ହେଡଲାଇନସ୍:

ନବ ଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜନ୍ମ-ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ , ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା , ଅମ୍ଳାନ ବ୍ୟକ୍ତିତ୍ୱ , ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ବାକ୍ଷର ବହନ କରୁଥିବା ଉତ୍କଳ ପୁରୁଷ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ ତମ ଜନ୍ମ-ଜୟନ୍ତୀ , ତାଙ୍କ ପବିତ୍ର ଜନ୍ମ-ମାଟି ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳିତ ହୋଇଯାଇଛି।
ଏହି ଅବସରରେ ବଜାର ଛକ ଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ସୁଶ୍ରୀ ମହାରାଣୀ କଲ୍ୟାଣୀ ଦେବୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ପ୍ରଦୀପ ନାୟକ , ପୌରପରିଷଦ ଉପାଧ୍ୟକ୍ଷା ଲେଙ୍କା ମଧୁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ଏହିପରି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧିପୀଠ ଠାରେ ସୁଶ୍ରୀ ମହାରାଣୀ କଲ୍ୟାଣୀ ଦେବୀ ଗଜପତି ନାରାୟଣ ଦେବ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ , ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ (ସେବା ନିବୃତ) ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ -ସ୍ୱରାଜ ଶିଶା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଦେଇ ମହାନ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ସ୍ବରସ୍ବତୀ ଶିଶୁ ବିଦ୍ୟାଳୟ , ପାଇକ ଆଖଡ଼ା ଦଳ , ବୀର ବାଦ୍ୟ ଦଳ ପ୍ରମୁଖ ସହର ପରିକ୍ରମା କରିଥିଲେ।

0
0
0
s2sdefault