ହେଡଲାଇନସ୍:

ଶକ୍ତି ସଚିବଙ୍କ କଥାକୁ ବାସି ପାଣିରେ ସି କରୁନି ବଣ୍ଟନ କମ୍ପାନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବିଦ୍ୟୁତ ବିଭାଗ ଲଗାମଛଡ଼ା , ଘନ ଘନ ବିଦ୍ୟୁତ କାଟ 

ବାରିପଦାରୁ ଦିଲ୍ଲୀପ ମହାନ୍ତି (୧୩/୧୦)-ବିଦ୍ୟୁତ ବିଭାଗ ତାର ସ୍ୱେଚ୍ଛାଚାରିତାକୁ ନେଇ ଚର୍ଚ୍ଚାରେ ରହି ଆସିଛି । ବିଦ୍ୟୁତ ନିୟମାକ ଆୟୋଗର ନୀତି ନିୟମ ଓ ଆଇନ କାନୁନକୁ ଖୋଲାଖୋଲି ଭାବେ ଅଣଦେଖା ପ୍ରଦର୍ଶନ କରି ଆସୁଥିବାର ଅଭିଯୋଗ ହେଉଥିବା ବେଳେ ସରକାରଙ୍କ ଶକ୍ତି ବିଭାଗର ଲଗାମ ହାତରୁ ଖସିଯାଇଥିବାର କୁହାଯାଉଛି । ଏହି ସମୟରେ ଚଳିତ ମାସ ୬ରେ ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା ତାଙ୍କର ବାରିପଦା ଗସ୍ତ ଶେଷ କରି ଫେରିଯିବା ପରେ ବାରିପଦାରେ ବିଦ୍ୟୁତ ବିଭାଗ ବାଇୟା ହୋଇଯାଇଛି । ଫଳରେ ବିଦୁ୍ୟତ୍ କାଟର ସମୟସୀମା ପୂର୍ବର ଦୁଃଖକୁ ଦ୍ୱିଗୁଣିତ କରାଇ ଦେଇଛି । ରାତି ହେଉକି ଦିନ , ସକାଳ ହେଉ କି ସନ୍ଧ୍ୟା ଚାଲିଛି ଘନଘନ ବିଦ୍ୟୁତ କାଟ । ଶକ୍ତ ସଚିବଙ୍କ ବାରିପଦା ଗସ୍ତ ସମୟରେ ବାରିପଦା ପ୍ରଦକ୍ଷଣ ଗୃହରେ ବିଶ୍ରାମ ନେଉଥିବା ବେଳେ ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ଜିଲାରେ ବିଦ୍ୟୁତ ସେବାକୁ କେନ୍ଦ୍ର କରି ଦେଖାଦେଇଥିବା ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବା ସଂଗେସଂଗେ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ସମୟରେ କଂଗ୍ରେସର ପ୍ରତିନିଧି ଦଳକୁ ବିଦୁ୍ୟତ୍ ସମସ୍ୟାର ସ୍ଥାୟୀ ସମାଧାନ କରାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟା ପୂର୍ବ ସମସ୍ୟାକୁ ବଳି ପଡ଼ିଲା । ଅଘୋଷିତ ଭାବେ ଚାଲିଛି ଘଂଟା ଘଂଟା ଓ ଘନଘନ ବିଦୁ୍ୟତ୍ କାଟ । ବିଦ୍ୟୁତ ଉପଭୁକ୍ତାମାନେ ଅତିଷ୍ଠ ହୋଇପଡ଼ିଲେଣି । ଏକ ବଡ଼ ଧରଣର ଆନେ୍ଦାଳନ ନିମନ୍ତେ ନିଜକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ବିଭାଗ ଉତରଦାୟୀ ରହିବେ ବୋଲି ଝାମୁମୋ ପ୍ରବକ୍ତା ଯୁବ ନେତା ନିମାଇଁ ତ୍ରିପାଠୀ କହିଛନ୍ତି । ଏ ବିଷୟରେ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ନାୟକଙ୍କୁ ତାଙ୍କର ସେଲ ନମ୍ବର ୯୪୩୮୯୦୬୦୯୧ରେ ଯୋଗାଯୋଗ କରିବାରୁ ଟ୍ରାନ୍ସଫର୍ମାରରେ ପ୍ରବଲେମ ଦେଖା ଦେଇଛି । ତେଣୁ ବିଦ୍ୟୁତ କାଟ କରାଯାଉଛି ବୋଲି ଉତର ଦେଇଥିଲେ । ମୋଟ ଉପରେ ଏହି ଘନଘନ ଅଘୋଷିତ ବିଦ୍ୟୁତ କାଟ ପଛରେ ଅଧିକାରୀମାନଙ୍କର ପ୍ରମୋସନ ରହିଛି ବୋଲି ଅଭିଯୋଗ ହେଉଛି । ବିଦ୍ୟୁତ କାଟ ମାଧ୍ୟମରେ ଯେଉଁ ଅଧିକାରୀ ଅଧିକ ବିଦ୍ୟୁତ ସଂଚୟ କରିପାରିଲା ତାର ପ୍ରମୋସନ ସହିତ ବିଦେଶ ଭ୍ରମଣର ବ୍ୟବସ୍ଥା ବିଭାଗ କରିଥାନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏଥିରେ କେତେ ପରିମାଣରେ ସତ୍ୟତା ରହିଛି ତାହା କେବଳ ବିଦ୍ୟୁତ ବିଭାଗ କହିପାରିବ ।

 

 

 

0
0
0
s2sdefault