ହେଡଲାଇନସ୍:

ସୁକିନ୍ଦା ଖଣି ଅଂଚଳ ବୁଲିଲେ – କଳିଙ୍ଗନଗର କାରଖାନା ଦେଖିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦିବାସୀ ଦରବାର ଓଡିଶା ତରଫରୁ ୨ଦିନିଆ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ

ଡୁବୁରୀ କାଳିଆପାଣି :(ସନାତନ ମହାନ୍ତ)  : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ୨ ଦିନିଆ ଗସ୍ତରେ ଆସିଥିଲା ଆଦିବାସୀ ଦରବାର ଓଡିଶା ଟିମ୍ । ଟିମ୍ରସଂଯୋଜକ ଥିଲେ ଚିରଞ୍ଜିବ୍ , ମନୋରଞ୍ଜନ୍ ବାଲମୁଚ । ୨ଦିନିଆ ଗସ୍ତ ପରେ ତାଙ୍କର ମତାମତ ହେଲା ଟିଭି ଓ ଖବର କାଗଜରେ ପଢୁଥିଲୁ ଦେଖୁଥିଲି । ଆଜି ସ୍ୱଚକ୍ଷୁରେ ଖଣି ଓ ଶିଳ୍ପାଂଚଳ ବିସ୍ଥାପିତ , କ୍ଷତିଗ୍ରସ୍ଥ , ପ୍ରଭାବିତ ଅଂଚଳର ଆଦିବାସୀ , ମାଙ୍କେଡିଆ ତଥା ନଗଡା ବାସୀଙ୍କର ଦୟନୀୟ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ   କରିଥିଲେ । ଖଣିଜପାଣ୍ଠି ମହଜୁତ୍ ଅଛି କାହାପାଇଁ ? କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଆଧାର କରି ୨୦୧୫ ଜାନୁୟାରୀ ୧୨ ରେ ରାଜ୍ୟ ସରକାର ଡି.ଏମ୍.ଏଫ୍ ନିୟମାବଳୀ ପ୍ରରୟନ କରିଛନ୍ତି । ଜିଲ୍ଲାପାଳ ଏହି ଫଣ୍ଡ୍ରମ୍ୟାନେଜିଙ୍ଗ୍ଟ୍ରଷ୍ଟି ଥିବାବେଳେ ସାଂସଦ , ସୁକିନ୍ଦା ବିଧାୟକ , ପଂଚାୟତ ସମିତି ଅଧକ୍ଷା , ଜିଳ୍ଲା ପରିଷଦର ସଭ୍ୟ ଓ ସରପଂଚଙ୍କୁ ଏହି କମିଟିରେ ରଖାଯାଇଥିଲା । ମୁଖ୍ୟତଃ ଏହି ଅର୍ଥରାଶି ଖଣି କ୍ଷତିଗ୍ରସ୍ଥ , ପ୍ରଭାବିତ ଅଂଚଳର ବିକାଶ ପାଇଁ ଖଣି ମାଲିକ୍ ସରକାରଙ୍କୁ ଦେଉଥିବା ରୟାଲଟିର ଶତକଡା ୩୦ ଭାଗ ଡି.ଏମ୍.ଏଫ୍ ପାଣ୍ଠିପାଇଁ ଆଦାୟ ହେଉଛି । ଏହି ପାଣ୍ଠି ବର୍ତମାନ ମୋଟ ୩ , ୧୯୨ , ୯୧୯ , ୮୫୨.୬୬ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ତେବେ ସରକାରୀ ବିଧି ବ୍ୟବସ୍ଥାକୁ ଉଲ୍ଲଘନ କରି ଏହି ଡି.ଏମ୍.ଏଫ୍ ଫଣ୍ଡ୍ ଅର୍ଥକୁ ବିଭିନ୍ନ ବ୍ୟାଙ୍କ୍ରେ ଜମା ରଖିବା ପଛରେ ଏକ ବଡ ଧରଣର କିକ୍ବ୍ୟାକ୍ ହୋଇଥିବା ଅଭିଯୋଗ ହେଉଛି । ସେତେବେଳର ବିଧାୟକ ,ଶିକ୍ଷା , ସ୍ୱାସ୍ଥ୍ୟ , ଅର୍ଥ , ଅବକାରୀ ତଥା ଶ୍ରମିକ ନେତା ଅବସର ନେଇଛନ୍ତି । ଶିକ୍ଷା ପାଇଁ ନାହିଁ ଉଚ୍ଚ ମାନର ଶିକ୍ଷୟକୁନୁଷ୍ଠାନ   , ଚିକିତ୍ସିତ ହେବାପାଇଁ ନାହିଁ ଉନ୍ନତମାନର ଡାକ୍ତରଖାନା | କେବଳ ସ୍ୱର୍ଣ୍ଣପ୍ରସୁ ସୁକିନ୍ଦାରୁ ଲୁଟ୍ ହେଲା ଖଣିଜ ଦ୍ରବ୍ୟ , ଜମି । ଯଦି ଇଛା ଶକ୍ତି ଥାନ୍ତା ସେତେବେଳେ ଏସବୁ ଅନୁଷ୍ଠାନ  ଡି.ଏମ୍.ଏଫ୍ ଅର୍ଥରେ କରିପାରିଥାନ୍ତେ । କିନ୍ତୁ ଆଜି ଦାବୀ ହେଉଛି ଡାକ୍ତରଖାନା , କଳେଜ୍ ହେଉ ସୁକିନ୍ଦାରେ । ଏହା କେବଳ ସୁକିନ୍ଦାର ଆଦିବାସୀ , ମାଙ୍କେଡିଆ ମାନଙ୍କୁ ଭୁଆଁ ବୁଲାଇବା କଥା । ଅନୁଷ୍ଠାନ  ପାଇଁ ସୁକିନ୍ଦା ତହସିଲ୍ରେ ଜମିର ଅଭାବ ନାହିଁ କି ଦାତାଙ୍କର ଅଭାବ ନାହିଁ । ବର୍ତମାନର ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଚାହିଁଲେ ସ୍ମାର୍ଟ ଖଣି ଅଂଚଳ ସୁକିନ୍ଦା ବୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିପାରିବେ । ଉଚ୍ଚମାନର ଶିକ୍ଷାନୁଷ୍ଠାନ  , ଡାକ୍ତରଖାନା , ମିନିଷ୍ଟାଡିୟମ୍ , ରାସ୍ତାଘାଟ , ପାର୍କ , ମୁ୍ୟଜିୟମ୍ , ପାଠାଗାର , ସହିଦ୍ ସ୍ମୃତି ପିଠ ହେବା ସହିତ ସମସ୍ତ ଆଦିବାସୀ ଓ ମାଙ୍କେଡିଆ ପରିବାରଙ୍କ କୁଡ଼ିଆ କୋଠାରେ ପରିଣତ  ହେବ । ଏବେ କଳିଙ୍ଗନଗର ବିସ୍ଥାପିତ , କ୍ଷତିଗ୍ରସ୍ଥ ଓ ପ୍ରଭାବିତ ପରିବାର ଆଜିବି କାନ୍ଦୁଛନ୍ତି । ବିଧାନସଭା ଗୃହ  କମିଟି ସ୍ଥାନୀୟ ବିଧାୟକ ଜିଲ୍ଲାପାଳ ଶିଳ୍ପମାଲିକ ସମସ୍ତଙ୍କୁ ଗୁହାରୀ ଜଣାଉଛନ୍ତି  କିଏ ଦୁର କରିବ ତାଙ୍କ ଦୁଃଖ ?

