ହେଡଲାଇନସ୍:

ଇଭିଏମ୍‌ରେ ସିଲ ହେଲା ୭୩ ପ୍ରାର୍ଥୀଙ୍କ ଭାଗ୍ୟ : ୮୨% ମତଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ପୌରପରିଷଦ ନିର୍ବାଚନ କେତୋଟି ୱାର୍ଡରେ କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ସନ୍ତି ଶୃଙ୍ଖଳାର ସହିତ ଶେଷ ହେବା ସହିତ ୬୯ଜଣ କାଉନସିଲର ପ୍ରାର୍ଥ ଓ ୪ଜଣ ଅଧ୍ୟକ୍ଷା ମୋଟ ୭୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଲଭିଏମ ମଧ୍ୟରେ ସିଲ ହୋଇଛି । ତେବେ ମତଦାନ ଶେଷ ଶୁଦ୍ଧା ପୌରପରିଷର ୨୧ଟି ୱାର୍ଡରେ ୮୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ସୂଚନା ମୁତାବକ ଗୁରୁବାର ପୂର୍ବାହ୍ନ ୮ ଘଟିକା ସମୟରୁ ପୌରପରିଷଦର ୨୧ଟି ୱାର୍ଡ ନିମନ୍ତେ ୩୩ଟି ବୁଥରେ ମତଦାନ ଆରମ୍ଭ ହୋଇ ଥିଲା । ସେଥିରୁ ୧୬ନଂ ୱାର୍ଡର ନିମାଇଁ ଭବନରେ ୨ଟି ଓ ୨୧ନଂ ୱାର୍ଡର ସିପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ମୋଟ ୩ଟି ଆଦର୍ଶ ବୁଥ୍ ହୋଇ ଥିବା ବେଳେ କଣ୍ଟାବଲ୍ଲଭପୁର ଗ୍ରାମରେ ଏକଟି ଗ୍ରୀନ କୂଅ ଅନୁଷ୍ଠିତ ହୋଇଥିଲା । ଏହି ବୁଥରେ କେବଳ ମହିଳା ଭୋଟରଙ୍କ ନିମନ୍ତେ, ମହିଳା ପ୍ରଜାଇଡିଂ ଅଫିସରଙ୍କ ସହିତ ୨ଜଣ ମହିଳା ପୁଲିଂ ଅଫିସର ଓ ମହିଳା ଏଜେଣ୍ଟ ଯୋଗ ଦେଇ ଥିଲେ । ତେବେ କେତେକ ଭୋଟ ଗ୍ରହଣ କେନ୍ଦ୍ର ଅର୍ଥାତ୍ ଦେଉଳିଗ୍ରାମେଶ୍ବର ୧୭ ନମ୍ବର ୱାର୍ଡର ୨ଟି ବୁଥରେ ଇଭିଏମ୍ ତୃଟି ଦେଖା ଦେଇଥିବା ନେଇ ପାଖାପାଖୀ ଅଧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ନେଇ ଉକ୍ତ ବୁଥ୍ ମାନଙ୍କରେ ଲମ୍ବାଧାଡି ସୃଷ୍ଟି ହୋଇ ଯାଇଥିବା ଦେଖା ଯାଇଥିଲା । ଏଥି ସହିତ ୱାର୍ଡ ନଂ ୧୯ ଓ 7ନଂ ରେ ମତଦାନ ସମୟରେ ଯଥାକ୍ରମେ ବିଜେଡି କଂଗ୍ରେସ ଓ ବିଜେଡି ସ୍ୱାଧୀନ ପ୍ରାଥି ଓ ଭୋଟରଙ୍କୁ ନେଇ ବିବାଦୀୟ ପରିସ୍ତି ସୃଷ୍ଟି ହୋଇଥିବା ଦେଖା ଯାଇଥିଲା । ପୋଲିସ ହସ୍ତକ୍ଷେପ ପରେ ମତଦାନ ସ୍ଵାଭାବିକ ହୋଇଥିଲା। ପୂର୍ବାହ୍ନ ୧୦ଟା ସମୟ ସୁଦ୍ଧା ପୌରପରିଷଦର ୩୩ଟି ବୁଥ୍ ରେ ୯.୨ ପ୍ରତିଶତ ମତଦାନ ହୋଇ ଥିବା ବେଳେ, ୧୧ଟା ସମୟ ସୁଦ୍ଧା ୨୮ ପ୍ରତିଶତ, ଅପରାହ୍ନ ୨ଟା ସୁଦ୍ଧା ୫୬ ପ୍ରତିଶତ, ୪ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିଲା । ମତଦାନ ଶେଷ ସୁଦ୍ଧା 21ୱାର୍ଡର 2.5ହଜାର 51.8 ଭୋଟରଙ୍କ ମଧ୍ୟରୁ ୮୨ ପ୍ରତିଶତ ମତଦାନ ହୋଇଥିବା ଜଣା ଯାଇଛି |

0
0
0
s2sdefault