ବ ଠିକାଦାର ମର୍ଜିରେ ନାଁ ବିଭାଗୀୟ ଅଧିକାରୀଙ୍କ ମର୍ଜିରେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଇଛି । ରାସ୍ତା କାର୍ଯ୍ୟ ଆରମ୍ଭ ହେବା ବିଳମ୍ବ ହେତୁ ସ୍ଥାନୀୟ ଅ ଳର ବହୁ ଗ୍ରାମବାସୀ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି । ଫଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ରାସ୍ତା ଉପରେ ଗମନାଗମନ କରିବା ନିମନ୍ତେ ସ୍ଥାନୀୟ ସୁକରପଡ଼ା, କେ ।ଳୋ, ବାଲିଆପଦା, କଟରପଡ଼ା, ଅସୁରେଶ୍ୱର ଆଦି ବହୁ ଗ୍ରାମ ପଂଚାୟତର ହଜାର ହଜାର ଲୋକ ,ସ୍କୁଲ,କଲେଜ ଛାତ୍ର ,ଛାତ୍ରୀ ନିର୍ଭର କରିଥାନ୍ତି । ଠିକାଦାରଙ୍କ ମର୍ଜିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ବିଳମ୍ବ ହେତୁ ସ୍ଥାନୀୟ ଲୋକେ ଗମନାଗମନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଏହି ଗ୍ରାମଗୁଡ଼ିକୁ ଦମକଳଗାଡ଼ି କିମ୍ବା ଆମ୍ବୁଲାନସ ଯାଇ ଆସି ପାରୁନଥିବାର ଅଭିଯୋଗ ହୋଇଛି । ଫଳରେ ଗର୍ଭବତୀ ପ୍ରସୂତି ମହିଳା, କୋମଳମତୀ ଶିଶୁ ଏପରିକି ରୋଗାଗ୍ରସ୍ତ ଲୋକେ ଡ଼ାକ୍ତରଖାନାକୁ ଯାଇନପାରି ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଥିବାର ଅଭିଯୋଗ ହୋଇଛି । ଠିକାଦାରଙ୍କ ସହ ବିଭାଗୀୟ ଅଧିକାରୀଙ୍କର ଭିତିରି ସମ୍ପର୍କ ରହିଥିବା ହେତୁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଥିବାର ଅଭିଯୋଗ ହୋଇଛି । ତେବେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି । ଏପରିକି ରାସ୍ତାର ବହୁ ଜାଗାରେ ପିଚୁ ଉଠିଯିବା ସହ ବିରାଟ ବିରାଟ ଗର୍ତ ସୃଷ୍ଟି ହୋଇଗଲାଣି । ଯାହାଫଳରେ ସ୍ଥାନୀୟ ଅଂଚଳବାସୀ ଗମନାଗମନ କରିବା ନିମନ୍ତେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦୃଢ ଦାବି କରିଛନ୍ତି । ନଚେତ୍ ସ୍ଥାନୀୟ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।