ହେଡଲାଇନସ୍:

୪ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପରେ ଜାମଦା ବ୍ଲକ ଏବିଇଓ ଜୟମୁନି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି (୧୩/୧୦)- ସରକାରୀ ଚାକିରୀରୁ ଯେତିକି ଦରମା ମିଳେ ସେଥିରେ କର୍ମଚାରୀମାନେ ସନ୍ତୋଷ୍ଟ ନୁହନ୍ତି । ଅଧିକରୁ ଅଧିକ ଟଙ୍କା ରୋଜଗାର କରି ନିଜର ଷ୍ଟେଟସ୍ ବୃଦ୍ଧି କରାଇବା ନିମନ୍ତେ ଉପୁରି ରୋଜଗାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ଅଧିକାଂଶ ସରକାରୀ କର୍ମଚାରୀ । ଫଳରେ ସରକାରୀ କାର୍ଯ୍ୟାଳୟକୁ ନିଜର କାର୍ଯ୍ୟ ନେଇ ଆସୁଥିବା ବ୍ୟକ୍ତିମାନଙ୍କୁ ଏହି ଧରଣର ସରକାରୀ କର୍ମଚାରୀମାନେ ଶିକାର ଭାବେ ଗ୍ରହଣ କରି ତାଙ୍କର କାର୍ଯ୍ୟକୁ ତଉଲାଇ ମୂଲଚାଲ କରିଥାନ୍ତି ।  ମୂଲଚାଲକୁ କିଛି ବ୍ୟକ୍ତି ସହଜର ଗ୍ରହଣ କରି ନେଉଥିବା ବେଳେ କେତେକ ହଜମ କରିପାରନ୍ତି ନାହିଁ । ତେଣୁ ଏହି ଲାଂଚୁଆ ସରକାରୀ କର୍ମଚାରୀମାନଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ଭିଜିଲାନ୍ସ ଆଦିର ସହାୟତା ନେଇଥାନ୍ତି । ଏହି ଧରଣର ବାହାଦୁର ଓ ସଚେତନ ନାଗରିକମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲା ଜାମଦା ବ୍ଲକ ଅଧୀନରେ ଥିବା ବଡ଼ଦୁଣ୍ଡୁ ନୋଡ଼ାଲ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମହମ୍ମଦ ଆକବରଙ୍କ ନାମ ଯୋଡ଼ି ହୋଇଯାଇଛି । ମହମ୍ମଦ ଆକବରଙ୍କ ଅଭିଯୋଗ ଅନୁସାରେ ଆଜି ବାରିପଦା ଭିଜିଲାନ୍ସ ୟୁନିଟ ଟିମ ପକ୍ଷରୁ ଜାମଦା ବ୍ଲକ ଏବିଇଓ ଜୟମୁନି ବେହେରାଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ବଂଟନ ନିମନ୍ତେ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଟ୍ରାପ କରି ରଙ୍ଗେ ହାତରେ ଧରି ଜେଲକୁ ପଠାଇଦେଇଛନ୍ତି । ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଜାମଦା ବ୍ଲକର ଏବିଇଓ ଜୟମୁନି ବେହେରାଙ୍କ ହାତରେ ମଧ୍ୟାହ୍ନ ଭୋଜନ ଚାଉଳ ବଂଟନର ଦାୟିତ୍ୱ ରହିଥିଲା । ଏଥି ନିମନ୍ତେ  ଏବିଇଓ ଜୟମୁନି ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିଥିବା ବ୍ୟକ୍ତି ତଥା ସଂସ୍ଥାଠାରୁ ଆଇନ ନଜରରେ ଏକ ଅପରାଧ ହୋଇଥିଲେ ମଧ୍ୟ ହାତଗୁଞ୍ଜା ଆଦାୟ କରିଆସୁଥିଲେ । ଫଳରେ ଏହି ଦୁର୍ନୀତି ଖୋର ଏବିଇଓ ଜୟମୁନିକୁ ଭିଜିଲାନ୍ସ ହାତରେ ଧରିାଇ ଦେବା ନିମନ୍ତେ ଜାମଦା ବଡ଼ଦୁଣ୍ଡୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହମ୍ମଦ ଆକବର ବାରିପଦା ଭିଜିଲାନ୍ସ ୟୁନିଟରେ ପହଂଚି ଡ଼ିଏସପି ଶ୍ରୀଦାସମହାପାତ୍ରଙ୍କ ପରାମର୍ଶ ଲୋଡ଼ି ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ୧୩ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦.୧୫ ମିନିଟ ସମୟରେ ମହମ୍ମଦ ଆକବର ଏବିଇଓ ଜୟମୁନିଙ୍କ ଦାବି ଅନୁସାରେ ଭିଜିଲାନ୍ସରୁ ନେଇଯାଇଥିବା ରଙ୍ଗ ବୋଳା ୪ ହଜାର ଟଙ୍କା ତାଙ୍କୁ ଦେଇ କାର୍ଯ୍ୟରେ ସଫଳତାର ସଙ୍କେତ ଭିଜିଲାନ୍ସକୁ ଦେବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ଛପି ରହିଥିବା ଭିଜିଲାନ୍ସ ଟିମ ଅତର୍କିତ ଭାବେ ଜୟମୁନିଙ୍କ ଉପରକୁ ଝାମ୍ପିପଡ଼ି କାବୁ କରି ନେଇଥିଲେ । ଏହାପରେ ତାଙ୍କର ତଲାସୀ ନିଆଯିବା ସମୟରେ ଭିଜିଲାନ୍ସର ରଙ୍ଗବୋଳା ୪ ହଜାର ଟଙ୍କା ବାହାରିବା ପରେ ତାଙ୍କୁ ରଙ୍ଗେ ହାତରେ ଗିରଫ କରି ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଆସିଥିଲେ । ଏହି ଲାଂଚ ଗ୍ରହଣ କରିବା ଘଟଣାକୁ ନେଇ ମହମ୍ମଦ ଆକବରଙ୍କ ଅଭିଯୋଗ ଅନୁସାରେ ଭିଜିଲାନ୍ସ ପକ୍ଷରୁ କେଶ ନମ୍ବର ୫୨/୨୦୧୭ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜୟମୁନିଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

0
0
0
s2sdefault