ହେଡଲାଇନସ୍:

କାରଖାନାର ଧୂଳିଧୂଅାଁରେ ସହରବାସୀ ଅତିଷ୍ଠ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-08-18-jaya.gif - 221.49 kB

ଯାଜପୁର (ଲଭ୍ଲୀ ସାହୁ ): ବ୍ୟାସନଗର ସହର ଯାହାକି କଳିଙ୍ଗନଗରର ମୁଖଶାଳା ରୂପେ ପରିଚିତ । ଏହି କଳିଙ୍ଗନଗର ଶିଳ୍ପ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣରେ ବ୍ୟାସନଗର ସହରବାସୀ ଅତିଷ୍ଠ  ହୋଇପଡ଼ିଛନ୍ତି । ଏହି ଅଞ୍ଚଳରେ ଅନେକଗୁଡ଼ିଏ କଳକାରଖାନା ଗଢ଼ି ଉଠିଥିବାବେଳେ ତାହା ମଧ୍ୟରୁ ଅନେକ କଳାକାରଖାନା ଉତ୍ପାଦନ  ଆରମ୍ଭ କରିସାରିଲେଣି । ଏହି କଳକାରଖାନାର କଞ୍ଚାମାଲ ବ୍ୟାସନଗର ସହର ଦେଇ ପରିବହନ  କରାଯାଉଥିବାବେଳେ ଗାଡ଼ିଗୁଡ଼ିକରୁ ଲୁହାଗୁଣ୍ଡ ଉଡ଼ି ବିଭିନ୍ନ ଲୋକ ଦୁର୍ଘଟଣାର ଶିକାର ହେବା ସହିତ ଅନେକ ରୋଗରେ ପୀଡ଼ିତ ମଧ୍ୟ ହେଉଛନ୍ତି । ଏପରିକି ସକାଳୁ ଉଠିଲେ ଘରେ ଧୂଳିର ଏକ ଆସ୍ତରଣ ଜମିଯାଉଛି । ଦିନବେଳା ମାଲବୋଝେଇ ଟ୍ରକଗୁଡ଼ିକ ଚଳାଚଳ କରୁଥିବାବେଳେ  ଧୂଳି ଉଡ଼ି  ପଥଚାରୀଙ୍କ ଆଖିରେ ପଶିଯାଉଛି । ଫଳରେ ଦୁର୍ଘଟଣା ଘଟୁଛି । ଏହି ସମସ୍ୟାକୁ ରୋକିବା ପାଇଁ ଅଣ୍ଟାଭିଡ଼ିଛି ସହିଦ ଭଗତ ସିଂ ଯୁବକ ସଂଘ । ରବିବାର ଯାଜପୁରରୋଡ୍ ପୋଲିସ ଷ୍ଟେସନରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଏକ ଲିଖିତ ଅଭିଯୋଗ ଟାଟାଷ୍ଟିଲ୍ ଓ ଜିନ୍ଦଲ କାରଖାନା ନାମରେ କରାଯାଇଛି । ଥାନା ଆଇଆଇସି ଅମିତାଭ ମହାପାତ୍ରଙ୍କୁ ଏହି କମ୍ପାନୀ ଦ୍ୱୟ ନାମରେ ଏତଲା ପ୍ରଦାନ କରାଯାଇଛି । ଏହି ସମୟରେ ସଂଘର ସମ୍ପାଦକ ହେମନ୍ତ ଧୀର, ସଂଘର କର୍ମକର୍ତ୍ତା ଚନ୍ଦ୍ରମଣି ସାମଲ, ନିରଞ୍ଜନ ଘଡେ଼ଇ, ଶିଶିର କୁମାର ନାୟକ, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଥାନା ଅଧିକାରୀ ଅମିତାଭ ମହାପାତ୍ର ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଡାକି ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।

0
0
0
s2sdefault