ହେଡଲାଇନସ୍:

ମାଆ ଶାରଳାଙ୍କ ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମା  ଶାରଳାଙ୍କ ପୀଠ ର ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ 

ଜଗତସିଂହପୁର/ ସୁମନ୍ତ ଦାସ : ମାଆ ଶାରଳାଙ୍କ ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ. ପାଣ୍ଡିଆନ | ମନ୍ଦିରରେ ମା ଶାରଳାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ସମୀକ୍ଷା କରିଥିଲେ | ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ବିକ ସ୍ଥାନ ବୁଲି ଦେଖିଛନ୍ତି ଶ୍ରୀ ପାଣ୍ଡିଆନ |

ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ  ମା  ଶାରଳାଙ୍କୁ ପୂଜାର୍ଚନା କରିଥିଲେ  ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ  ସହ  ଆଲୋଚନା କରିଥିଲେ |

ଝଙ୍କଡ଼  ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ | ମା ସାରଳା ଙ୍କ ଆଶୀର୍ବାଦରୁ ଏହି ପୀଠରୁ  ଆଦିକବି   ଶାରଳା ଦାସ ସାରଳା  ମହାଭାରତ  ରଚନା  କରିଥିଲେ | ପ୍ରତିଦିନ ଏହି ପୀଠକୁ ମା ଙ୍କ ଦର୍ଶନ  ପାଇଁ ବିଭିନ୍ନ ସ୍ଥାନରୁ  ଭକ୍ତ ମାନେ ଆସିଥାନ୍ତି | ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠର ବିକାଶ ଜରୁରୀ  ହୋଇପଡିଛି |

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ  ବିସ୍ତୃତ ଆଲୋଚନା  କରିଥିଲେ | ପୀଠ ର ଆବଶ୍ୟକତା କୁ ଭିତ୍ତି କରି  ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିଲେ | ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ  ୫ଟି ମୋଡେଲରେ ଏହା କାର୍ଯ୍ୟକାରୀ କରାଯିବ |

ଏହି ପରିଦର୍ଶନ ସମୟରେ  ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ  ଅଧିକାରୀ  ମାନେ ଉପସ୍ଥିତ  ଥିଲେ |

0
0
0
s2sdefault