  ଆଜି ସୁକିନ୍ଦାର ଆଭିମୁଖ୍ୟକୁ ପରିବର୍ତନ କରିଯିବାର ଦୃଢ ଜନସଂକଳ୍ପର , ଭୀଷଣ ତରଙ୍ଗକୁ ଦେଶ ଦୁନିଆର ସବୁ ବାଧାବନ୍ଧନକୁ ଛିନ୍ନ ଛିନ୍ନ କରି ଆଗେଇ ଯିବାରେ କୌଣସି ଶକ୍ତି ଏହାର ପଥରୁଦ୍ଧ କରି ପାରିବ ନାହିଁ । ମାନବିକତାକୁ କ୍ରମଶଃ ନିଶେଷ କରି ଚାଲିଥିବା ବଜାର ଓ ସୁକିନ୍ଦାର ଜନ ବିରୋଧି ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଶେଷ ସଂଗ୍ରାମ ଓ ବଳିଦାନର ସମୟ ଆସି ଯାଇଛି ବୋଲି ଆଦିବାସୀ ଦରବାର ଓଡିଶା ସଂଯୋଜକ  ଚିରଞ୍ଜିବୀ ମନୋରଞ୍ଜନ ବାଲମୁଚ ବାର୍ତା ଦେଇଗଲେ । ତାଙ୍କ ସହିତ ପରିଦର୍ଶନରେ ବୁଲିଥିଲେ ମାନବିକ ଅଧିକାର ମଂଚ ଓଡିଶା ରାଜ୍ୟ ମହିଳା ସଭାପତି ଗୀତାଞ୍ଜଳୀ ମହାନ୍ତ , କଳିଙ୍ଗସେନା ରାଜ୍ୟ ସଂପାଦକ ଯଦୁମଣୀ ମହାନ୍ତ , ସମାଜସେବୀ ଶମ୍ଭୁନାଥ ମହାନ୍ତଙ୍କ ସମେତ ବହୁ ବିସ୍ଥାପିତ କ୍ଷତିଗ୍ରସ୍ଥ ପୁରୁଷ ଓ ମହିଳା । ଯଥାଶିଘ୍ର ଡି.ଏମ୍.ଏଫ୍ ପ୍ରକଳ୍ପ ୟୁନିଟ୍ର କାର୍ଯ୍ୟାଳୟ କାଳିଆପାଣିରେ କରାଯିବାପାଇଁ ଜମି ଅଧିଗ୍ରହଣ କରିବାକୁ ବିଧାୟକ ମହୋଦୟଙ୍କୁ ସାଧାରଣରେ ଦାବୀ ହେଉଅଛି । 

0
0
0
s2sdefault