ସୁବର୍ଣ୍ଣପୁର (ପ୍ରକାଶ ହାତୀ): ସୋନପୁର ଜିଲ୍ଲା ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି।ଏହି ଅବସର ରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଡ଼. ପ୍ରଦୀପ କୁମାର ଗୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ,ହସ୍ପିଟାଲ ମେନେଜର ଦେବସ୍ମିତା ପ୍ରମୁଖ ମଞ୍ଚସିନ ଥିଲେ। ସଭାରେ ଅତିଥି ମାନେ ସ୍ୱଚ୍ଛତା ପକ୍ଷ ପାଳନ ୨୦୨୨ ବର୍ଷ ର ଉପରେ ଗୁରୁତ୍ୱରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ୱ କୁ କିପରି ସୁସ୍ଥ ରଖିପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସ୍ୱଚ୍ଛତା ତଥା ନିଜର ପରିବେଶ କୁ ସ୍ଵଛ ରଖିବା ନିମନ୍ତେ ଯତ୍ନବାନ ହେବା କୁ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ସ୍ତର ରେ ସ୍ୱଚ୍ଛତା ର ବାର୍ତ୍ତା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତ ବ୍ୟକ୍ତ କରିଥିଲେ।
ଏହି ଉପଲକ୍ଷେ ଏକ ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା ଓ ବିଜେତା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଶ୍ରୀ ପ୍ରମୋଦ କୁମାର ସାହୁ, ଏନ ଆର ସି ପରାମର୍ଶଦାତା ଡି ଏଚ ଏଚ, ସୁବର୍ଣ୍ଣପୁର ଓ ଗୀତାଞ୍ଜଳି ମେହେର ସଚେତନତା ସଭା ର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅନୁଷ୍ଠିତ ସଭାକାର୍ଯ୍ୟ କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଅକୁର କୁମାର ହୋତା ପରିଚାଳନା କରିଥିଲେ ଓ ଶ୍ରୀନିବାସ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।