ହେଡଲାଇନସ୍:

ଶ୍ରୀ ଶ୍ରୀ ସିଦ୍ଧ ସୋମନାଥ ମହାଦେବଙ୍କ ପୀଠରେ ସୁଦର୍ଶନ ମହାଯଜ୍ଞ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ସୋମନାଥ ମହାଦେବଙ୍କ ପୀଠରେ ଶ୍ରୀ ଶ୍ରୀ ମହାବିଷ୍ଣୁ ସୁଦର୍ଶନ ମହାଯଜ୍ଞ ଓ ଅନନ୍ତମୂଖୀ ଭାଗବତ ପାରାୟଣ ସହ ପଟୁଆ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ସୋମନାଥ ଙ୍କ ପୀଠରେ ୪୪ତମ ବାର୍ଷିକ ଯଜ୍ଞ ଓ ପାଟୁଆ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯଜ୍ଞକୁ ଏ ଅଞ୍ଚଳର ଜଣେ ସିଦ୍ଧ ବାବା ତଥା ସନ୍ଥ ଜଗନ୍ନାଥ ଦାସ ଜୀ ମହାରାଜ ଭାବେ ପରିଚିତ ଜଗନ୍ନାଥ ବାବାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଅଦ୍ୟାବଧି ଆଖ ପାଖ ଅଞ୍ଚଳର ସୋମନାଥ ପ୍ରେମୀ ଭକ୍ତ ମାନଙ୍କ ସହଯୋଗରେ ଏହି ଯଜ୍ଞ କାର୍ଯ୍ୟ ଚାଲୁ ରହିଛି ବୋଲି ଅନୁଷ୍ଠାନ ସୂତ୍ର ରୁ ପ୍ରକାଶ । ଯଜ୍ଞ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ଥାପନ କରାଯିବା ସହ ସୋମନାଥଙ୍କ ପ୍ରତିନିଧିତ୍ବ କରୁଥିବା ଦିଅଁକୁ ବିରାଜିତ କରାଯିବା ସହିତ ଯଜ୍ଞ ଙ୍କୁ ଶ୍ରୀ ସୁଦର୍ଶନ ମହାଯଜ୍ଞ ନାମରେ ନାମିତ କରାଯାଇଛି । ଅନନ୍ତମୁଖି ଭାଗବତ ପାରାୟଣ କରାଯିବା ସହିତ ପାଟୁଆ ଯାତ୍ରା ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଉଅଛି । ଆଜି ଓ ଆସନ୍ତା କାଲି, ଦୁଇଦିନଧରି ପାଟୁଆ ଯାତ୍ରା ଚାଲିବ ଓ ଯଜ୍ଞ ସପ୍ତ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଆଜି ପ୍ରାତଃକାଳରୁ ଅନେକ ମା ଭଉଣୀ ମାନେ ପବିତ୍ର, ପୁଣ୍ୟତୋୟା ଚିତ୍ରୋତପଳା ନଦୀରୁ ଯଜ୍ଞ ଉଦେଶ୍ୟରେ ଜଳ ତୋଳିବା ସହିତ, ବୈଦିକ ରୀତିରେ କଳସୀରେ ଜଳ ତୋଳି ଏକ ପଟୁଆରିରେ, ମହାପ୍ରଭୁ ସୋମନାଥ ଙ୍କ ପୀଠରେ ପହଞ୍ଚିଥିଲେ । ଆସନ୍ତା କାଲି ସଂକ୍ରାନ୍ତି ଥିବାରୁ ବହୁ ଭକ୍ତଙ୍କ ସମାବେଶ ହେବ ବୋଲି ଜଣାପଡିଛି । ଏହି ଯଜ୍ଞ ଉତ୍ସବ ର 19 ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ଓ ପ୍ରତେକ ଦିନ ପ୍ରସାଦ ସେବନ ସହିତ, ଭଜନ ସନ୍ଧ୍ୟା, ପ୍ରବଚନ ଓ ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସୂଚନା ମିଳିଛି । ଏହି ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶ୍ରୀ ଶ୍ରୀ ସୋମନାଥ ମହାଦେବ ଙ୍କ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମେତ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରୁଅଛନ୍ତି ।

0
0
0
s2sdefault