ହେଡଲାଇନସ୍:

ସମସ୍ତେ ମିଶି ସଫା କଲେ, ସ୍ୱଚ୍ଛତାର ଶପଥ ନେଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧରେ  ସ୍ୱଚ୍ଛ ଭାରତ ଅଭିଯାନ ।

05-08-18-padam-nila.jpg - 121.78 kB

ପଦ୍ମପୁର/ନୀଳ ଦୀପ  - ବରଗଡ଼ ଜିଲ୍ଲା ଝାରବନ୍ଧରେ ଆଜି ସମସ୍ତ ଦୋକାନ ବଜାର ଓ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ସମସ୍ତ ବ୍ୟବସାୟୀ ସ୍ଥାନୀୟ ପୋଲିସ ଥାନା ର ଅଧିକାରୀ ବୃନ୍ଦ CRPF ଓ SSB କ୍ୟାମ୍ପ ର ଯବାନ ମାନେ ,ପଂଚାୟତ ସମିତି କଲେଜ ଓ ହାଇସ୍କୁଲ ଓ ବିଭିନ୍ନ ସ୍କୁଲର ର ଛାତ୍ରଛାତ୍ରୀ ସ୍ଥାନୀୟ ସରପଞ୍ଚ ଧନମତି ପାଣ୍ଡେ ,ଜିଲ୍ଲା ପରିଷଦ ସଭ୍ୟା କୁମୁଦୀନି ସାହୁ , ଇନ୍ଦିରା ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ସଭ୍ୟା ମାନେ ଗାଁ କମିଟି ର ସଦସ୍ୟ ,ଦୁର୍ଗା ପୂଜା କମିଟି ର ସଦସ୍ୟ ଏବଂ ଝାରବନ୍ଧ ର ଗ୍ରାମବାସୀ ବୃନ୍ଦ ଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ ରେ ସମସ୍ତ ଝାରବନ୍ଧ ର ମୁଖ୍ୟ ରାସ୍ତା ଓ ଗଲି କନ୍ଦି କୁ ସଫା କରାଯାଇଛି ।ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ୱଚ୍ଛ ଝାରବନ୍ଧ ନିର୍ମଳ ଝାରବନ୍ଧ ,ଯଦି ଗାଁ ର ଚତୁରପାର୍ଶ୍ବ ସଫା ସୁତୁରା ରହିଲେ ମଶା ହେବେ ନାହିଁ ଓ ନାନା ପ୍ରକାରର ରୋଗ ରୁ ଆମେ ରକ୍ଷା ପାଇଥାଉ ,ଗାଁ ପରିମଳ ଓ ପରିଷ୍କାର ଥିଲେ ସୁନ୍ଦର ଲାଗେ ଗାଁ ସଫା ଥିଲେ ମନ ମଧ୍ୟ ସଫା ରହେ ଓ ନିର୍ମଳ ମନରେ ଖରାଵ ଭାବନା ଆସେ ନାହିଁ ଓ ଆମେ ନାନା ପ୍ରକାରର ଖରାପ କାମରୁ ଦୁରେଇ ରହିଥାଉ । ଯଦି ସମସ୍ତେ ଆନ୍ତରିକତାରୁ ନିଜ ନିଜ ଘର ଚାରି ପାଖରେ ସଫା ରଖିଲେ, ତେବେ ସାଇ ପଡିସା ସଫା ରହିବ ଓ ସମସ୍ତ ଗାଁ ଗୁଡିକ ସଫା ହେଲେ ଆମର ମାତୃଭୂମି ଭାରତ ମା କୁ ଆମେ ସଫା ରଖି ପାରିବା ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସମସ୍ତେ ମିଳିମିଶି କୋୖଣସି କାମ କଲେ ଜରୁର ସଫଳତା ହାସଲ ହୋଇ ପାରେ ବୋଲି ସମସ୍ତେ ନିଜ ନିଜ ମନେ ହୃଦବୋଧ  କରିଥିଲେ।

0
0
0
s2sdefault