ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ "ଷ୍ଟେମ୍ ମେଳା" ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ଶିକ୍ଷା ବିଭାଗ (ଗଜପତି) , IBM , QUEST ALLIANCE ଏବଂ RESTLESS DEVELOPMENT ର ମିଳିତ ଉଦ୍ୟମରେ ହୋଇଥିଲା ।
ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଏ. ଡି. ଓ ମନୋଜ ରଞ୍ଜନ ଦଳାଇ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ , ପ୍ରୋଗ୍ରାମ ଅଫିସର (Restless Development) ଶ୍ରୀ ସତ୍ୟନାରାୟଣ ମହାପାତ୍ର , ଏବଂ Youth facilitator ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ମଧ୍ୟ ଉପସ୍ଥିତ ଥିଲେ ।ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସରକାରୀ ଉଚ୍ଚ ବିଦ୍ୟାଳୟ , ଗୁରାଣ୍ଡି ଓ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସହାୟକ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଥିଲେ।
ଷ୍ଟେମ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା "stem for girls" ପ୍ରୋଗ୍ରାମର ବାର୍ଷିକ ପାଠ୍ୟକ୍ରମ ,କାର୍ଯ୍ୟସୂଚୀ , ପ୍ରକଳ୍ପର ପ୍ରତିଫଳନକୁ ପ୍ରଦର୍ଶନ କରିବା । ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ପିଲାଙ୍କର ହାକାଥନ୍ ପ୍ରକଳ୍ପକୁ ପ୍ରଶଂସା କରିଥିଲେ।
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷ୍ଟେମ ପ୍ରୋଗ୍ରାମ ଏବଂ ତାହାର ପରିଣାମ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର (Restless Development) ମହାପାତ୍ର ଛାତ୍ର ଛାତ୍ରୀଙ୍କୁ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଗ୍ରହାମ୍ ବେଲ ଙ୍କ ଜୀବନଶୈଳୀ , ରୋଚକ ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଜୀବନରେ ତାହାକୁ କିପରି ବ୍ୟବହାର କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ।
ଛାତ୍ର ଛାତ୍ରୀ ମାନେ ଏହି ପ୍ରୋଗ୍ରାମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ଯାହା ଲିଙ୍ଗଭିତ୍ତିକ ସଶକ୍ତିକରଣ ଏବଂ ଦେଶ ଭକ୍ତି ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଏହି ମେଳାର ଉଦଯାପନୀ , ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନୀ ଏବଂ ପୁରସ୍କାର ବିତରଣ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ରାଜ୍ୟ
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ "ଷ୍ଟେମ୍ ମେଳା" ଅନୁଷ୍ଠିତ
- Hits: 720