ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ସିଆଲ ଖଣ୍ଡହତାର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ଆନୁକୁଲ୍ୟରେ ସେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜୁ ମହିଳା ଜନତା ଦଳର ସଭାପତି ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହି ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଂଗ , ଜିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଗଡତୀଆ, ପିଙ୍କି ବଢେଇ, ଯୁବ ସଭାପତି ସୁରେନ୍ଦ୍ର କର୍ମୀ, ସୁଧାଞଳୀ ମେହେର , ସୁବାସ ହୋତା , ଲକ୍ଷ୍ମୀ ଭୁଏ, ଅଶୋକ ଉର୍ମା, ରସନନ୍ ବାଗ ତଥା ସ୍ଥାନୀୟ ବିଜୁ ଜନତା ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ୫୨ ଜଣ ମହାନ୍ ରକ୍ତଦାତା ରକ୍ତଦାନ କରିଥିଲେ। "ରକ୍ତ ର ଅଭାବ ରୁ କାହାରି ଜୀବନ ହାନି ନ ହେଉ " ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତି କୁ ବିଧାୟିକ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ ବୋଲି ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ସମ୍ପାଦିକା ରିପୋର୍ଟ ରଶ୍ମିତା ମେହେର ସୂଚନା ଦେଇଛନ୍ତି |
ରାଜ୍ୟ
ଭେଡେନ ବ୍ଲକ୍ ସିଆଲ ଖଣ୍ଡହତାରେ ସେଚ୍ଛାକୃତ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ
- Hits: 886