ବରଗଡ :- ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ୧୪୫ ତମ ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ ପାଇଁ ବରଗଡ଼ ଜିଲ୍ଲା ବରପାଲି ର ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ପୂର୍ବରୁ କମିଟିର ବରିଷ୍ଠ ସଭ୍ୟ ପିନାକି ଦାଶ ଶିବ ବନ୍ଦନା ଗାନ କରିଥିଲେ । ପରେ କମିଟିର ବରିଷ୍ଠ ସଭ୍ୟ ପଞ୍ଚାନନ ମହାନ୍ତି ,ଯୁବରାଜସିଂ ଲାଲୁ,କୈଲାଶ ପରିଡା ଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଗତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାର ବିବରଣୀ ସହ ଆୟ ବ୍ୟୟ ସମ୍ପାଦକ ଜୟନ୍ତ ତ୍ରିପାଠୀ ପଠନ କରିଥିଲେ । ଉକ୍ତ ମହୋତ୍ସବକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରାଯିବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏଥିରେ ଉପସ୍ଥିତ ଥିବା କମିଟିର ସମସ୍ତ ସଭ୍ୟ ତଥା ବରପାଲି ର ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ଜନସାଧାରଣଙ୍କ ସୁଚିନ୍ତିତ ମତାମତ ଲୋଡ଼ା ଯାଇଥିଲା । ମତାମତ କୁ ନେଇ କମିଟି ପକ୍ଷରୁ ଏହାର ସମାଧାନ କରିବା ପାଇଁ ପ୍ରସ୍ତାବ ରହିଥିଲା । ଚଳିତ ବର୍ଷ ଜଗତ ଜନନୀ ମାତା ପାର୍ବତୀ ବିବାହ ଉତ୍ସବ ପାଇଁ ମନୋନୀତ ହୋଇଥିବା ଜଗନ୍ନାଥ ନଗର ବା ହିମାଦ୍ରୀ ନଗର ବାସୀ ଙ୍କ ପକ୍ଷରୁ ତିଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହିଇଥିଲା । ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଥାଳ ଉଠା କାର୍ଯ୍ୟକ୍ରମ ଆସନ୍ତା ଅକ୍ଷୟ ତୃତୀୟା ୩ ମଇ ରେ ଅନୁଷ୍ଠିତ ହୋଇ ଚଳିତବର୍ଷ ଯାତ୍ରା ମହୋତ୍ସବ ୩୧ ମଇରୁ ୬ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସର୍ବ ସମ୍ବତି କ୍ରମେ ଲଗ୍ନ ନିର୍ଦ୍ଧାରିତ ହୋଇଥିଲା । ଏଥିସ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ରୁଦ୍ର ଜ୍ୟୋତି ପୁସ୍ତକ ପ୍ରକାଶନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇ ଏଥିରେ ଲେଖା ପଠାଇବା ପାଇଁ ସ୍ମରଣୀକା କମିଟି ଉପଦେଷ୍ଟା ଆଶୋକ କୁମାର ପଣ୍ଡା ଙ୍କ ସହିତ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ କମିଟିର ସଦସ୍ୟ ରାଧେଶ୍ୟାମ ସାହୁ,ରାଜେନ୍ଦ୍ର ପୁଝାରି,ଲାଳିତ ବାରିହା,ବିକ୍ରମ ସାହୁ,ଟିକେତ ମହତ୍ତମ,ନନ୍ଦଲାଲ ସାହୁ, ଚତୁର୍ଭୁଯ ବାବୁ,ଅଶୋକ ପଣ୍ଡା,ପ୍ରଦୀପ ଦାଶ,ଅରୁଣ ପଣ୍ଡା,ପଦ୍ମଲୋଚନ ସାହୁ,ସୁବ୍ରତ ସାହୁ,ସଦାନନ୍ଦ ଶତପଥୀ,ଜୀବନ ମହାପତ୍ର ସହ ବହୁ ସଭ୍ୟ ଉପସ୍ଥିତ ରହିଥିଲେ । ହିମାଦ୍ରୀ ନଗର ପକ୍ଷରୁ ଜଗତ ଜନନୀ ପାର୍ବତୀଙ୍କ କନ୍ୟାପିତା ମାତା ଭାବରେ ମଳୟ ତ୍ରିପାଠୀ,ସବିତା ତ୍ରିପାଠୀ ରହିଛନ୍ତି । ହିମାଦ୍ରୀ ନଗର ପାର୍ବତୀ ପୂଜା କମିଟି ପକ୍ଷରୁ କମିଟି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଯଦୁମଣି ତ୍ରିପାଠୀ,କୈଳାସ ଗହୀର,ଭୈରବ ମେହେର,ସନ୍ତୋଷ ଗୁପ୍ତା,ଜିତୁ ଅଗ୍ରୱାଲ,ସଞ୍ଜୟ ଅଗ୍ରୱାଲ,ଶିବ ମେହେର,ଚିନ୍ତାମଣି ମହାପତ୍ର,ଅଭଦୂତ ଖମାରି,ଦୋୖଲତ ଅଗ୍ରୱାଲ,ରବି ବିର୍ତ୍ତିଆ,ରାଜା ସାହୁ ପ୍ରମୁଖ ବଭୁ ସଭ୍ୟ ଉପସ୍ଥିତ ରହିଥିଲେ ।
ରାଜ୍ୟ
୧୪୫ ତମ ଶୀତଳ ଷଷ୍ଠୀର ପ୍ରସ୍ତୁତି ବୈଠକ
- Hits: 469